ETV Bharat / state

Sabitri Brata: ୨ ବର୍ଷ ପରେ କୋହଳ କଟକଣା, ମନ୍ଦିରରେ ମହିଳାଙ୍କ ପ୍ରବଳ ଭିଡ଼

author img

By

Published : May 30, 2022, 4:04 PM IST

ଦୀର୍ଘ ୨ ବର୍ଷ ପରେ ସ୍ଥିତି ସ୍ବାଭାବିକ ହେବା ପରେ ମନ୍ଦିରରେ ସାବିତ୍ରୀ ପୂଜା କଲେ ମହିଳା । ଅନୁଗୋଳର ଅନେକ ମନ୍ଦିରରେ ଜମିଲା ମହିଳାଙ୍କ ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

Sabitri Brata: ୨ ବର୍ଷ ପରେ କୋହଳ କଟକଣା, ମନ୍ଦିରରେ ମହିଳାଙ୍କ ପ୍ରବଳ ଭିଡ଼
Sabitri Brata: ୨ ବର୍ଷ ପରେ କୋହଳ କଟକଣା, ମନ୍ଦିରରେ ମହିଳାଙ୍କ ପ୍ରବଳ ଭିଡ଼

ଅନୁଗୋଳ: ଆଜି ହେଉଛି ସାବିତ୍ରୀ ବ୍ରତ । ଏହି ପର୍ବରେ ଜିଲ୍ଲାର ପ୍ରାୟ ସମସ୍ତ ମନ୍ଦିରରେ ମହିଳାଙ୍କ ଭିଡ଼ ଜମିଛି । ଦୀର୍ଘ ୨ ବର୍ଷ ପରେ ମନ୍ଦିରରେ ସାବିତ୍ରୀ ପୂଜା(Sabitri Puja) କରିବା ପାଇଁ ସୁଯୋଗ ପାଇଛନ୍ତି ମହିଳା । କୋରୋନା ମହାମାରୀ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ କଟକଣା ଥିଲା । ମାତ୍ର ଚଳିତ ବର୍ଷ ପୂଜା ପାଇଁ ମହିଳା ସୁଯୋଗ ପାଇବା ପରେ ଜିଲ୍ଲାରେ ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ମହିଳାଙ୍କ ଭିଡ଼ ଜମିଛି ।

ଜ୍ୟେଷ୍ଠ ମାସର ଅମାବାସ୍ୟାକୁ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଏ । ସଧବା ନାରୀମାନେ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରିବା ପାଇଁ ଏହି ପୂଜାର୍ଚ୍ଚନା କରିଥାନ୍ତି । ଯାହାପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରମାନଙ୍କରେ ସଧବା ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳିଛି । କୋରୋନା କଟକଣା ପାଇଁ ଗତ ୨ ବର୍ଷ ହେବ ମନ୍ଦିର ମାନଙ୍କରେ ପୂଜା କରିବାକୁ ବାରଣ ଥିବାରୁ ଲୋକେ ଘରେ ଘରେ ପୂଜା କରୁଥିଲେ । ହେଲେ ଚଳିତ ବର୍ଷ ସ୍ଥିତି ସ୍ବାଭାବିକ ଥିବାରୁ ମନ୍ଦିରକୁ ଯାଇ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି ।

ଏଥିପାଇଁ ଜିଲ୍ଲାର ବିଭିନ୍ନ ମନ୍ଦିରରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀଙ୍କ ପାଖରେ ମହିଳା ମାନେ ପୂଜା କରିଥିବା ବେଳେ ସେଠାରେ ଥିବା ଏକ ଗଛ ତଳେ ଥିବା ସାବିତ୍ରୀଙ୍କ ମୂର୍ତ୍ତି ନିକଟରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି । ଏଥିପାଇଁ ମହିଳାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ଆଖପାଖ ମନ୍ଦିର ମାନଙ୍କରେ ବହୁ ମହିଳା ବ୍ରତଧାରୀ ପୂଜାର୍ଚ୍ଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.