ETV Bharat / state

ଛେଣ୍ଡିପଦା ହାଇସ୍କୁଲର ପ୍ଲାଟିନମ ଜୁବଲି, ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ ଓ ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Jan 14, 2024, 9:26 PM IST

Chhendipada High school Platinum Jubilee program: ପ୍ଲାଟିନମ ଜୁବଲି ପାଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟର । ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟବକ୍ତା ରୂପେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ

ଛେଣ୍ଡିପଦା ହାଇସ୍କୁଲର ପ୍ଲାଟିନମ ଜୁବଲି
ଛେଣ୍ଡିପଦା ହାଇସ୍କୁଲର ପ୍ଲାଟିନମ ଜୁବଲି
ଛେଣ୍ଡିପଦା ହାଇସ୍କୁଲର ପ୍ଲାଟିନମ ଜୁବଲି

ଅନୁଗୋଳ: ପ୍ଲାଟିନମ ଜୁବଲି ପାଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ । ଏନେଇ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବିଦ୍ୟାଳୟର ଏହି ପ୍ଲାଟିନମ ଜୁବଲି ସମାରୋହର ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟବକ୍ତା ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଶିକ୍ଷାକ୍ଷେତ୍ରକୁ ଆଗକୁ ନେବାପାଇଁ ଆହ୍ବାନ ଦେଇଛନ୍ତି ।

ଅନୁଗୋଳ ଜିଲ୍ଲା ଛେଣ୍ଡିପହା ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବଲି ସମାରୋହ ଅବସରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟପାଳ ରଘୁବର ଦାସ । ଏହି ସମାରୋହରେ ଭାଗ ନେଇ ନିଜର ଖୁସିବ୍ୟକ୍ତ କରିବା ସହ ଶିକ୍ଷା ସମସ୍ତଙ୍କର ଅଧିକାର ହୋଇଥିବା ବେଳେ ଏହି ବିଦ୍ୟାଳୟରୁ ବାହାରି ସମାଜ ସେବାରେ ନିଜକୁ ନିୟୋଜିତ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ । ଏହାସହ ବିଦ୍ୟାଳୟ ନିର୍ମାଣରେ ଅବଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେପଟେ ଡ୍ରପ ଆଉଟକୁ ନେଇ ଓଡ଼ିଶାର ଯେଉଁ କଳଙ୍କ ରହିଛି ସେ ଦିଗରେ ଅର୍ଥାତ ଡ୍ରପ ଆଉଟ ଶୂନ୍ୟ ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଅନୁଧ୍ୟାନ ସହ ଏସଏଚଜି ମହିଳାଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ଏହି ଅବସରରେ ମୁଖ୍ୟବକ୍ତା ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହି ସ୍କୁଲରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ସମାଜରେ ବହୁ ବଡ଼ ବଡ଼ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ବଣମଲ୍ଲୀଙ୍କୁ ପାରିଜାତ ପୁଷ୍ପ ଭଳି ପରିବର୍ତ୍ତନ କରିବାରେ ବିଦ୍ୟାଳୟର ଅବଦାନ ପ୍ରଶଂସନୀୟ ବୋଲି କହିବା ସହ ଛେଣ୍ଡିପଦା ସରକାରୀ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ପ୍ଲାଟିନମ ଜୁବଲି ସମାରୋହ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଏହାସହ ବିକଶିତ ଭାରତ ପାଇଁ ଛେଣ୍ଡିପଦା ଵିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଉଜ୍ଜ୍ବଳ ଭବିଷ୍ୟତ ରୂପେ ବାହାରି ଦେଶ ହିତରେ କାମ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଏହାସହ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳ ଆଗାମୀ ଦିନରେ ଭାରତ ବର୍ଷରେ ଅଗ୍ରଣୀ ସ୍ଥାନ ନେବ । ବିକଶୀତ ଭାରତ ହେବ । ଦେଶରେ ପ୍ରଧାନମନ୍ତ୍ରୀ 6G ଲଗାଇବେ। ଦେଶ ଡିଜିଟାଲ ଇଣ୍ଡିଆ ସାମିଲ ହୋଇ ବିଶ୍ବର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍କୁଲ ଭଲ ଭଲ ମଣିଷ ତିଆରି କରିବ । ଶିକ୍ଷା, କଳା ଓ ସାହିତ୍ୟକୁ ଛେଣ୍ଡିପଦା ହାଇସ୍କୁଲ ଆଗକୁ ନେବ । ରାଜକୋଷକୁ ଅନୁଗୋଳ ଜିଲ୍ଲାକୁ ୬୦ ହଜାର କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରୁ ଯାଉଛି । ଏହି ଅଞ୍ଚଳକୁ ବିକଶିତ କରାଯିବ । ବୁଧିମାନ ଛାତ୍ରଛାତ୍ରୀ ତିଆରି କରିବା ପାଇଁ ଏହି ସ୍କୁଲ ଆଜିଠୁ ଶପଥ ନେଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.