ଅନୁଗୋଳ: ସ୍ଥାନୀୟ କୁମଣ୍ଡ ଚଣ୍ଡୀ ବଜାର ନିକଟ ଏକ ଗଛରେ ଫେରାର ପ୍ରମୀ ଯୁଗଳଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି ।
ମୃତକମାନେ ହେଲେ କୁମଣ୍ଡ ଗାଁର ରଞ୍ଜନ ସାହୁ ଓ ସୁଜାତା ସାହୁ । ସେମାନେ ସମ୍ପର୍କରେ ନଣଦେଇ ଓ ଶଳା ଭାଉଜ ବୋଲି ଜଣା ପଡିଛି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ସୂଚନା ମିଳିଛି । କିଛି ଦିନ ହେଲା ଦୁହେଁ ଘରୁ କେଉଁ ଆଡେ ପଳାଇ ଯାଇଥିଲେ ।
ଶନିବାର ସକାଳେ ଏକ ଗଛରେ ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରେମୀ ଯୁଗଳଙ୍କ ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ଏହା ଆତ୍ମହତ୍ୟା ନା ଆଉ କିଛି ତାହା ସନ୍ଦେହଘେରରେ ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ