ଅନୁଗୋଳ: ବିଧବା ମହିଳାଙ୍କୁ ଘରେ ରଖାଇ ଦେଉନାହାନ୍ତି ଶାଶୁଘର ଲୋକେ। ସ୍ବାମୀ ଓ 9 ବର୍ଷର ପୁଅର ମୃତ୍ୟୁ ପରେ ବିଧବାଙ୍କୁ ଦିଆଯାଉଛି ନିର୍ଯାତନା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ କୌଣସି କଯ୍ୟାନୁଷ୍ଠାନ ନ ନେବାରୁ ବାଧ୍ୟ ହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅସହାୟ ମହିଳା । ଏଭଳି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲା ହଣ୍ଡାପା ଥାନା ଅଙ୍ଗପଡା ଗାଁରେ ।
ସେହି ଗାଁର ରଞ୍ଜନା ମହାନ୍ତିଙ୍କର ଶ୍ବଶୁର ଘର ଲୋକେ ତାଙ୍କୁ ଘରେ ରଖେଇ ଦେଉନାହାନ୍ତି । ଏହା ସହ ନାନା ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଏନେଇ ସେ ଗାଁର ମହିଳା ସମିତି ଜରିଆରେ ହଣ୍ଡାପା ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସେମାନେ ବାଧ୍ୟହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ