ETV Bharat / state

ଅଭିଶପ୍ତ ସାତକୋଶିଆ, ଭୟ ବଢାଉଛି ବନ୍ୟା - ଜଳମଗ୍ନ ସମଗ୍ର ଅଞ୍ଚଳ

ସାତକୋଶିଆ ପାଇଁ ଅଭିଶପ୍ତ ସାଜିଛି ବନ୍ୟା । ଅନେକ ଗାଁ ହୋଇଛି ଜଳମଗ୍ନ । ପାଣି ଘେରରେ ସମଗ୍ର ଅଞ୍ଚଳ । ଅଭୟାରଣ୍ୟରେ ଥିବା ଫରେଷ୍ଟ ରେଞ୍ଜ ଜଳବନ୍ଦୀ ଥିବାବେଳେ ଡ଼ଙ୍ଗା ସାହାର୍ଯ୍ୟରେ ଯା ଆସ କରୁଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 14, 2019, 11:50 PM IST

ଅନୁଗୋଳ: ସାତକୋଶିଆରେ ବନ୍ୟା ରଚିଛି ବିଭିଷିକା । ଅସ୍ତବ୍ୟସ୍ତ କରିଛି ଧନଜୀବନ । ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଟିଳ ହେଉଛି ସ୍ଥିତି । ଜଳମଗ୍ନ ହୋଇଛି ସମଗ୍ର ଅଞ୍ଚଳ । ଟିକରପଡ଼ା, ବେହେରାସାହି, ଘାଟସାହି, ଗଇନ୍ଦି ଓ ମଝିପଡ଼ା ଗାଁ ଏବେ ବି ଜଳବନ୍ଦୀ । ଅଭୟାରଣ୍ୟରେ ଥିବା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପାଣି ଘେରରେ ଥିବାବେଳେ ବୁଡ଼ି ଯାଇଛି କୁମ୍ଭୀର ପ୍ରଜନନ କେନ୍ଦ୍ର ।

ଅଭିଶପ୍ତ ସାତକୋଶିଆ, ଭୟ ବଢାଉଛି ବନ୍ୟା

ଘାଟ ସାହିର ୧୫୦ ରୁ ଉର୍ଦ୍ଧ ମତ୍ସ୍ୟଜିବୀ ଏବେ ପିଲାଛୁଆଙ୍କୁ ନେଇ ଖୋଲା ଆକାଶ ତଳେ କରୁଛନ୍ତି ଜୀବନଯାପନ। ଗାଁ ଗଣ୍ଡାରେ ପାଣି ପଶିଯିବା ଫଳରେ ଶତାଧିକ ଘର ଏବେ ଜଳମଗ୍ନ। ଭାସି ଯାଇଛି ଅନେକ ଲୋକଙ୍କ ଆସାବାବ ପତ୍ର । ପ୍ରାଣ ବିକଳରେ ଯାହା ଉଚ୍ଚ ସ୍ଥାନକୁ ପରିବାର ଓ ଗୃହପାଳିତ ପଶୁଙ୍କୁ ନେଇ ଯାଇଛନ୍ତି ଗ୍ରାମବାସୀ । ରାତି ସାରା ବର୍ଷା ସାଙ୍ଗକୁ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ ।

ରାସ୍ତା ଘାଟ ସବୁକିଛି ଜଳମଗ୍ନ ହୋଇଥିବାରୁ ଡଙ୍ଗା ସାହାର୍ଯ୍ୟରେ ଯିବା ଆସିବା କରୁଛନ୍ତି ବନ୍ୟା ବିପନ୍ନ । ପ୍ରଶାସନ 6 ଟି ଡଙ୍ଗା ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥିତି ଆକଳନ କରିବାକୁ ଅନୁଗୋଳ ଉପଜିଲ୍ଲାପାଳ ନିଜେ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏବଂ ଏହି ସବୁ ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଇବା ପାଇଁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମହାନଦୀର ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁ ଟିକରପଡ଼ା, ବେହେରାସାହି, ଘାଟସାହି, ଗଇନ୍ଦି ଓ ମଝିପଡ଼ା ଗାଁ ଜଳବନ୍ଦୀ । ଘାଟସାହି ଭିତରେ ପାଣି ପଶି ଘର ଭଷାଇ ନେଇଛି । ଟିକରପଡ଼ାରେ ବହୁ ଦୋକାନ ଘର ବୁଡ଼ି ଯାଇଛି । ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପାଣି ଘେରରେ ରହି ଥିବା ବେଳେ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ପାଣି ପଶି ଯାଇଛି । ୩୫୦ରୁ ଅଧିକ ପରିବାର ବନ୍ୟା ଜଳରେ ଫସି ଯାଇଛନ୍ତି । ଘାଟ ସାହିର ୧୫୦ ରୁ ଉର୍ଦ୍ଧ ମତ୍ସ୍ୟଜିବୀ ଏବେ ପିଲାଛୁଆ ଙ୍କୁ ନେଇ ଖୋଲା ଆକାଶ ତଳେ ।Body:ମହାନଦୀ ର ଉପର ମୁଣ୍ଡରେ ବର୍ଷା ହେବାରୁ ମଙ୍ଗଳବାର ସନ୍ଧ୍ୟାରେ ହଠାତ ବର୍ଷା ପାଣି ପ୍ରବାହିତ ହୋଇଥିଲା । ଦେଖୁ ଦେଖୁ ଜଳସ୍ତର ବଢିବାରେ ଲାଗିଲା । ଫଳରେ ଅନୁଗୋଳ ଜିଲ୍ଲା ସାତକୋଶିଆ ର ଟିକରପଡାରେ ନଦୀ ଘାଟରେ ବସବାସ କରୁଥିବା ଗାଁ ଗୁଡିକରେ ପାଣି ପଶି ଯାଇଛି । ଶତାଧିକ ଘର ପାଣିରେ ବୁଡ଼ି ଯାଇଛି । ବହୁ ଜିନିଷ ପତ୍ର ଭାଷି ଯାଇଛି । ଲୋକେ ପ୍ରାଣ ବିକଳରେ ଯାହା କିଛି ଧରି ସ୍କୁଲ ବାରଣ୍ଡାକୁ ପଳାଇ ଆସିଛନ୍ତି । ରାତି ସାରା ବର୍ଷା ସାଙ୍ଗକୁ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ସକାଳେ ନିଜ ନିଜ ଡଙ୍ଗା ସାହାଯ୍ୟରେ ଘର ଭିତରୁ ପାଣିରୁ ନିଜ ନିଜ ଜିନିଷ ଉଦ୍ଧାର କରିଛନ୍ତି । ଛେଳିମେଣ୍ଡା ଆଦି ଗୃହ ପାଳିତ ପଶୁ ମାନଙ୍କୁ ଡଙ୍ଗାରେ ଧରି ଉଚ୍ଚା ଜାଗାକୁ ପଳାଇ ଆସିଛନ୍ତି । ଦୁଇ ଦିନ ହେଲା କାହାର ଚୁଲି ଜଳିନଥିବା ବେଳେ ଭୋକ ଉପାସରେ ରହିଛନ୍ତି ବିପନ୍ନ ମାନେ । ରାସ୍ତା ଉପରେ ୧୦ ଫୁଟ ପାଣି ଥିବା ଯିବାସିବା ବନ୍ଦ ହୋଇ ଯାଇଛି । ଟିକରପଡ଼ା, ବେହେରାସାହି, ମଝିପଡ଼ା ଓ ଗଇନ୍ଦି ଗାଁ ଗୁଡ଼ିକ ମହାନଦୀର ବନ୍ୟାଜଳରେ ସମ୍ପୁର୍ଣ୍ଣରୁରେ ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ଯାଇଛି । ସେମାନଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇ ପଡ଼ିଛି । ଚାରିଆଡ଼େ କେବଳ ପାଣି ହିଁ ପାଣି । ରାସ୍ତାଘାଟ କିଛି ଦେଖା ଯାଉ ନାହିଁ । ଘର ଗୁଡ଼ିକ ବୁଡ଼ି ରହିଛି ।
Byte – 1 ଶୋଭାଗିନୀ ବେହେରା , ବିପନ୍ନ
Byte – 2 ପବି ନାଏକ , ବିପନ୍ନ
Byte – 3 ପମି ବେହେରା , ବିପନ୍ନ
Vo – 2
ବନ୍ୟା ବିପନ୍ନମାନେ ପ୍ରଶାସନିକ ସାହାଯ୍ୟକୁ ଚାହିଁ ବସିଛନ୍ତି । ଅନୁଗୋଳ ଉପଜିଲାପାଳ, ବିଡ଼ିଓ ଓ ବନ ବିଭାଗ ଅଧିକାରୀ ବନ୍ୟାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିପନ୍ନଙ୍କୁ ଚୁଡ଼ା ଚିନି ଦିଆ ଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରା ଯାଉଥିବା ଉପଜିଲା ପାଳ କହିଛନ୍ତି । ପ୍ରଶାସନ ତରଫରୁ ୬ ଟି ଡଙ୍ଗାର ବ୍ୟବସ୍ଥା କରା ଯାଇଛି । ଯେଉଁସବୁ ଗାଁ ଗୁଡ଼ିକ ଜଳ ବନ୍ଦି ହୋଇ ରହିଛି ସେହିସବୁ ଗାଁକୁ ଡଙ୍ଗା ଦ୍ବାରା ରିଲିଫ ପଠାଯିବାର ବ୍ୟବସ୍ଥା କରା ଯାଉଛି । ନିଜେ ଉପଜିଲାପାଳ, ବିଡ଼ିଓ ଡଙ୍ଗାରେ ବସି ବନ୍ୟାସ୍ଥିତି ଓ ଲୋକଙ୍କ ଅବସ୍ଥା ଦେଖୁଛନ୍ତି ।
Byte – 4 ଇନ୍ଦ୍ର ବେହେରା , ବିପନ୍ନ
Byte – 5 ବାସୁଦେବ ଶତପଥୀ , ଉପଜିଲ୍ଲାପାଳ ଅନୁଗୋଳ
PTCConclusion:ନଦୀରେ ବନ୍ୟାଜଳ ବଢିବାରେ ଲାଗିଛି । ହୀରାକୁଦ ଜଳ ଭଣ୍ଡାରରୁ ପାଣି ଚଡ଼ାଯିବା ପରେ ପରିସ୍ଥିତି ଆହୁରି ବିଗିଡ଼ିଯିବାର ଆଶଙ୍କା ରହିଛି । ତେଣୁ ବନ୍ୟା ବିପନ୍ନ ଏବେ ଭୟ ଓ ଆତଙ୍କରେ ରହିଛନ୍ତି । ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ଯାଇଥିବାରୁ ବିଷାକ୍ତ ସରୀସୃପ ଭୟ ରହିଛି । ତେଣୁ ପ୍ରଶାସନ ଏହାର ମୁକାବିଲା ପାଇଁ ଆହୁରି କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.