ETV Bharat / state

କେନ୍ଦୁପତ୍ର ଦେଉଛି ରୋଜଗାର, ଉପକୃତ ହେଉଛନ୍ତି ଅନୁଗୋଳର ୫୦ ହଜାର ପତ୍ର ତୋଳାଳୀ

author img

By

Published : Apr 28, 2023, 8:28 PM IST

ଅନୁଗୋଳ କେନ୍ଦୁପତ୍ର ଡିଭିଜନରେ ପ୍ରତିବର୍ଷ ବଢ଼ୁଛି କେନ୍ଦୁପତ୍ର ଉତ୍ପାଦନ ଓ ଏଥିରୁ ଆୟ । ସେହି ଅନୁପାତରେ ସରାକାର ମଧ୍ୟ କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଫଳରେ ଜିଲ୍ଲାର ଅଧିକାଂଶ ଜଙ୍ଗଲ ଅଧ୍ୟୁଷିତ ଗ୍ରାମାଞ୍ଚଳରେ କେନ୍ଦୁପତ୍ର ତୋଳିବା ଲୋକଙ୍କର ମୁଖ୍ୟ ଜୀବିକା ପାଲଟିଛି । ଅଧିକ ପଢ଼ନ୍ତୁ

କେନ୍ଦୁପତ୍ର ଦେଉଛି ରୋଜଗାର
କେନ୍ଦୁପତ୍ର ଦେଉଛି ରୋଜଗାର
କେନ୍ଦୁପତ୍ର ଦେଉଛି ରୋଜଗାର

ଅନୁଗୋଳ: କେନ୍ଦୁପତ୍ର ଶ୍ରମିକଙ୍କୁ ସାହା ହୋଇଛନ୍ତି ସରକାର । ଅନୁଗୋଳ କେନ୍ଦୁପତ୍ର ଡିଭିଜନରେ କାର୍ଯ୍ୟରତ ପ୍ରାୟ ୪୭ ହଜାର କେନ୍ଦୁପତ୍ର ଶ୍ରମିକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏହି ଶ୍ରମିକଙ୍କ ପାଇଁ ସରକାର ବାର୍ଷିକ ପ୍ରାୟ ୧୫ରୁ ୨୦କୋଟି ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି । ଶ୍ରମିକଙ୍କୁ ଚପଲ, ଟୋପି, ପାଣି ବୋତଲ ଏବଂ କେର ପାଲ ଯୋଗାଇ ଦେବାସହ ସେମାନଙ୍କୁ ବୀମା, ପିଲାଙ୍କ ପାଠପଢ଼ା ଖର୍ଚ୍ଚ, ବିବାହ ଖର୍ଚ୍ଚ ଆଦି ସବୁ ପ୍ରକାର ସହାୟତା ଯୋଗାଇ ଦଆଯାଉଛି । ଏଥିପାଇଁ ଶ୍ରମିକ ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଘଟିଥିବା ସେମାନେ ପ୍ରକାଶ କରିଛନ୍ତି ।

ପଞ୍ଜିକୃତ ଶ୍ରମିକଙ୍କୁ ମିଳୁଛି ସରକାରୀ ସହାୟତା: ଅନୁଗୋଳ କେନ୍ଦୁପତ୍ର ଡିଭିଜନରେ ଥିବା ୧୧ଟି ରେଞ୍ଜ୍‌ ଏବଂ ୩୮ଟି ସେକ୍ସନରେ କାର୍ଯ୍ୟ କରୁଛନ୍ତି ପ୍ରାୟ ୪୭ ହଜାର ଶ୍ରମିକ । ସେମାନଙ୍କ ମଧ୍ୟରୁ ୪୨ ହଜାର ୭୦୦ ଜଣ କେନ୍ଦୁପତ୍ର ତୋଳାଳୀ ହୋଇଥିବା ବେଳେ ବିଡା ବନ୍ଧାଳି ଅଛନ୍ତି ୧୦୫୨ ଜଣ । ଅସ୍ଥାୟୀ ସିଜିନ କର୍ମଚାରୀ ୧୦୦୮ ଜଣ କାର୍ଯ୍ୟ କରୁଛନ୍ତି । ଏହାଛଡା ପରୋକ୍ଷ ଭାବରେ ମଧ୍ୟ ହଜାର ହଜାର ଶ୍ରମିକ କାମ କରୁଛନ୍ତି । ପ୍ରତିବର୍ଷ ଫେବୃଆରୀ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ କେନ୍ଦୁପତ୍ର ପାଇଁ ବୁଦା ସଫା, ପତ୍ର ତୋଳା, ପତ୍ର ଶୁଖା, ବିଡା ବନ୍ଧା ଆଦି କାମ ଚାଲିଥାଏ । ପ୍ରତିବର୍ଷ ସରକାର କେନ୍ଦୁପତ୍ରରୁ କୋଟିକୋଟି ଟଙ୍କା ଲାଭ ପାଆନ୍ତି । ତେଣୁ ସେହି ଲାଭର ଅଧିକାଂଶ ଭାଗ ଶ୍ରମିକମାନଙ୍କ ପାଇଁ ସରକାର ଖର୍ଚ୍ଚ କରନ୍ତି । ପ୍ରତି କେନ୍ଦୁପତ୍ର ଶ୍ରମିକଙ୍କ ନାମ ପଞ୍ଜିକରଣ କରାଯାଇ ସେମାନଙ୍କୁ ପରିଚୟ ପତ୍ର ଦିଆଯାଇଛି । ସେହି ଅନୁସାରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି ।

ପ୍ରତିବର୍ଷ ବଢ଼ୁଛି କେନ୍ଦୁପତ୍ର ଉତ୍ପାଦନ ଓ ଆୟ: ସରକାରୀ ସହାୟତା ଯୋଗୁଁ ଏହି ଶ୍ରମିକ ମାନଙ୍କର ଆଗ୍ରହ ବଢିବା ସହ ସେମାନଙ୍କର ଅର୍ଥିକ ଓ ସାମାଜିକ ବିକାଶ ମଧ୍ୟ ହେଉଛି । ଏହାଛଡା କେନ୍ଦୁପତ୍ର ଉତ୍ପାଦନ ବଢ଼ୁଥିବାରୁ ସରକାରଙ୍କର ମଧ୍ୟ ଆୟ ବଢୁଛି । ରେକର୍ଡ ଦେଖିଲେ ଜଣାପଡେ ଗତ ୨୦୨୧ରେ କେବଳ ଅନୁଗୋଳ କେନ୍ଦୁପତ୍ର ଡିଭିଜନରେ ୨୮ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ବିକ୍ରି ହୋଇଥିଲା । ସେହିପରି ୨୦୨୨ରେ ୩୦ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ବିକ୍ରି ହୋଇଥିଲା । ଚଳିତ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ପତ୍ର ତୋଳା କାମ ଶେଷ ହୋଇନଥିବାରୁ ଆକଳନ କରାଯାଇ ପାରିନାହିଁ । କିନ୍ତୁ ଚଳିତ ବର୍ଷ ଆୟ ପୂର୍ବ ଅପେକ୍ଷା ଆହୁରି ଅଧିକ ହେବ ବୋଲି ବିଭାଗ ଅନୁମାନ କରିଛି । ତେଣୁ କେନ୍ଦୁପତ୍ର ଉତ୍ପାଦନ ଯେତିକି ବଢୁଛି, ଶ୍ରମିକ ମାନଙ୍କ ସହାୟତା ପରିମାଣ ମଧ୍ୟ ସେହି ଅନୁପାତରେ ବୃଦ୍ଧି କରୁଛନ୍ତି ସରକାର ।

ଆହତ ଶ୍ରମିକଙ୍କୁ ୫୦ ହଜାର, ମୃତାହତ ହେଲେ ୨ ଲକ୍ଷ ପର୍ଯ୍ୟନ୍ତ ସରକାରୀ ବୀମା: ପ୍ରତିବର୍ଷ ପ୍ରାୟ ୮ ମାସ କେନ୍ଦୁପତ୍ର କାମ ଚାଲିଥାଏ । କିନ୍ତୁ ପତ୍ର ତୋଳା କାମ ଏପ୍ରିଲ ଓ ମେ' ମାସ ପରି ଖରାଦିନେ ହେଉଥିବାରୁ ତୋଳାଳୀ ମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ । ସେଥିପାଇଁ ବିଭାଗ ତରଫରୁ ସେମାନଙ୍କୁ ଛତା, ଟୋପି, ପାଣି ବୋତଲ ଆଦି ମାଗଣାରେ ଯୋଗାଇ ଦିଆଯାଉଛି । ଏହାଛଡ଼ା ଯେଉଁ ତୋଳାଳୀ ଏକ ହଜାର କେରୀରୁ ଅଧିକ ପତ୍ର ସଂଗ୍ରହ କରନ୍ତି, ସେମାନଙ୍କୁ ୨ ଲକ୍ଷ ଟଙ୍କାର ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି । ଏହି ବୀମା ଜରିଆରେ ଶ୍ରମିକଟିଏ କାର୍ଯ୍ୟ କରୁଥିବା ସମୟରେ ମୃତାହତ ହେଲେ ତୁରନ୍ତ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଆହତ ଶ୍ରମିକଙ୍କୁ ଚିକିତ୍ସା ବାବଦକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦିଆଯାଉଛି । ହଜାର ହଜାର ଶ୍ରମିକ ସରକାରଙ୍କ ଏହି ସହାୟତା ପାଇଛନ୍ତି । ତେଣୁ ଜିଲ୍ଲାର ଅଧିକାଂଶ ଜଙ୍ଗଲ ଅଧ୍ୟୁଷିତ ଗ୍ରାମାଞ୍ଚଳରେ କେନ୍ଦୁପତ୍ର ତୋଳିବା ଲୋକଙ୍କର ମୁଖ୍ୟ ଜୀବିକା ପାଲଟିଛି । ଶ୍ରମିକମାନେ ନିଜେ ସଂଗ୍ରହ କରିଥିବା କେନ୍ଦୁପତ୍ର ବିକ୍ରି କରି ଅର୍ଥ ରୋଜଗାର କରିପାରୁଛନ୍ତି ଏବଂ ବିଭିନ୍ନ ସରକାରୀ ସହାୟତା ପାଇ ପାରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ପ୍ରତିବର୍ଷ ଶ୍ରମିକ ମାନଙ୍କ ସହାୟତା ରାଶି ବୃଦ୍ଧି କରୁଛନ୍ତି ।

କେନ୍ଦୁପତ୍ର ଶ୍ରମିକଙ୍କ ଜୀବିକା ପ୍ରତି ବିପଦ ବ୍ୟାପକ ଖଣି ଓ ଶିଳ୍ପ ପ୍ରତିଷ୍ଠାନ: କେନ୍ଦୁପତ୍ର ତୋଳି ଶ୍ରମିକମାନେ ପ୍ରତିବର୍ଷ ହଜାର ହଜାର ଟଙ୍କା ରୋଜଗାର କରିବା ସହ ସରକାରୀ ସହାୟତା ମଧ୍ୟ ପାଇ ପାରୁଛନ୍ତି । କିନ୍ତୁ କିଛି ବର୍ଷ ହେବ ବ୍ୟାପକ ଖଣି ଓ ଶିଳ୍ପ ଯୋଗୁଁ ବହୁ ସଂଖ୍ୟାରେ କେନ୍ଦୁଗଛ ନଷ୍ଟ ହେବାରେ ଲାଗିଛି । ଯାହା ଭବିଷ୍ୟତରେ କେନ୍ଦୁପତ୍ର ଶ୍ରମିକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.