ETV Bharat / state

ବର୍ଷାରେ ଉବୁଟୁବୁ ଅନୁଗୋଳ ଜିଲ୍ଲା

ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅଧିକ ଖବର ପଢନ୍ତୁ...

author img

By

Published : Aug 15, 2020, 8:36 PM IST

ବର୍ଷାରେ ଉବୁଟୁବୁ ଅନୁଗୋଳ ଜିଲ୍ଲା
ବର୍ଷାରେ ଉବୁଟୁବୁ ଅନୁଗୋଳ ଜିଲ୍ଲା

ଅନୁଗୋଳ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଗତକାଲି ଅନୁଗୋଳରେ ହାରାହାରି 86 ମିଲି ମିଟର ବର୍ଷା ହୋଇଥିବା ବେଳେ ଆଜି 44 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେଣୁ ରାସ୍ତାଘାଟ ପାଣିରେ ଭର୍ତ୍ତି ହୋଇ ରହିଛି ।

ଲଗାଣ ବର୍ଷା ସବୁଠାରୁ ଅଧିକ କଣିହାଁ ବ୍ଲକରେ ରେକର୍ଡ କରାଯାଇଛି। ଆଜି ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ କଣିହାଁ ବ୍ଲକରେ 64 ମିଲିମିଟର ବର୍ଷା ହୋଇଛି। ଆହୁରି ଝିପି ଝିପି ବର୍ଷା ଲାଗି ରହିଛି । ବର୍ଷା ପ୍ରଭାବରେ କଣିହାଁ ବଜ୍ରକୋଟ ରାସ୍ତା ଉପରେ ପ୍ରାୟ 3ଫୁଟ ପାଣି ଚାଲୁଛି ।

ବର୍ଷାରେ ଉବୁଟୁବୁ ଅନୁଗୋଳ ଜିଲ୍ଲା

ବଜ୍ରକୋଟ ଓ ଝରାବେରେନି ଗାଁ ଭିତରେ ପାଣି ପଶିଯାଇଛି। କିଛି ଘର ଭିତରେ ମଧ୍ୟ ପାଣି ପଶି ଯାଇଥିବା ନଜିର ରହିଛି। ଲୋକେ ନିଜେ ନାଳ ଖୋଲି ବର୍ଷା ଜଳ ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି। ଆହୁରି 2 ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଗକୁ ଅସୁବିଧା ହୋଇପାରେ ବୋଲି ଆଶଙ୍କା କରାଯାଇଛି।

ବର୍ଷାରେ ଉବୁଟୁବୁ ଅନୁଗୋଳ ଜିଲ୍ଲା
ବର୍ଷାରେ ଉବୁଟୁବୁ ଅନୁଗୋଳ ଜିଲ୍ଲା

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.