ETV Bharat / state

ବଢ଼ୁଛି ସଂକ୍ରମଣ, ତଥାପି ଅମାନିଆଙ୍କୁ କାବୁ କରିବାରେ ଅକ୍ଷମ ପ୍ରଶାସନ

author img

By

Published : May 22, 2021, 10:56 PM IST

କରୋନା ସଂକ୍ରମଣରେ ଏବେ ଅନୁଗୋଳ ଜିଲ୍ଲା ସାରା ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି। କିଛି ଦିନ ହେଲା ଯେଉଁ ହାରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଆଉ ଅଳ୍ପ ଦିନ ପରେ ରାଜ୍ୟରେ ସଂକ୍ରମଣରେ ଜିଲ୍ଲା ପ୍ରଥମ ସ୍ଥାନରେ ରହିବାର ଆଶଙ୍କା କରାଯାଉଛି। ଅଧିକ ପଢନ୍ତୁ...

ବଢ଼ୁଛି ସଂକ୍ରମଣ, ତଥାପି ଅମାନିଆଙ୍କୁ କାବୁ କରିବାରେ ଅକ୍ଷମ ପ୍ରାଶାସନ

ଅନୁଗୋଳ: ଅମାନିଆଙ୍କ ଉପରେ କାହାର କାବୁ ନାହିଁ । କରୋନା କଟକଣାକୁ ଫୁ କରି ଦେଇଛନ୍ତି କିଛି ଅମାନିଆ। ସେମାନଙ୍କୁ ସାବାଡ଼ କରିବାକୁ ନା ପୋଲିସ ନା ପ୍ରଶାସନ କାହାର ନଜର ପଡୁନି। ଏହାର ଫଳ ଭୋଗୁଛନ୍ତି ଅନୁଗୋଳ ଜିଲ୍ଲାବାସୀ। ଆଜି(ଶନିବାର) କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଲାଣି। ଦୈନିକ ୯୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୬୪୯ ଜଣ ଆକ୍ଟିଭ ଅଛନ୍ତି। ସରକାରୀ ଭାବେ ୬୭ଜଣଙ୍କ ଜୀବନ ଗଲାଣି। ତଥାପି ଲୋକେ ଚେତୁ ନାହାନ୍ତି କି ପୋଲିସ ଓ ପ୍ରଶାସନ ସକ୍ରିୟ ହେଉ ନାହାନ୍ତି।

କରୋନା ସଂକ୍ରମଣରେ ଏବେ ଅନୁଗୋଳ ଜିଲ୍ଲା ସାରା ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି। ଖୋର୍ଦ୍ଧା ଓ କଟକ ପରେ ଅନୁଗୋଳରେ ହୁ ହୁ ହୋଇ ବଢୁଛି ସଂକ୍ରମଣ। କିଛି ଦିନ ହେଲା ଯେଉଁ ହାରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ଆଉ ଅଳ୍ପ ଦିନ ପରେ ରାଜ୍ୟରେ ସଂକ୍ରମଣରେ ଜିଲ୍ଲା ପ୍ରଥମ ସ୍ଥାନରେ ରହିବାର ଆଶଙ୍କା କରାଯାଉଛି। ଏହାର ପ୍ରମୁଖ କାରଣ ସାଜିଛନ୍ତି କିଛି ଅମାନିଆ ଏବଂ ପୋଲିସ ଓ ପ୍ରଶାସନର ଢିଲାପଣ। ଲକଡାଉନ ଓ ସପ୍ତାହାନ୍ତ ସଟଡାଉନ ଚାଲିଥିଲେ ମଧ୍ୟ ସେଥିପ୍ରତି କାହାର ଖାତିରି ନାହିଁ। କେବଳ ଦୋକାନ ବନ୍ଦ ରହିଛି। କିନ୍ତୁ, ଲୋକେ ସାଧାରଣ ଜୀବନଯାତ୍ରା ଜାରି ରଖିଛନ୍ତି। ଯେଉଁଠି ଦେଖିଲେ ମନଇଚ୍ଛା ଲୋକେ ଦଳଦଳ ହୋଇ ବୁଲୁଛନ୍ତି। ଯୁଆଡେ ଦେଖିଲେ ଗାଡି ମୋଟର ମାଳ ମାଳ। କିଛି ଦୋକାନୀ ବାହାରୁ ତାଲା ଲଗାଇ ଭିତରେ ଲୋକଙ୍କୁ ଭର୍ତ୍ତି କରି ବିକ୍ରିବଟା କରୁଛନ୍ତି। ଏସବୁକୁ ଦେଖିବାକୁ ନା ପୋଲିସ ନା ପ୍ରଶାସନ କେହି ନାହାନ୍ତି। କିଛି ଛକ ଜାଗାରେ ପୋଲିସ କେବଳ ଜଗି ରହିଛି। ହେଲେ କିଏ କୁଆଡେ କାହିଁକି ଯିବା ଆସିବା କରୁଛି ସେଥିପ୍ରତି କୌଣସି ପଦକ୍ଷେପ ନେଉ ନାହିଁ। ପ୍ରଶାସନ ଖବର ପାଇଲେ କାଁ ଭାଁ କୋଉଠି ଗୋଟେ ଦୋକାନ ସିଲ କରି ନିଜ ଦାୟିତ୍ୱ ସାରି ଦେଉଛି। ତେଣୁ କେବଳ ଭଗବାନଙ୍କ ଭରସାରେ ଚାଲିଛି ଅନୁଗୋଳ।

ଏବେ ଜିଲ୍ଲାର ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଛି। ବିଶେଷ କରି ତାଳଚେର ଛେଣ୍ଡିପଦା ଓ ବଅଁରପାଳ ବ୍ଲକ ଅଞ୍ଚଳରେ ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି। ଏହି ବ୍ଲକରେ ବଡ଼ ବଡ଼ କାରଖାନା ଓ ଖଣି ରହିଛି। ସେଠାରେ କାମ କରୁଥିବା ବହୁ କର୍ମଚାରୀ ବିଭିନ୍ନ ସ୍ଥାନରେ ଭଡା ଘରେ ରହୁଛନ୍ତି। ଅନେକ ସଂକ୍ରମିତ ବିନା କାରଣରେ ବାହାରେ ବୁଲାବୁଲି କରୁଛନ୍ତି। ଖଣି ଓ କାରଖାନା କର୍ତ୍ତୃପକ୍ଷ ନିଜସ୍ୱ ସଂଗରୋଧ କେନ୍ଦ୍ର କରି ସଂକ୍ରମିତଙ୍କୁ ରଖିବା କଥା।

କିନ୍ତୁ ନା ସେମାନେ କିଛି କରୁଛନ୍ତି ନା ପ୍ରଶାସନ ସେମାନଙ୍କୁ କଡା ତାଗିଦ କରୁଛି। ଏହାଛଡା ଗ୍ରାମାଞ୍ଚଳରେ ପୋଲିସ ଏନ୍ଫୋର୍ସମେଣ୍ଟ କିଛି ନାହିଁ କହିଲେ ଚଳେ। ପ୍ରଶାସନ ତରଫରୁ କୋଭିଡ ପରିଚାଳନା ପାଇଁ ଅନେକ ପଦକ୍ଷେପ ନିଆ ଯାଉଛି। ହେଲେ ସଠିକ ଢଙ୍ଗରେ ତାହା କାର୍ଯ୍ୟକାରୀ ହେଉ ନାହିଁ। ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ମାତ୍ର ନମୁନା ପରୀକ୍ଷା କେନ୍ଦ୍ର ଅଛି। ତେଣୁ ଦୈନିକ ହଜାର ହଜାର ଲୋକ ଆସି ପରୀକ୍ଷା କରାଇବାକୁ ରୁଣ୍ଡ ହେଉଛନ୍ତି। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନି। ଫଳରେ ସଂକ୍ରମଣ ବଢୁଛି। ପରୀକ୍ଷା କରାଇବା ପରେ ୪/୫ ଦିନ ପରେ ରିପୋର୍ଟ ଦିଆ ଯାଉଥିବାରୁ ସେତିକି ସମୟ ବ୍ୟବଧାନରେ ଜଣେ ସଂଗରୋଧରେ ନରହି ସାଧାରଣ ଭାବେ ଚଳ ପ୍ରଚଳ କରୁଛି। ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଛି।

ତେବେ ଅନୁଗୋଳ ଏସପି ଜଗମୋହନ ମୀନା ଫୋନ ଯୋଗେ ସୂଚନା ଦେଇଛନ୍ତି ଯେ, ପୋଲିସ ସର୍ବଦା ସଜାଗ ରହିଛି। ଆଜି ସୁଦ୍ଧା ୧୪୭୦ ଜଣ ଅମାନିଆଙ୍କ ବିରୁଦ୍ଧରେ ୪୩୯ଟି କେଶ ରୁଜୁ କରାଯାଇଛି। ୫୧୩ଟି ଗାଡି ସିଜ ହୋଇଛି। ୧୪୭ଟି ଦୋକାନ ସିଲ କରାଯାଇଛି। ମାସ୍କ, ହେଲମେଟ ଓ ଅନ୍ୟାନ୍ୟ ବାବଦରେ ମୋଟ ୮୬ଲକ୍ଷ, ୮୩ହଜାର, ୪୦୦ଟଙ୍କା ଫାଇନ ଆଦାୟ ହୋଇଛି। ଏହା ସତ୍ତ୍ୱେ ଅମାନିଆଙ୍କ ଉପରେ କୌଣସି ପ୍ରଭାବ ନପଡିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ପଡିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.