ETV Bharat / state

ପାପ ଉପରେ ପୁଣ୍ୟର ବିଜୟ ‘ହୋଲିକା ଦହନ’ - Holi ka dahan

ରଙ୍ଗର ପର୍ବ ହୋଲି ପାଇଁ ସାରା ଦେଶ ଉତ୍ସବ ମୁଖର । ଚାରିଆଡେ ଖୁସିର ଲହରି । କାରଣ ହୋଲିର ଏହି ଉତ୍ସବକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇଛି ପରିବେଶ । ପରସ୍ପରକୁ ଫଗୁର ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ହେଲେ ହୋଲିର ଠିକ ପୂର୍ବ ଦିନ ହୋଲି କା ଦହନ ପାଳିଛନ୍ତି ଅନୁଗୋଳର ମାରୱାଡି ସମ୍ପ୍ରଦାୟ । ଅଧିକ ପଢନ୍ତୁ...

ପାପ ଉପରେ ପୂଣ୍ୟର ଜୟ ହୋଲି କା ଦହନ
ପାପ ଉପରେ ପୂଣ୍ୟର ଜୟ ହୋଲି କା ଦହନ
author img

By

Published : Mar 10, 2020, 8:39 AM IST

Updated : Mar 10, 2020, 9:11 AM IST

ଅନୁଗୋଳ: ଭକ୍ତ ପ୍ରହଲ୍ଲାଦଙ୍କ ପାଇଁ ହୋଲିକା ରାକ୍ଷସୀର ଦହନ । ନିଜର ଭକ୍ତି ବଳରେ ରାକ୍ଷସ ଶକ୍ତିର ବିନାଶ ହୋଇଥିଲା । ପୁରାଣର ଏହି କଥା ବସ୍ତୁକୁ ଆଜି ବି ପାଳନ କରିଆସୁଛନ୍ତି ମାରୱାଡ଼ି ସମ୍ପ୍ରଦାୟର ଲୋକେ । ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ପାଳନ କରିଛନ୍ତି ହୋଲିକା ଦହନ ଉତ୍ସବ । ଯେଉଁଥିରେ ସାମିଲ ହୋଇଥିଲେ ମାରୱାଡି ସମ୍ପ୍ରଦାୟର ସବୁ ବର୍ଗର ଲୋକେ ।

ପାପ ଉପରେ ପୁଣ୍ୟର ବିଜୟ ‘ହୋଲିକା ଦହନ’

ଅନୁଗୋଳ ମାରୱାଡ଼ି ସମାଜ ପକ୍ଷରୁ ପାଳନ ହୋଇଛି ହୋଲିକା ଦହନ ଉତ୍ସବ । ପୁରାଣରେ ବର୍ଣ୍ଣିତ କଥା ବସ୍ତୁ ବିଶ୍ବାସ ଆଧାରରେ ଯେଭଳି ନିଜର ସଚ୍ଚୋଟତା ଓ ଭକ୍ତି ପାଇଁ ଭକ୍ତ ପ୍ରହ୍ଲାଦଙ୍କ ନିକଟରେ ରାକ୍ଷସୀ ହୋଲିକାର ଦହନ ହୋଇଥିଲା । ଠିକ ସେଭଳି ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ସଦୃଶ ପାଳନ ହୋଇଛି ଏହି ହୋଲିକା ଦହନ । ଗୋବରରେ ତିଆରି ସ୍ବତନ୍ତ୍ର ବଡକୁଲ୍ଲକୁ ଦହନ କରି ବିଧି ଅନୁଯାୟୀ ପୂଜା ଅର୍ଚ୍ଚନା କରିବା ପରେ ଏମାନେ ପାଳନ କରିଥିଲେ ହୋଲି ଉତ୍ସବ।

ବିଳମ୍ବିତ ରାତ୍ରିରେ ମାରୱାଡି ସମ୍ପ୍ରଦାୟର ମହିଳା ଓ ପୁରୁଷ ଏକାଠି ହୋଇ ହୋଲିକା ଦହନ ପରେ ପାଳିଥିଲେ ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ହୋଲିକା ଦହନର ବିଜୟ ଉତ୍ସବ ସଦୃଶ ହୋଲି ଖେଳରେ ମସଗୁଲ ହୋଇ ଯାଇଥିଲେ । ଏହାସହ ନୃତ୍ୟ ଓ ଗୀତର ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯାହାର ଭରପୁର ମଜା ଉଠିଥିଲେ ଏହି ସମ୍ପ୍ରଦାୟର ଲୋକେ । ଅନୁଗୋଳ ମାରୱାଡ଼ି ଧର୍ମଶାଳାରେ ଏହି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 10, 2020, 9:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.