ETV Bharat / state

ଚାଷ କାର୍ଯ୍ୟରୁ ହଟିଲା କଟକଣା, କ୍ଷେତକୁ ଫେରିଲା ଚାଷୀ - ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌

କୃଷି କାର୍ଯ୍ୟ ପାଇଁ ତାଲା ବନ୍ଦ କଟକଣା କୋହଳ ହେବା ପରେ ଏହାକୁ ନେଇ ଚାଷୀ ମୁହଁରେ ପୁଣି ହସ ଫେରିଛି । ଆଉ ଏବେ ତର ତର ହୋଇ କ୍ଷେତ କାମରେ ଲାଗିପଡିଛି ଚାଷୀ ।

lockdown, lockdown restriction, restrictions removed from farming, angul latest news, farmer returned to field in angul, ଚାଷ କାର୍ଯ୍ୟରୁ ଲକଡାଉନ କଟକଣା କୋହଳ, ଲକଡାଉନ, ଲକଡାଉନ କଟକଣା, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ କ୍ଷେତକୁ ଫେରିଲା ଚାଷୀ
ଚାଷ କାର୍ଯ୍ୟରୁ ହଟିଲା କଟକଣା, କ୍ଷେତକୁ ଫେରିଲା ଚାଷୀ
author img

By

Published : Apr 18, 2020, 9:11 AM IST

ଅନୁଗୋଳ: ଦେଶରେ ଲକଡାଉନ ଅବଧି ବଢିଛି ସତ, ହେଲେ କେତେକ କ୍ଷେତ୍ରରେ ଏହାର ନିୟମକୁ କୋହଳ କରିଛନ୍ତି ସରକାର । ସେଥିମଧ୍ୟରୁ ଗୋଟିଏ ହେଉଛି ଚାଷ କାର୍ଯ୍ୟ । କୃଷି କାର୍ଯ୍ୟ ପାଇଁ ତାଲା ବନ୍ଦ କଟକଣା କୋହଳ ହେବା ପରେ ଏହାକୁ ନେଇ ଚାଷୀ ମୁହଁରେ ପୁଣି ହସ ଫେରିଛି । ଆଉ ତର ତର ହୋଇ କ୍ଷେତ କାମରେ ଲାଗିପଡିଛି ଚାଷୀ ।

ଲକଡାଉନ ବେଳେ କୃଷି କାର୍ଯ୍ୟ ପାଇଁ ସରକାର କଟକଣା କୋହଳ କରିବା ପରେ ଏବେ ଅନୁଗୋଳ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି। ପୂର୍ବରୁ କଟକଣା ପାଇଁ ସାର ଓ ଔଷଧ ମିଳୁନଥିଲା। କ୍ଷେତରୁ ଉତ୍ପାଦିତ ଜିନିଷ ବିକ୍ରି କରିବାକୁ ବାହାରକୁ ଯାଇ ପାରୁ ନଥିଲେ। କିନ୍ତୁ ଏବେ ସରକାର ସାର ଔଷଧ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚାଷୀମାନେ ସେମାନଙ୍କ ଜିନିଷ ବିକ୍ରି କରିବାକୁ କୌଣସି କଟକଣା ନାହିଁ ବୋଲି ଘୋଷଣା କରିଛନ୍ତି।

ଚାଷ କାର୍ଯ୍ୟରୁ ହଟିଲା କଟକଣା, କ୍ଷେତକୁ ଫେରିଲା ଚାଷୀ

ଫଳରେ ଚାଷୀମାନେ ଏବେ ପୁଣି ଥରେ ନିଜ ନିଜ କ୍ଷେତକୁ ଯାଇ କାମ କରୁଛନ୍ତି। ପନିପରିବା ଅମଳ କରୁଛନ୍ତି। ବେପାରୀମାନେ କ୍ଷେତକୁ ଆସି ପରିବା କିଣି ନେଉଛନ୍ତି। ଫସଲରେ ଲାଗିଥିବା ପୋକ ଦମନ କରିବାକୁ ଔଷଧ ସିଞ୍ଚନ କରୁଛନ୍ତି। ଶୁଖି ଯାଇଥିବା ଗଛରେ ପାଣି ମଡାଉଛନ୍ତି। ଲକଡାଉନ ସମୟ ସୀମା ବଢିବା ପରେ ଚାଷୀମାନଙ୍କ ମଧ୍ୟରେ ଭାଲେଣି ପଡି ଯାଇଥିଲା। ହେଲେ ସରକାରଙ୍କ ନୂଆ ଘୋଷଣା ପରେ ଏବେ ପୁଣି ଥରେ ସେମାନଙ୍କର ଆଶା ଉଜ୍ଜୀବିତ ହୋଇପାରିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.