ETV Bharat / state

ସବୁଜ ହେଉଛି ଶିଳ୍ପାଞ୍ଚଳ, 500 ଏକର ଜଙ୍ଗଲ ସୃଷ୍ଟି କଲା ବନବିଭାଗ

ଗତ 3 ବର୍ଷରେ ପ୍ରାୟ ୫୦୦ ଏକର ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛି ଅନୁଗୋଳ ବନ ବିଭାଗ ।

500 ଏକରରେ ନୂଆ ଜଙ୍ଗଲ
author img

By

Published : Nov 13, 2019, 11:02 PM IST

Updated : Nov 14, 2019, 12:07 AM IST

ଅନୁଗୋଳ: ଖଣି ଖାଦାନ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡିଶାର ଅନୁଗୋଳ ଜିଲ୍ଲା । ଛୋଟ ବଡ ଶିଳ୍ପ, କଳକାରଖାନା ଏବଂ କୋଇଲା ଖଣି ପାଇଁ ଏଠାରେ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଗଛ କଟା ଯାଉଛି । ଯାହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ପ୍ରତିବର୍ଷ ଏ ଅଞ୍ଚଳରେ ବୃଦ୍ଧି ହେଉଥିବା ତାପମାତ୍ରା ତଥା ପାନୀୟ ଜଳାଭାବ ଏହାର ଜ୍ବଳନ୍ତ ଉଦାହରଣ । ତେଣୁ ଜିଲ୍ଲାରେ ଏହି ସମସ୍ୟାକୁ ଏଡାଇବା ପାଇଁ ନୂତନ ପ୍ରୟାସ ଆପଣେଇଛି ଓଡ଼ିଶା ବନ ଉନ୍ନୟନ ନିଗମ । ଗତ 3 ବର୍ଷରେ ପ୍ରାୟ ୫୦୦ ଏକର ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛି ବନ ବିଭାଗ ।

ସବୁଜ ହେଉଛି ଶିଳ୍ପାଞ୍ଚଳ, 500 ଏକର ଜଙ୍ଗଲ ସୃଷ୍ଟି କଲା ବନବିଭାଗ

ସୂଚନା ଅନୁଯାୟୀ, 2017-18 ଆର୍ଥିକ ବର୍ଷରେ ଲାଗିଛି 57 ହଜାର 570ଟି ଗଛ । 2018-19 ଆର୍ଥିକ ବର୍ଷରେ ଲାଗିଛି 19 ହଜାର 80ଟି ଗଛ । ସେହିପରି 19-20 ଆର୍ଥିକ ବର୍ଷରେ ଲାଗିଛି 1 ଲକ୍ଷ 27 ହଜାର 330ଟି ଗଛ ।

ରାଷ୍ଟ୍ରାୟତ୍ତ ସଂସ୍ଥା ନାଲକୋ, ଏମସିଏଲ, ଏନଟିପିସି ଏବଂ ଟିଟିପିଏସ ପରି ବିଗତ ଦଶନ୍ଧି ମଧ୍ୟରେ ଜିଲ୍ଲାରେ ଗଢି ଉଠିଛି ବହୁ ଛୋଟବଡ଼ ଶିଳ୍ପସଂସ୍ଥା । ଜଙ୍ଗଲ ସୃଷ୍ଟି କରିବାରେ ଏହି ସଂସ୍ଥା ମାନଙ୍କଠାରୁ ମିଳିଛି ଆର୍ଥିକ ସହାୟତା । ଗତ ୩ ବର୍ଷରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟ କରି ଏହି ଜଙ୍ଗଲ ସୃଷ୍ଟି କରିଛି ବନ ଉନ୍ନୟନ ନିଗମ । ଆଉ ଏହି ଜଙ୍ଗଲର ରକ୍ଷଣାବେକ୍ଷଣ ଦାୟିତ୍ବ ନିକଟସ୍ଥ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଛି । ଫଳରେ ପାଖାପାଖି ୩୦ଟି ଗାଁର ଲୋକେ ରୋଜଗାରକ୍ଷମ ହୋଇପାରିଛନ୍ତି । ଆଉ ଏହି ଜଙ୍ଗଲରୁ ମିଳିବାକୁ ଥିବା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲାଭବାନ ହୋଇ ପାରିବେ ଗ୍ରାମବାସୀ ।

ତେବେ ଚାରାରୋପଣ ଓ ନୂତନ ଜଙ୍ଗଲ ସୃଷ୍ଟି କରିବା କେବଳ ସଭା ସମିତି ଓ ସ୍ଲୋଗାନ ସୀମିତ ରଖି ନାହିଁ ଜିଲ୍ଲା ବନ ଉନ୍ନୟନ ନିଗମ । ଏହି ପ୍ରୟାସକୁ ଏକ ସବୁଜ ବିପ୍ଳବର ରୂପ ଦେଇଛି ବିଭାଗ । ସେପଟେ ଭରପୁର ସହଯୋଗ କରିବା ସହିତ ଉଦାହରଣ ସୃଷ୍ଟ କରିଛନ୍ତି ଗ୍ରାମବାସୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥଙ୍କ ରିପୋର୍ଟ, ଇଟିଭି ଭାରତ

Intro:ସାରା ବିଶ୍ବରେ ତାପମାତ୍ରା ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ ପାଇଛି । ବ୍ୟାପକ ଜଙ୍ଗଲ ନଷ୍ଟ ଏହାର ଏକମାତ୍ର କାରଣ ବୋଲି ଚିତ୍ର ସ୍ପଷ୍ଟ ହେଲାଣି । ଏହି ପ୍ରରିପ୍ରେକ୍ଷିରେ ନୁତନ ଜଙ୍ଗଲ ସୃଷ୍ଟି କରି ତାପମାତ୍ରା ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ସମସ୍ତଙ୍କର ଦାୟିତ୍ବ ହୋଇ ପଡ଼ିଛି । ଅନୁଗୋଳ ପରି ଶିଳ୍ପ ଓ ଖଣିଖାଦାନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ପାନୀୟ ଜାଳଭାବ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ତେଣୁ ଓଡ଼ିଶା ବନ ଉନ୍ନୟନ ନିଗମ ଜିଲାରେ ୫୦୦ଏକର ନୁଆ ଜଙ୍ଗଲ ସୃଷ୍ଟିକରି ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ।Body:Vo – 1
ଅନୁଗୋଳରେ ବୃହତ ଶିଳ୍ପ ଓ କୋଇଲା ଖଣି ଯୋଗୁ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଗଛ କାଟିବାକୁ ପଡ଼ୁଛି । ଯାହାର ପ୍ରଭାବ ପ୍ରକୃତି ଉପରେ ସିଧା ସଳଖ ପଡ଼ୁଛି । ଗତ କିଛି ବର୍ଷ ହେଲା ଜିଲାରେ ତାପମାତ୍ରା ୫୦ ଡ଼ିଗ୍ରୀକୁ ଛୁଇଁଲାଣି । ବର୍ଷ ତମାମ ଅଧିକାଂଶ ସ୍ଥାନରେ ଜଳାଭାବ ଦେଖା ଦେଉଛି । ପାଣି ବିନା ଅଧିକାଂଶ ଚାଷ ଜମି ପଡ଼ିଆ ପଡ଼ୁଛି । ଜିଲାରେ ପରିବେଶ ସନ୍ତୁଳନ ବିଗିଡ଼ି ଯାଇଛି । ବ୍ୟାପକ ଜଙ୍ଗଲ ସଂପଦର ଅବକ୍ଷୟ ଯୋଗୁ ଜନଜୀବନ ପୁରାପୁରି ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ତେଣୁ ଜିଲାରେ ନୁତନ ଜଙ୍ଗଲ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ବନ ଉନ୍ନୟନ ନିଗମ । ଗତ ୨୦୧୭-୧୮ ଆର୍ଥିକ ବର୍ଷରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାୟ ୫୦୦ ଏକର ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛି ନିଗମ । ଅନୁଗୋଳ ବ୍ଳକର ଗୁରଙ୍ଗ, ଚମ୍ପତିମୁଣ୍ଡା ଓ ରଗୁଡ଼ିଆପଡ଼ା ଏବଂ ତାଳଚେର ବ୍ଳକର କର୍ଣ୍ଣପୁର ଓ ଶିବରାମପୁର ଠାରେ ଜଙ୍ଗଲ ଦେଖିଲେ ଆଖି ଲାଖି ଯାଉଛି । ସେହି ସବୁ ସ୍ଥାନରେ ଦିନେ ଦୁବ କଅଁଳୁ ନଥିଲା । ଲଣ୍ଡା ପାହାଡ଼ ଓ ଟାଙ୍ଗରା ଭୁଇଁ ଥିଲା । କିନ୍ତୁ ୩ବର୍ଷରେ ସେହି ସ୍ଥାନ ଗୁଡ଼ିକରେ ଏବେ ଲକ୍ଷାଧିକ ଗଛ ହସୁଛନ୍ତି । ଆମ୍ବ, ପଣଶ, ନିମ୍ବ, କରଞ୍ଜ, ବେଲ, ଫାସି, ଅସନ, ଢଉରା ସମେତ ବହୁ ମୁଲ୍ୟବାନ ଫଳ ଓ ଔଷଧୀୟ ବୃକ୍ଷରେ ପରିପୁର୍ଣ୍ଣ ହୋଇ ପଡ଼ିଛି । ଗଛ ଳଗାଇବା ଠାରୁ ବଡ଼ ହେବା ପର୍ଯ୍ୟନ୍ତ ନିଗମ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଛି । ଚାରାରେ ପାଣି ମଡ଼ାଇବାଠାରୁ ଜନ୍ତୁ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ନିୟାଜିତ କରା ଯାଇଛି । ବିଭିନ୍ନ ଜଙ୍ଗଲରେ କୁଡ଼ିଆ କରି ଜଗୁଛନ୍ତି । ତେଣୁ ୫୦୦ଏକର ଜମିରେ ୩ଲକ୍ଷରୁ ଅଧିକ ଗଛ ବଞ୍ଚାଇବାରେ ସକ୍ଷମ ହୋଇଛି ନିଗମ ।
Byte – 1 ଭରଦ୍ବାଜ ପ୍ରଧାନ, ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳ ବାସିନ୍ଦା
Byte – 2 ପାର୍ଥ ପ୍ରଧାନ, ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳ ବାସିନ୍ଦା
Byte – 3 ସନ୍ତୋଷ କୁମାର ବେହେରା, ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳ ବାସିନ୍ଦା
Vo – 2
ବନ ଉର୍ଣ୍ଣୟନ ନିଗମ କୁ ଏଥିପାଇଁ ଏନଟିପିସି, ଏମସିଏଲ, ନାଲକୋ, ଏଫସିଆଇ, ରେଳବାଇ ଓ ଅନ୍ୟାନ୍ୟ ସଂସ୍ଥାଠାରୁ ଆର୍ଥିକ ସହାୟତା ମିଳିଛି କିନ୍ତୁ ଆବଶ୍ୟକ ପଦକ୍ଷେପ ନେଇ ବନ ଉନ୍ନୟନ ନିଗମ ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇ ପାରିଛି । ସେହି ଜଙ୍ଗଲରେ ଏବେ ବିଭିନ୍ନ ପ୍ରକାର ବନ୍ୟ ଜନ୍ତୁ ମଧ୍ୟ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଗତ ୩ବର୍ଷ ମଧ୍ୟରେ ବନ ଉନ୍ନୟନ ନିଗମ ପ୍ରାୟ ୬ କୋଟି ଟଙ୍କା ବ୍ୟୟ କରି ଜଙ୍ଗଲ ସୃଷ୍ଟି କରି ପାରିଛି । ହେଲେ କେବଳଯେ ଜଙ୍ଗଲ ସୃଷ୍ଟି ହୋଇଛି ତାନୁହେଁ ଏହା ଦ୍ବାରା ଆଖପାଖ ୩୦ ଟି ଗାଁର ଶତାଧିକ ଲୋକ ରୋଜଗାର ପାଇ ପାରିଛନ୍ତି । ଚାରା ରୋପଣ ପାଇଁ ଗାତ ଖୋଳିବା, ଚାରା ରୋପଣ କରିବା, ପାଣି ଦେବା, ଚାରା ଚାରିପଟେ ବାଡ଼ ଦେବା ଏବଂ ଗଛ ବଡ଼ ହେବା ପର୍ଯ୍ୟନ୍ତ ତଦାରଖ କରିବା ପାଇଁ ଶ୍ରମିକ ନିୟୋଜିତ ହୋଇଛନ୍ତି । ଏହାଛଡ଼ା ଯେଉଁ ଜଙ୍ଗଲ ସୃଷ୍ଟି ହୋଇଛି ତାହାକୁ ନିକଟସ୍ଥ ଗ୍ରାମବାସୀଙ୍କୁ ହସ୍ତାନ୍ତର କରା ଯାଇଛି । ତେଣୁ ଆଉ କିଛି ବର୍ଷ ପରେ ସେହି ଜଙ୍ଗଲରୁ ଲୋକେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲାଭବାନ ହେବେ । ଆଖପାଖ ପରିବେଶ ପ୍ରଦୁଷଣମୁକ୍ତ ଓ ସୁନ୍ଦରସବୁଜ ହୋଇ ଉଠିବ ।
Byte – 4 ମୋହନ ନାଏକ, ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳ ବାସିନ୍ଦା
Byte – 5 ମୁଳିଆ ସାହୁ, ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳ ବାସିନ୍ଦା
Byte – 6 ମହେଶ୍ବର ପ୍ରଧାନ, ଡ଼ି.ଏମ, ଓଡ଼ିଶା ବନ ଉନ୍ନୟନ ନିଗମ
Conclusion:ବୃକ୍ଷ ରୋପଣ ଓ ନୁତନ ଜଙ୍ଗଲ ସୃଷ୍ଟି କେବଳ ସଭା ସମିତି ଓ ଶ୍ଳୋଗାନରେ ନକରି ବାସ୍ତବରେ କରି ପାରିଛି ବନ ଉନ୍ନୟନ ନିଗମ । ଯାହାର ପ୍ରଭାବରେ ନିଶ୍ଚିତ ଭାବେ ଜିଲାବାସୀ ଦିନେ ଉପକୃତ ହୋଇ ପାରିବେ । ଏଭଳି ବ୍ୟାପକ ନୁତନ ଜଙ୍ଗଲ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
Last Updated : Nov 14, 2019, 12:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.