ଅନୁଗୋଳ: ଗତ ତିନି ମାସ ହେବ ତାଳଚେର ଥରମାଲ ପାୱାର ପ୍ଲାଣ୍ଟ(TTPS) ବନ୍ଦ ପଡିଥିବା ବେଳେ ଏହାର ସୁଯୋଗ ନେଇ ପ୍ଲାଣ୍ଟରୁ ଖଣିକୁ ଯାଇଥିବା ପାଇପ ଲାଇନକୁ କାଟି ବିକି ଦେଉଥିଲେ ଏହି ଦୁର୍ବୃତ୍ତ । ପାଇପ ଲାଇନ କଟା ହେଉଥିବା ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ।
ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ତିନିଜଣ ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ଦୁଇଜଣ ଅନୁଗୋଳ ଜିଲ୍ଲାର । ସେମାନେ ହେଲେ ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ବାପି ଓ ବାବୁ ଏବଂ ପରଜଙ୍ଗ ଥାନା ଅଞ୍ଚଳର ପ୍ରିୟରାଜ ସାମଲ । ସେହିପରି ଅନ୍ୟ ଦୁଇଜଣ ହେଲେ ଅନୁଗୋଳ ସହର ଗୀତାଗ୍ରାମର ଅଜୟ କୁମାର ପାତ୍ର ଓ ଗୁପ୍ତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଚୋର ମାନେ ପାଇପ ସବୁକୁ କାଟି ସେମାନେ କେଉଁଠି ବିକ୍ରି କରୁଥିଲେ ସେନେଇ ଅଧିକ ଅନୁସନ୍ଧାନ ଚଲାଇଛି ପୋଲିସ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ