ETV Bharat / state

ହଣ୍ଡପା ରେଳଷ୍ଟେସନରେ କୋଇଲା ଷ୍ଟକୟାର୍ଡକୁ ବିରୋଧ

ହଣ୍ଡପା ରେଳଷ୍ଟେସନରେ କୋଇଲା ଷ୍ଟକ ୟାର୍ଡକୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ। କୋଇଲା କାରବାର ହେଲେ କଳା ଗୁଣ୍ଡ ଚାରିଆଡକୁ ବ୍ୟାପି କୃଷି କ୍ଷେତରେ ପଡିବା ସହ ପରିବେଶ ପ୍ରଦୂଷଣ ହେବ ବୋଲି କହୁଛନ୍ତି ଅଞ୍ଚଳବାସୀ ।

handapa coal stock yard opposed by local people

author img

By

Published : Jun 13, 2020, 5:33 PM IST

Updated : Jun 13, 2020, 7:15 PM IST

ଅନୁଗୋଳ: ଜିଲ୍ଲାର ହଣ୍ଡପା ରେଳଷ୍ଟେସନରେ କୋଇଲା ଷ୍ଟକ ୟାର୍ଡକୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ। ଫଳରେ ଷ୍ଟେସନରେ ପ୍ରଚୁର ପରିମାଣରେ କୋଇଲା ଜମା ହୋଇ ରହିବା ସହ ବହୁ ସଂଖ୍ୟାରେ କୋଇଲା ବୋଝେଇ ଟ୍ରକ ଅଟକି ରହିଛି।

ହଣ୍ଡପା ରେଳଷ୍ଟେସନରେ କୋଇଲା ଷ୍ଟକୟାର୍ଡକୁ ବିରୋଧ

ସରକାରଙ୍କ ତରଫରୁ ନିଷ୍ପତ୍ତି ହୋଇଛି ଯେ, ହଣ୍ଡପା ଷ୍ଟେସନରେ ଟ୍ରକ ଯୋଗେ ତାଳଚେରର ବିଭିନ୍ନ କୋଇଲା ଖଣିରୁ କୋଇଲା ଅଣାଯାଇ ରଖାଯିବ। ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟ୍ରେନ ଯୋଗେ କୋଇଲା ଚାଲାଣ ହେବ। କିନ୍ତୁ ଏହାକୁ ସେ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି। ସେ ଅଞ୍ଚଳର ହଣ୍ଡପା, ଲୁହାମୁଣ୍ଡା ଓ କଟରଙ୍ଗା ସମେତ ପ୍ରାୟ 5ଟି ପଞ୍ଚାୟତର ଲୋକେ ବିରୋଧ କରି ଟ୍ରକ ଗୁଡିକୁ ଅଟକାଇ ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଏ ଅଞ୍ଚଳ ଏକ କୃଷି ବହୁଳ ଅଞ୍ଚଳ। ଏଠାରେ କୋଇଲା କାରବାର ହେଲେ କଳା ଗୁଣ୍ଡ ଚାରିଆଡକୁ ବ୍ୟାପି କୃଷି କ୍ଷେତରେ ପଡିବା ସହ ପରିବେଶ ପ୍ରଦୂଷଣ ହେବ। ପୋଖରୀ, କୂଅ ଓ ଜଳାଶୟ ଗୁଡିକରେ କୋଇଲା ଗୁଣ୍ଡ ପଡି ପ୍ରଦୂଷଣ ହେବ। ଏଠାରେ ଥିବା ସବୁଜ ବଳୟ ନଷ୍ଟ ହୋଇଯିବ।

ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ଏଠାରେ କୋଇଲା କାରବାର ହେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇ ଆନ୍ଦୋଳନ ଚଳାଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 13, 2020, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.