ETV Bharat / state

ଦେଶପ୍ରେମର ଏନ୍ତୁଡିଶାଳ ଅନୁଗୋଳର ବାଜିରାଉତ ଛାତ୍ରାବାସ - ଗଡଜାତ ଆନ୍ଦୋଳନ

ଅନୁଗୋଳର ବାଜିରାଉତ ଛାତ୍ରାବାସ । ଯାହାକି ସ୍ବାଧୀନତାର 5 ବର୍ଷ ପୂର୍ବରୁ ନବକୃଷ୍ଣ ଚୌଧୁରୀ ଓ ବିପ୍ଲବୀ ମାଳତୀ ଦେବୀଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିଲା । ଯାହାକି ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୋର ଚେତନାକୁ ବଞ୍ଚାଇ ରଖିଛି ।

ଡିଜାଇନ ଫଟୋ
author img

By

Published : Aug 14, 2019, 10:13 PM IST

Updated : Aug 15, 2019, 5:08 AM IST

ଅନୁଗୋଳ: ବର୍ଷ ଥିଲା 1942 । ଏହି ସମୟରେ ଗୋରା ସରକାରକୁ ଦେଶରୁ ତଡିବା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ ସ୍ବାଧୀନତା ସଂଗ୍ରାମୀ । ସେହି ସମୟରେ ଗଡଜାତ ଆନ୍ଦୋଳନର ସୁତ୍ରଧର ସାଜିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ନିଜସ୍ବ ଚେଷ୍ଟାରେ ଅନୁଗୋଳରେ ଆରମ୍ଭ ହୋଇଥିଲା ବାଜି ରାଉତ ଛାତ୍ରାବାସ । ଉଦ୍ଦେଶ୍ୟ ଥିଲା ଭାରତ ଛାଡ ଆନ୍ଦୋଳନରେ ବନ୍ଦୀ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସନ୍ତାନକୁ ଶିକ୍ଷାଦାନ । ତେବେ ସେ ସମୟର ଛାତ୍ରାବାସ ବର୍ତ୍ତମାନ ମଣିଷ ଗଢା କାରଖାନାରେ ପରିଣତ ହୋଇଛି । ଏହି ଅନୁଷ୍ଠାନ ଆଜି ବି ସ୍ବାଧୀନତାର ବାର୍ତ୍ତା ବହନ କରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ 1938 ମସିହାରେ ଗଡଜାତ ଆନ୍ଦୋଳନର ସୂତ୍ରପାତ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ନବବାବୁ, ମାଳତି ଦେବୀ, ଗୋପବନ୍ଧୁ ଚୌଧୁରୀ ଓ ଶାରଙ୍ଗ ଧର ଦାସଙ୍କ ଭଳି ସ୍ବାଧିନତା ସଂଗ୍ରାମୀ ଗଡଜାତ ଆନ୍ଦୋଳନର ନେତୃତ୍ବ ନେଉଥିଲେ । ଏପଟେ ସମୟ ବଦଳିଛି କିନ୍ତୁ ନିଜ କର୍ତ୍ତବ୍ୟ ଭୁଲିନି ଏହି ଅନୁଷ୍ଠାନ । ଆଜି ମଧ୍ୟ ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହ ସୂତା କଟା, ଲୁଗାବୁଣା, ବଢେଇକାମ, କୃଷି, ସଫେଇ ସହ ନୃତ୍ୟ ଓ ସଙ୍ଗୀତ ଆଦି ଶିକ୍ଷା ଦିଆଯାଉଛି ।

ତ୍ୟାଗ ଓ ସମାଜ ପାଇଁ ଆଜିବି ଉତ୍ସର୍ଗୀକୃତ ଏହି ଅନୁଷ୍ଠାନ । ଅନେକ ବାଧା ବିପତ୍ତି ସତ୍ତ୍ବେ କେବେବି ନୀତି ଆଦର୍ଶରୁ ବିଚ୍ୟୁତି ହୋଇନାହିଁ । ଏ ସବୁ ପଛରେ ଅଛନ୍ତି, ନବବାବୁ ଓ ମାଳତି ଦେବୀଙ୍କ ସୁକନ୍ୟା କ୍ରୀଷ୍ଣା ମହାନ୍ତି । ମା’ ବାପାଙ୍କ ଦେହାନ୍ତ ପରେ ଏହି ଅନୁଷ୍ଠାନକୁ କେବେବି ପଥଚ୍ୟୁତ ହେବାକୁ ଦେଇ ନାହାନ୍ତି ସେ । ଆପଣାର ପ୍ରଚେଷ୍ଟାରେ ଏହି ମଣିଷ ଗଢା କାରଖାନାକୁ ସେଇ ନୀତି ଓ ଆଦର୍ଶରେ ଚଳାଇ ଆସୁଛନ୍ତି ।

ଏବେବି ଏଠାରେ ଗାନ୍ଧୀଙ୍କ ନୀତିଶିକ୍ଷା ରବୀନ୍ଦ୍ର ନାଥ ଟାଗୋରଙ୍କ ଚିନ୍ତାଧାରା ଏବଂ ବାପି ନୁମାଙ୍କ ଆଦର୍ଶକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରହିଛି । ଅନୁଗୋଳକୁ ଯେଉଁ ବିଶିଷ୍ଟ ବ୍ୟକ୍ତି ରାଜ୍ୟ ତଥା ଦେଶରୁ ଆସନ୍ତୁ ନା କାହିଁକି ଏହି ଛାତ୍ରାବାସ ନିକଟରେ ତାଙ୍କ ମଥା ନଇଁ ଯାଏ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 15, 2019, 5:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.