ETV Bharat / state

କେନାଲରେ ପଡିଗଲା ଦନ୍ତା, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ - କେନାଲରେ ପଡିଗଲା ଦନ୍ତା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବଜଝରାରେ ଥିବା ରେଙ୍ଗାଳୀ କେନାଲରେ ପଡିଗଲା ହାତୀ । ଉଦ୍ଧାର ପାଇଁ ବନବିଭାଗର ପ୍ରୟାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 11, 2019, 11:48 AM IST

Updated : Sep 11, 2019, 2:07 PM IST

ଅନୁଗୋଳ: ରାସ୍ତା ଅତିକ୍ରମ କଲାବେଳେ କେନାଲରେ ପଡିଗଲା ଦନ୍ତା । ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବଜଝରାରେ ଥିବା ରେଙ୍ଗାଳୀ ନଦୀରେ।

ଗଲା କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ନଦୀର ପାଣି ଭର୍ତ୍ତି ରହିଛି । ତେବେ ଢେଙ୍କାନାଳରେ ରେଙ୍ଗାଳୀ କେନାଲରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ଏହି କେନାଲ ପାଖରେ ଥିବା ରାସ୍ତା ଦେଇ ଗୋଟେ ଦନ୍ତା ହାତୀ ଯାଉଥିବାବେଳେ ଅଚାନକ ଖସିଗଲା । କେନାଲ ପାଣିରୁ ବାହାରିବା ପାଇଁ ହାତୀଟି ପହଁରୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ହାତୀଟି କେନାଲରୁ ବାରମ୍ବାର ବାହାରକୁ ବାହାରିବା ପାଇଁ ଉଦ୍ୟମ କରୁଥିବାବେଳେ ବିଫଳ ହେଉଛି । ତେବେ ଭୁଲ ବଶତଃ ହାତୀ ଟି କେନାଲ ଭିତରକୁ ପଶି ଯାଇଥିବା ଅନୁମାନ କରାଯାଉଛି । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ରାସ୍ଥା ଅତିକ୍ରମ ବେଳେ କେନାଲ ରେ ଫସିଲା ହାତୀ । ଉଦ୍ଧାର ପାଇଁ ବନ ବିଭାଗ ର ପ୍ରୟାସ ।Body:ଢେଙ୍କାନାଳ ପର୍ଜଙ୍ଗ ଥାନା ଅନ୍ତର୍ଗତ ବଡଝରା ଠାରେ ରେଙ୍ଗାଳୀ କେନାଲରେ ପଂସି ରହିଛି ଏକ ଦନ୍ତାହାତୀ ।କେନାଲରେ ପାଣି ଭର୍ତ୍ତି ରହିଥିବା ବେଳେ ପାଣିରେ ହାତୀ ଟି ପହଁରୁଥିବା ଦେଖିବାକୁ ମିଳିଛି । ବାରମ୍ବାର ବାହାରକୁ ବାହାରିବା ପାଇଁ ଉଦ୍ୟମ କରୁଥିବା ବେଳେ ବାହାରି ପାରୁ ନାହିଁ । ତେବେ ଭୁଲ ବଶତଃ ହାତୀ ଟି କେନାଲ ଭିତରକୁ ପଶି ଯାଇଥିବା ଅନୁମାନ କରାଯାଉଛି । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।Conclusion:
Last Updated : Sep 11, 2019, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.