ETV Bharat / state

କ୍ଷତି ପୂରଣ ଦେଉନି ବନ ବିଭାଗ, ପ୍ରତିବାଦ କଲେ ବିସ୍ଥାପିତ - ସାତକୋଶିଆ ଡିଏଫଓଙ୍କ କାର୍ଯ୍ୟାଳୟ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଯୋଗୁ ସ୍ଥାନାନ୍ତର ହୋଇଥିବା କଟରଙ୍ଗ ଗାଁର ୨୯ଟି ପରିବାରକୁ ମିଳିନାହିଁ କ୍ଷତି ପୂରଣ । ସାତକୋଶିଆ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ବିସ୍ଥାପିତ ପରିବାର । ଅଧିକ ପଢନ୍ତୁ

କ୍ଷତି ପୂରଣ ପ୍ୟାକେଜ ଦେଉନାହିଁ ବନ ବିଭାଗ
କ୍ଷତି ପୂରଣ ପ୍ୟାକେଜ ଦେଉନାହିଁ ବନ ବିଭାଗ
author img

By

Published : Nov 2, 2022, 8:54 AM IST

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଯୋଗୁ ସ୍ଥାନାନ୍ତର ହୋଇଥିବା କଟରଙ୍ଗ ଗାଁର ୨୯ଟି ପରିବାର ଏବଂ ବନ ବିଭାଗ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ସେମାନଙ୍କୁ କ୍ଷତିପୂରଣ ନଦେଇ ଘର ଭାଙ୍ଗି ଦେଇଥିବାରୁ ବାରମ୍ବାର ଆନ୍ଦୋଳନ କରୁଛନ୍ତି କଟରଙ୍ଗ ଗ୍ରାମବାସୀ । ଗତକାଲି(ମଙ୍ଗଳବାର) ପୁଣି ଥରେ ଗ୍ରାମର ୨୯ଟି ପରିବାର ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସାତକୋଶିଆ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣାରେ ବସି ରହିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରଖିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

କ୍ଷତି ପୂରଣ ପ୍ୟାକେଜ ଦେଉନାହିଁ ବନ ବିଭାଗ

କ୍ଷତିପୂରଣ ନଦେଇ ଘର ଭାଙ୍ଗି ଦେଇଥିବାରୁ ଏହି ପରିବାକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବିଶ୍ୱ ମାନବାଧିକାର ସଂଗଠନ । ଗ୍ରାମବାସୀଙ୍କ ଅଭିଯୋଗ ଯେ କଟରଙ୍ଗ ଗ୍ରାମରେ ସେମାନଙ୍କର ଘର, ଚାଷ ଜମି ସବୁ ରହିଛି । ଭୋଟର ପରିଚୟ ପତ୍ର ଏବଂ ଆଧାର କାର୍ଡ ମଧ୍ୟ ଅଛି। କିନ୍ତୁ ଜୀବନ ଜୀବିକା ଏବଂ ପିଲାଙ୍କ ପାଠ ପଢା ପାଇଁ ସେମାନେ ଗାଁ ଛାଡି ବାହାରେ ରହୁଥିଲେ । କିନ୍ତୁ ସର୍ଭେ ସମୟରେ ସେମାନେ ଘରେ ନଥିବା ଦର୍ଶାଇ ୨୯ଟି ପରିବାରକୁ କ୍ଷତିପୂରଣ ତାଲିକାରୁ ବାଦ ଦିଆ ଯାଇଛି । ଏହାର ପ୍ରତିବାଦରେ ପୂର୍ବରୁ ବହୁ ବାର ଜିଲ୍ଲା ପ୍ରଶାସନ ଓ ସାତକୋଶିଆ ଡିଏଫଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହାର ପ୍ରତିବାଦରେ ପୁଣି ଥରେ ଧାରଣାରେ ବସିଛନ୍ତି ୨୭ଟି ପରିବାରର ସଦସ୍ୟ ।

ଏନେଇ ଟିକରପଡାର ପୂର୍ବତନ ସରପଞ୍ଚ ତ୍ରିନାଥ ସାହୁ କହିଛନ୍ତି, '' ଟିକରାପଡା ଗୋଟିଏ ଛୋଟିଆ ପଞ୍ଚାୟତ, ଏଠାରୁ ୧୨ କିଲୋମିଟର ଅତିକ୍ରମ କରିବା ପରେ କଟରଙ୍ଗ ଗ୍ରାମ ପଡେ, ସେଠାରେ ଲୋକଙ୍କୁ ବିସ୍ଥାପିତ କରାଯାଇଛି, ବିସ୍ଥାପିତ ଲୋକ ମାନଙ୍କ ମଧ୍ୟରେ ୨୯ଟି ପରିବାରକୁ କିଛି କ୍ଷତି ପୂରଣ ମିଳିନାହିଁ, ଏନେଇ ଏକ ବର୍ଷ ହେଲାଣି ଉକ୍ତ ପରିବାରର ସଦସ୍ୟ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି, କିନ୍ତୁ କେବଳ ପ୍ରତିଶୃତି ମିଳିବା ଛଡା କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ଏହି ୨୯ ପରିବାର ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାତକୋଶିଆ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଏହା ମଧ୍ୟ ପଢନ୍ତୁ-କେନ୍ଦରା କଳାକାରଙ୍କୁ ଉପେକ୍ଷା, କୌଳିକ ବୃତ୍ତିକୁ ବଞ୍ଚାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପରିଷଦ

ଏନେଇ ଗ୍ରାମବାସୀଙ୍କ ଉପଦେଷ୍ଟା କହିଛନ୍ତି, ''କଟରଙ୍ଗ ଗୋଟିଏ ଆଦିବାସୀ ଗ୍ରାମ, ଏଠାରେ ଗ୍ରାମବାସୀଙ୍କୁ ସ୍ବେଚ୍ଛାକୃତ ଭାବେ ବିସ୍ଥାପନ କରାଯାଇଛି, କିନ୍ତୁ ବିସ୍ଥାପନ ପକ୍ରିୟାରେ ବନ ବିଭାଗ ତରଫରୁ ଗ୍ରାମସବା ଅନୁଷ୍ଠିତ ହେବା କଥା, ସର୍ଭେ ହେବା କଥା କିନ୍ତୁ ସେଗୁଡିକ ସଠିକ ଭାବରେ ହୋଇନାହିଁ, ଫଳରେ ଯେଉଁ ମାନେ ଗାଁ ଛାଡି ବାହାରେ ରୁହନ୍ତି ସେମାନଙ୍କୁ କ୍ଷତି ପୂରଣ ମିଳିନାହିଁ'' ।

ଅନୁଗୋଳ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.