ETV Bharat / state

ଚୁଆପାଣିରେ ବଞ୍ଚିଛନ୍ତି ଅନୁଗୋଳର 30 ପରିବାର

ପାଣି ପାଇଁ ଯୋଜନା ପୁଳାଏ । ଏଥିପାଇଁ ପୁଳା ପୁଳା ଟଙ୍କା ବି ବ୍ୟୟ ବରାଦ ହେଉଛି । ହେଲେ ଏହାର ବାସ୍ତବ ରୂପାୟନ ଅନୁଗୋଳ କୋହ୍ଲସାହିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 28, 2019, 8:27 PM IST

ଅନୁଗୋଳ: ଚୁଆ ପାଣିରେ ବଞ୍ଚିରହିଛି ଜୀବନ । ଯେଉଁ ପାଣିରେ ଆପଣ ଶୌଚ ହେବାକୁ ଇଚ୍ଛା କରିବେ ନାହିଁ, ସେହି ପାଣି ପିଇବାକୁ ପଡୁଛି । କ’ଣ ବା କରିବେ । ବିକଳ୍ପ ବି କିଛି ନାହିଁ । କି ଖରା କି ବର୍ଷା, ଗାଁ ପାଖରେ ବହିଯାଉଥିବା ନାଳରେ ଚୁଆ ଖୋଳି ପାଣି ପିଉଛନ୍ତି 30ରୁ ଉର୍ଦ୍ଧ୍ବ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କାହାଣୀ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଓଡିଶାର ଶିଳ୍ପ ରାଜଧାନୀ କୁହାଯାଉଥିବା ଅନୁଗୁଳର । ଛେଣ୍ଡିପଦା ବ୍ଲକ ଉଗି ପଞ୍ଚାୟତ କୋହ୍ଲସାହି ଲୋକଙ୍କ ଏ ହେଉଛି ନୀତି ଦିନିଆ କାହାଣୀ । କାହିଁକି ନା ଏଠି ଅକାମୀ ପାନୀୟ ଜଳ ପ୍ରକଳ୍ପ । ଗୁହାରି ଶୁଣିବାକୁ କେହି ନାହିଁ । ଖାଲି ସେତିକି ନୁହେଁ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଏମାନଙ୍କୁ କେହିବି ପଚାରୁ ନାହାନ୍ତି ।

ଏକ ପରିତ୍ୟକ୍ତ ନାଳରୁ ପିଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି ଏମାନେ। ପାଖରେ ବହିଯାଉଥିବା ଲିଙ୍ଗିରା ନାଳରୁ ଚୁଆ ଖୋଲି ପାଣି ପିଇବାକୁ ପଡୁଛି । ଲୋକଙ୍କ ଅଭିଯୋଗ ମୁତାବକ, ବର୍ଷ ତମାମ ଅପରିଷ୍କାର ପାଣି ପିଇ ନାନା ରୋଗରେ ପଡୁଛନ୍ତି । ପଞ୍ଚାୟତ ତରଫରୁ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଧାରେ ଅଟକିଛି । ଅନ୍ୟପଟେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ସମସ୍ୟା ବିଷୟରେ ସେ ଜାଣିନଥିଲେ । ଖୁବଶୀଘ୍ର ସମାଧାନ କରାଯିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

wrwe

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.