ETV Bharat / state

ପୂଜାମଣ୍ଡପକୁ ବିବାହମଣ୍ଡପ କରି ଚାଲିଥିଲା ବ୍ୟବସାୟ, ସିଲ କଲା ପ୍ରଶାସନ

ଅନୁଗୋଳ ଜିଲ୍ଲା ଅମଲାପଡାରେ ବେଆଇନ ବିବାହ ମଣ୍ଡପକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ବେଆଇନ ବିବାହ ମଣ୍ଡପକୁ ସିଲ କଲା ପ୍ରଶାସନ
ବେଆଇନ ବିବାହ ମଣ୍ଡପକୁ ସିଲ କଲା ପ୍ରଶାସନ
author img

By

Published : Jul 30, 2021, 6:33 PM IST

ଅନୁଗୋଳ: ପୂଜା ମଣ୍ଡପକୁ ବିବାହ ମଣ୍ଡପରେ ପରିଣତ କରି ଚାଲିଥିଲା ବ୍ୟବସାୟ । ଯାହାକୁ ସିଲ କରିଛି ପ୍ରଶାସନ । ଜିଲ୍ଲାର ଅମଲାପଡାରେ ଥିବା ଏଭଳି ୩ଟି ବେଆଇନ ବିବାହ ମଣ୍ଡପକୁ ଆଜି(ଶୁକ୍ରବାର) ସିଲ କରିଛି ଜିଲ୍ଲା ପ୍ରଶାସନ ।

ବେଆଇନ ବିବାହ ମଣ୍ଡପକୁ ସିଲ କଲା ପ୍ରଶାସନ

ଅନୁଗୋଳ ସହରର ଅମଲାପଡା ଦୁର୍ଗା ପଡ଼ିଆରେ ଜବରଦଖଲ କରିଥିବା ୨ଟି ବିବାହ ମଣ୍ଡପକୁ ପ୍ରଶାସନ ଆଜି ସିଲ କରିଛି । କାର୍ଯ୍ୟରତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୌର ନିର୍ବାହୀ ଅଧିକାରୀ ବ୍ୟାପକ ପୋଲିସ ଫୋର୍ସ ସହାୟତାରେ ସିଲ କରିଛନ୍ତି । ଦୁର୍ଗା ପଡିଆରେ ସରକାରୀ ଜମିରେ ଦୀର୍ଘ ବର୍ଷ ହେଲା ବେହେରା ଟେଣ୍ଟ ହାଉସ ନାମରେ ଦୁଇଟି ବଡ଼ ବଡ଼ ବିବାହ ମଣ୍ଡପ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରି ଆସୁଥିଲେ କିଛି ବ୍ୟବସାୟୀ । ଫଳରେ ପ୍ରଶାସନ ବ୍ୟାପକ ରାଜସ୍ବ ହରାଉଥିଲା ।

ଏନେଇ ସ୍ଥାନୀୟ ଲୋକେ ମଧ୍ୟ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ । ଏ ସମ୍ପର୍କରେ ତଦନ୍ତ କରିବା ପରେ ଆଜି ପ୍ରଶାସନ ଏହି ମଣ୍ଡପକୁ ସିଲ କରିଛି । ଅନ୍ୟ ପକ୍ଷରେ ବେହେରା ଟେଣ୍ଟ ହାଉସ ମାଲିକ କହିଛନ୍ତି ଯେ ସେମାନେ କୌଣସି ପ୍ରକାର ଜବରଦଖଲ କରିନଥିଲେ। ତାଙ୍କୁ ପୂଜା କମିଟିର କିଛି କର୍ମକର୍ତ୍ତା ଏଠାରେ ଜାଗା ଦେଇଥିଲେ । ବଦଳରେ ଦଶହରା ସମୟରେ ସମସ୍ତ ପ୍ରକାର ସହାୟତା ଦେବାକୁ ମଧ୍ୟ କହିଥିଲେ । କିନ୍ତୁ ଗତକାଲି ପ୍ରଶାସନ ନୋଟିସ ପଠାଇ ଏହାକୁ ସିଲ କରିଛି । ଏହି ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.