ETV Bharat / state

ଅନୁଗୋଳରେ ଦାୟିତ୍ବ ନେଲେ ମୀନା, 24 ଘଣ୍ଟା ସେବା ଯୋଗାଇବାକୁ ଗୁରୁତ୍ବ - ଏସପି ଜଗମୋହନ ମିନା

ମାଲକାନଗିରିରୁ ବଦଳି ପରେ ଅନୁଗୋଳରେ ଯୋଗ ଦେଲେ ଏସପି ଜଗମୋହନ ମିନା । ଦାୟିତ୍ବ ଗ୍ରହଣ ପରେ ଲୋକଙ୍କ ପାଇଁ ଏସପିଙ୍କ ଦ୍ବାର 24 ଘଣ୍ଟା ଖୋଲା ରହିବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 23, 2019, 5:30 PM IST

Updated : Aug 23, 2019, 9:04 PM IST

ଅନୁଗୋଳ: ବଦଳି ପରେ ଅନୁଗୋଳରେ ଯୋଗ ଦେଲେ ଏସପି ଜଗମୋହନ ମିନା । ଦାୟିତ୍ବ ଗ୍ରହଣ ପରେ ଲୋକଙ୍କ ପାଇଁ 24 ଘଣ୍ଟା ଏସପିଙ୍କ ଦ୍ବାର ଖୋଲା ରହିବ ବୋଲି ସେ କହିଛନ୍ତି । ବିଦାୟ ଏସପି ମିତ୍ରଭାନୁ ମହାପାତ୍ରଙ୍କ ଠାରୁ ଏହି ଦାୟିତ୍ବ ସେ ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ଆଇନ ପରିଧି ଭିତରେ ରହି ସେ ଲୋକଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି । ଏହାଛଡା କିଭଳି ଅପରାଧୀଙ୍କୁ ଅଧିକରୁ ଅଧିକ ସଜା ହୋଇ ପାରିବ ଓ ତୁରନ୍ତ ତଦନ୍ତ ପ୍ରକ୍ରିୟା ଶେଷ ହେବ ତା ଉପରେ ସେ ଫୋକସ କରିବେ ବୋଲି ସୂଚନା ଦେଇଛନ୍ତି ।

ଟେକ୍ନୋଲୋଜିକୁ ବ୍ୟବହାର କରି ଅପରାଧୀ ରୋକିବା ଆଦି ଦିଗରେ ସେ କାମ କରବେ ବୋଲି କହିଛନ୍ତି । ୨୦୧୩ ବ୍ୟାଚ ଆଇପିଏସ ଅଫିସର ଜଗମୋହନ ମୀନା ଜଣେ ଲୋକପ୍ରିୟ ଏସପି ଭାବେ ମାଲକାନଗିରିରେ କାର୍ଯ୍ୟ କରିଥିଲେ । ଏଠାରେ ମଧ୍ୟ ସେଇ ଭରସା ବଜାଇ ରଖିବେ ବୋଲି କହିଛନ୍ତି ମୀନା ।

ଏସପିଙ୍କ ଯୋଗଦାନ ସମୟରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ସାମିଲ ହୋଇ ଥିଲେ । ଗତକାଲି ଜଗମୋହନ ମାଲକାନଗିରି ଛାଡିବା ସମୟରେ ମାଲକାନଗିରିରେ ଏକ ଭାବବିହ୍ଵଳ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

Intro:ଲୋକଙ୍କ ପାଇଁ 24 ଘଣ୍ଟା ଖୋଲା ରହିବ ଏସ ପି ଙ୍କ ଦ୍ୱାର - ବଦଳି ପରେ ଅନୁଗୋଳ ରେ ଯୋଗ ଦେଲେ ଏସ ପି ଜଗମୋହନ ମିନା ।Body:ମାଲକାନଗିରି ଜିଲ୍ଲା ରେ ଏସ.ପି ଭାବେ ସଫଳତାର ସହ କାର୍ଯ୍ୟ କରୀ ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇଥିବା IPS ଅଫିସର ଜଗମୋହନ ମିନା ଆଜି ଅନୁଗୋଳ ଜିଲ୍ଲା ର ଏସ.ପି ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟ ଏସ.ପି ମିତ୍ରଭାନୁ ମହାପାତ୍ର ଙ୍କ ଠାରୁ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି । ଅନୁଗୋଳ ଜିଲ୍ଲାର ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ନଜର ରେ ଆଇନ ପରିଧି ଭିତରେ ରହି ସେ ଲୋକଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିବେ ବୋଲି ସୂଚନା ଦେଇଛନ୍ତି । ଏହା ଛଡା କିଭଳି ଅପରାଧି ଙ୍କୁ ଅଧିକ ରୁ ଅଧିକ ସଜା ହୋଇ ପାରିବ ଓ ତୁରନ୍ତ ତଦନ୍ତ ପ୍ରକ୍ରିୟା ଶେଷ ହେବା ତା ଉପରେ ସେ ଫୋକସ କରିବେ ବୋଲି ସୂଚନା ଦେଇଛନ୍ତି । ଅପରାଧ ନିୟନ୍ତ୍ରଣ ଓ ଟେକ୍ନୋଲୋଜି କି ବ୍ୟବହାର କରି ଅପରାଧି ରୋକିବା ଆଦି ଦିଗରେ ସେ କାମ କରବେ ବୋଲି କହିଛନ୍ତି । ୨୦୧୩ ବ୍ୟାଚ IPS ଅଫିସର ଜଣେ ଲୋକ ପ୍ରିୟ ଏସ ପି ଭାବେ କଯ୍ୟକରୀ ଥିଲେ ଏଠାରେ ମଧ୍ୟ ସେଇ ଭରସା ବଜାଇ ରଖିବେ ବୋଲି କହିଛନ୍ତି।
Byte – 1 ଜଗମୋହନ ମିନା , ଏସ ପି ଅନୁଗୋଳConclusion:ଏସ ପି ଙ୍କ ଯୋଗଦାନ ସମୟରେ ଜିଲା ର ସମସ୍ଥ ପୋଲିସ ଅଧିକାରୀ ସାମିଲ ହୋଇ ଥିଲେ । ଗତ କାଲି ଜଗମୋହନ ମାଲକାନଗିରି ଛାଡିବା ସମୟରେ ଏକ ଭାବ ବିହ୍ଵଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
Last Updated : Aug 23, 2019, 9:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.