ETV Bharat / state

ତୁର୍କୀ ଭୂମିକମ୍ପରେ ସେବା ଯୋଗାଇଥିଲେ ଓଡିଆ ଯବାନ, ବଖାଣିଲେ ଛାତିଥରା ଅନୁଭୂତି - ତୁର୍କୀ ଭୂମିକମ୍ପରେ ସେବା ଯୋଗାଇଥିଲେ ଓଡିଆ ଯବାନ

ଶକ୍ତିଶାଳୀ ଭୂକମ୍ପରେ ଦୋହଲି ଯାଇଥିବା ତୁର୍କୀକୁ 'ଅପରେସନ ଦୋସ୍ତ' ମାଧ୍ୟମରେ ସହାୟତାର ହାତ ବଢ଼ାଇଥିଲା ଭାରତ । ଏହି ଦୁଃସାହାସିକ ଟିମରେ ଏକମାତ୍ର ଓଡ଼ିଆ ଯବାନ ବିବେକାନନ୍ଦ ଦେହୁରୀ ସାମିଲ ଥିଲେ ।

interview with odia jawan bibekananda dehuri
ଅପରେସନ ଦୋସ୍ତରେ ଓଡ଼ିଆ ଯବାନ
author img

By

Published : Apr 10, 2023, 9:38 PM IST

Updated : Apr 11, 2023, 8:26 AM IST

ଅପରେସନ ଦୋସ୍ତରେ ଓଡ଼ିଆ ଯବାନ

ଅନୁଗୋଳ: ଗତ ଫେବୃଆରୀ ମାସରେ ତୁର୍କୀରେ ହୋଇଥିବା ଭୟାବହ ଭୂମିକମ୍ପ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ବହୁ ବଡ଼ବଡ଼ ଅଟାଳିକା ମାଟିରେ ମିଶି ଯାଇଥିଲା । ଲକ୍ଷାଧିକ ଲୋକଙ୍କ ଜୀବନ ହାନୀ ହୋଇଥିଲା । ଅନେକ ଦେଶ ସହାୟତାର ହାତ ବଢ଼ାଇ ଥିଲେ । ହେଲେ ଭାରତ ଏକମାତ୍ର ଦେଶ ଯିଏ ପ୍ରଥମେ ଭୂକମ୍ପ ପ୍ରପୀଡ଼ିତଙ୍କ ପାଖକୁ ପହଞ୍ଚିଥିଲା । ଏନେଇ ଭାରତ ପକ୍ଷରୁ 'ଅପରେସନ ଦୋସ୍ତ' ଆରମ୍ଭ ହୋଇଥିଲା । ଏକ ୯୯ ଜଣିଆ ସ୍ୱତନ୍ତ୍ର ମିଲିଟାରୀ ଟିମ ତୁର୍କୀ ଯାଇ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ସେବା ଯୋଗାଇଥିଲେ । ସେହି ଟିମ୍‌ରେ ଥିଲେ ଏକମାତ୍ର ଓଡ଼ିଆ ଯବାନ। ଆଉ ସେଇ ଓଡ଼ିଆ ଯବାନ ହେଉଛନ୍ତି ଅନୁଗୋଳ ଜିଲ୍ଲାର ବିବେକାନନ୍ଦ ଦେହୁରୀ । ଏବେ ସେ ଛୁଟିରେ ଆସିଥିବା ବେଳେ ଇଟିଭି ଭାରତ ସହ ସେହି ଭୟଙ୍କର ଅନୁଭୂତିକୁ ବଖାଣିଛନ୍ତି ।

ଅନୁଗୋଳ ଜିଲ୍ଲା କୁମୁରିସିଂହା ପଞ୍ଚାୟତ ଗଡ଼ତଇଳା ଗ୍ରାମର ବିବେକାନନ୍ଦ ଦେହୁରୀ ଥିଲେ ତୁର୍କୀରେ ମୁତୟନ ହୋଇଥିବା ରେସ୍କ୍ୟୁ ଟିମ୍‌ର ଜଣେ ସଦସ୍ୟ । ବିବେକାନନ୍ଦ ୬୬ପାରା ରେଜିମେଣ୍ଟରେ ଜଣେ ପାରା କମାଣ୍ଡ ଭାବେ ଦୀର୍ଘ ୧୧ବର୍ଷ ହେଲା କାମ କରୁଛନ୍ତି । ହଠାତ ସରକାରଙ୍କ ନିର୍ଦ୍ଦେଶରେ ଏହି ଟିମ୍‌ ତୁର୍କୀ ଯାଇଥିଲା । ସେଠାରେ ପହଞ୍ଚିବା ପରେ କେତେ ଭୟଙ୍କର ଥିଲା ସେଠାକାର ଦୃଶ୍ୟ ଏବଂ କେମିତି ଭାଙ୍ଗି ଯାଇଥିବା ଘର ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ ସେନେଇ ବିସ୍ତୁତ ଭାବେ କହିଛନ୍ତି ବିବେକାନନ୍ଦ । ଭାରତୀୟ ଉଦ୍ଧାରକାରୀ ଟିମ୍‌କୁ ତୁର୍କୀର ଜନସାଧାରଣ ଅନେକ ପ୍ରସଂଶା କରିଥିଲେ । ଦୈନିକ ପ୍ରାୟ ୫ଶହରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଉଥିଲା ।

ଏନେଇ ସେ କହିଛନ୍ତି,"ସେଠାରେ ୧୪ଦିନ ରହିବା ଭିତରେ ଅନେକ ଥର ଭୂମିକମ୍ପର ସମ୍ମୁଖିନ ହେବାକୁ ପଡିଛି । ଉଦ୍ଧାର କରିବା ସମୟରେ ଜୀବନ ପ୍ରତି ବିପଦ ରହିଥିଲା । ତଥାପି ସେସବୁକୁ ଖାତିରି ନକରି ସହାୟତା କାମରେ ଲାଗି ପଡିଥିଲା ଭାରତୀୟ ଟିମ । ସେଠାରୁ ସଫଳତାର ସହ ଫେରିବା ପରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ। "ଓଡ଼ିଆ ମାଟିର ପୁଅ ହୋଇ ଏତେ ବଡ଼ ଅପରେସନରେ ସାମିଲ ହୋଇ ସେ ନିଜକୁ ଗର୍ବ ଅନୁଭବ କରୁଥିବା କହିଛନ୍ତି । ବିବେକାନନ୍ଦ କିଛି ଦିନ ହେଲା ଛୁଟିରେ ନିଜ ଗାଁକୁ ଆସିଛନ୍ତି । ତାଙ୍କର ଏହି କାର୍ଯ୍ୟପାଇଁ ପଞ୍ଚାୟତ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିବେକାନନ୍ଦଙ୍କ ପରି ଜଣେ ଯବାନ କେବଳ ଜିଲ୍ଲା କାହିଁକି ପୁରା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Apr 11, 2023, 8:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.