ETV Bharat / state

ତତଲା କଡେଇରେ ଭାଜି ହେଲାଣି ଅନୁଗୋଳ, ସାଧାରଣ ଜୀବନଯାତ୍ରା ବ୍ୟାହତ - ରାଜ୍ୟର ତତଲା ସହର ଅନୁଗୋଳ

ସକାଳ ୧୦ଟା ବାଜିଲେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ମୁହଁ ଦେହ ତାତି ଯାଉଛି । ପାଟି ଓଠ ଶୁଖି ଯାଉଛି । କିଛି ଦିନ ହେଲା ସାଧାରଣ ଜୀବନଯାତ୍ରା ଅସହ୍ୟ ହୋଇ ପଡିଛି ।

ମାର୍ଚ୍ଚ ରୁ ମେ’ର ତାତି ,  ରାଜ୍ୟର ତତଲା ସହର ଅନୁଗୋଳ

author img

By

Published : Mar 1, 2021, 8:43 PM IST

ଅନୁଗୋଳ: ଅସହ୍ୟ ହେଉଛି ତାତି । ଊର୍ଦ୍ଧ୍ବମୁହାଁ ପାରଦ । ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଅନୁଗୋଳ । ରବିବାର ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ପାର ହୋଇଥିଲା । ଯାହାକି ବିଗତ ୧୦ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

ମାର୍ଚ୍ଚ ରୁ ମେ’ର ତାତି , ରାଜ୍ୟର ତତଲା ସହର ଅନୁଗୋଳ

ଖଣି ଖାଦାନ ଅଞ୍ଚଳରେ ଏବେ ଠାରୁ ତାପମାତ୍ରା ୪୦ ଡିଗ୍ରୀ ପାରେଇଲାଣି । ଫେବୃଆରୀ ମାସ ଶେଷରୁ ଏତେ । ତେଣୁ ଆଗକୁ ପରିସ୍ଥିତି ଆହୁରି ଜଟିଳ ହୋଇ ପଡିବ। ଏହାକୁ ନେଇ ଜିଲ୍ଲାବାସୀ ଚିନ୍ତାରେ ।

ସକାଳ ୧୦ଟା ବାଜିଲେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି । ମୁହଁ ଦେହ ତାତି ଯାଉଛି । ପାଟି ଓଠ ଶୁଖି ଯାଉଛି । କିଛି ଦିନ ହେଲା ସାଧାରଣ ଜୀବନଯାତ୍ରା ଅସହ୍ୟ ହୋଇ ପଡିଛି । ରେକର୍ଡ ଦେଖିଲେ ଜଣା ପଡୁଛି ଯେ, ଗତ ୨୦୨୦ ଫେବୃଆରୀ ୨୮ ତାରିଖରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୬ ଡିଗ୍ରୀ ରହିଥିଲା । ୨୦୧୯ ଫେବୃଆରୀ ୨୮ରେ ତାପମାତ୍ରା ୩୧.୭ ଡିଗ୍ରୀ ରହିଥିଲା । ସେହିପରି ଗତ ବର୍ଷ ଗୁଡିକୁ ଦେଖିଲେ ଏହି ଦିନରେ ସର୍ବୋଚ୍ଚ ତାପମାତ୍ରା ୩୦ରୁ ୩୫ଡିଗ୍ରୀ ମଧ୍ୟରେ ରହିଥିଲା । କିନ୍ତୁ ଚଳିତ ବର୍ଷ ଯେଉଁଭଳି ଭାବେ ଆଶାତୀତ ଭାବେ ବୃଦ୍ଧି ପାଇଛି ଆଗାମୀ ଦିନରେ ବଡ଼ ଧରଣର ବିପଦକୁ ସୂଚେଇ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଅନୁଗୋଳରେ ଗତ ଫେବୃଆରୀ ମାସ ୨୧ତାରିଖ ଠାରୁ ତାପମାତ୍ରା ବଢିବା ଆରମ୍ଭ ହୋଇଥିଲା । ୨୧ ରେ ୩୨.୨ ଡିଗ୍ରୀ, ୨୨ରେ ୩୪.୧, ୨୩ ରେ ୩୫.୭, ୨୪ ରେ ୩୫.୭, ୨୫ରେ ୩୭.୫, ୨୬ ରେ ୩୮.୧, ୨୭ରେ ୩୮.୯ ଏବଂ ୨୮ ତାରିଖରେ ହଠାତ ୪୦.୧ଡିଗ୍ରୀକୁ ବୃଦ୍ଧି ପାଇଲା । ଏଥରୁ ସ୍ପଷ୍ଟ ଜଣା ପଡୁଛି ପ୍ରତିଦିନ ୨/୩ଡିଗ୍ରୀ ତାପମାତ୍ରା ବଢୁଛି । ଏଥିଯୋଗୁଁ ବିଶେଷ ଭାବେ ଖଟିଖିଆ, ଦିନ ମଜୁରିଆ ସବୁଠାରୁ କ୍ଷତିଗ୍ରସ୍ତ ହେଉଛନ୍ତି । ସେମାନେ କାମଧନ୍ଦା କରିବାକୁ ଯାଇ ପାରୁନାହାଁନ୍ତି । ସହରାଞ୍ଚଳରେ ମଧ୍ୟାହ୍ନ ୧୨ଟା ବାଜିଲେ ରାସ୍ତାଘାଟ ସବୁ ଶୁନଶାନ ହୋଇଯାଉଛି । ଲୋକେ ବିଭିନ୍ନ ଥଣ୍ଡା ପାନୀୟ ଦୋକାନ, ତରଭୁଜ, ଆଖୁ ରସ ଆଦି ବିକ୍ରି ହେଉଥିବା ଜାଗା ଗୁଡିକରେ ଭିଡ଼ ଜମାଉଛନ୍ତି । ଏପଟେ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।

ମାର୍ଚ୍ଚ ମାସ ଆରମ୍ଭରୁ ଖରା କଲବଲ କଲାଣି। ଆଗକୁ ଆହୁରି ଅଛି । ତେଣୁ ଚଳିତ ବର୍ଷ ଅଂଶୁଘାତ ସମସ୍ୟା ବଢିବାର ଆଶଙ୍କା ରହିଛି । ବ୍ୟାପକ କଳ କାରଖାନା ଓ ଖଣିଖାଦାନ ଯୋଗୁଁ ବହୁ ସଂଖ୍ୟାରେ ଜଙ୍ଗଲ ନଷ୍ଟର ଏହି ପ୍ରଭାବ ବୋଲି ପରିବେଶ ପ୍ରେମୀମାନେ ମତ ପୋଷଣ କରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.