ETV Bharat / state

ଗୋଣ୍ଡ ସମାଜର ଅତୁଟ ବିଶ୍ୱାସ, ପ୍ରଭୁ ଜଗନ୍ନାଥଙ୍କ ଅଂଶ ଜଙ୍ଘା ଦେବ - ଅନୁଗୋଳ ଜଙ୍ଘା ଦେବ ମନ୍ଦିର

God Janghadeb: ପ୍ରତିଷ୍ଠା ହୋଇଛି ଗୋଣ୍ଡୱାନା ଗୋଣ୍ଡ ସମାଜ ଭବ୍ୟ ପେନଠାନା । ଗୋଣ୍ଡୱାନା ଗୋଣ୍ଡ ସମାଜର ବିଶ୍ୱାସ ଅନୁଯାୟୀ ଜଙ୍ଗା ଦେବ ହେଉଛନ୍ତି ଆମ ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ । ଅଧିକ ପଢ଼ନ୍ତୁ

ପ୍ରଭୁ ଜଗନ୍ନାଥଙ୍କ ଅଂଶ ଜଙ୍ଘା ଦେବ
ପ୍ରଭୁ ଜଗନ୍ନାଥଙ୍କ ଅଂଶ ଜଙ୍ଘା ଦେବ
author img

By ETV Bharat Odisha Team

Published : Jan 15, 2024, 10:51 PM IST

ପ୍ରଭୁ ଜଗନ୍ନାଥଙ୍କ ଅଂଶ ଜଙ୍ଘା ଦେବ

ଅନୁଗୋଳ: ପ୍ରତିଷ୍ଠା ହୋଇଛି ଗୋଣ୍ଡୱାନା ଗୋଣ୍ଡ ସମାଜ ଭବ୍ୟ ପେନଠାନା । ଯେଉଁଠାରେ ପୂଜା ପାଇବେ ପ୍ରଭୁ ଜଙ୍ଘା ଦେବ । ଗୋଣ୍ଡୱାନା ଗୋଣ୍ଡ ସମାଜର ବିଶ୍ବାସ ଅନୁଯାୟୀ, ଜଙ୍ଗା ଦେବ ହେଉଛନ୍ତି ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ । ଶ୍ରୀକ୍ଷେତ୍ରରେ ପୂଜିତ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୂ ଜଗନ୍ନାଥଙ୍କ ଅଂଶକୁ ଏଠାରେ ପୂଜା କରାଯାଏ । ଏନେଇ ପ୍ରତିଷ୍ଠା ଉତ୍ସବରେ ପାଇଁ ଏହି ପୀଠସ୍ଥଳୀରେ ଏକାଠି ହୋଇଥିଲେ ରାଜ୍ୟ ତଥା ରାଜ୍ୟ ବାହାରର ଶହ ଶହ ଲୋକେ ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଅଧିନସ୍ଥ ଆମ୍ବସରମୁଣ୍ଡା ଗାଁ । ଆଉ ଗାଁ ଭିତରେ ଥିବା ଏକ ସୁଉଚ୍ଚ ପର୍ବତ ଶିଖରରେ ନିର୍ମାଣ ହୋଇଛି ଭବ୍ୟ ମନ୍ଦିର । ଏହାରି ଭିତରେ ପୂଜା ପାଇବେ ଭାଗବାନ ଜଙ୍ଘା ଦେବ । ଗୋଣ୍ଡୱାନା ଗୋଣ୍ଡ ସଂପ୍ରଦାୟର ଉଦ୍ୟମରେ ଏହି ଶିଳା ପର୍ବତ ଉପରେ ନିର୍ମାଣ ହୋଇଛି ଜଙ୍ଘା ଦେବଙ୍କ ପେନଠାନା ବା ପୀଠସ୍ଥଳୀ । ଗୋଣ୍ଡୱାନା ସମାଜର ବିଶ୍ୱାସ ଅନୁଯାୟୀ, ଜଙ୍ଘାଦେବ ହେଉଛିନ୍ତି ଜଗନ୍ନାଥଙ୍କ ଜଙ୍ଘ ଓ ଲିଙ୍ଗ ଅଂଶ । ଯାହାକୁ ସେମାନେ ଜଙ୍ଘା ଦେବ ଓ ଲିଙ୍ଗା ଦେବ ଭାବରେ ତାଙ୍କ ସମ୍ପ୍ରଦାୟର ଲୋକେ କେଉଁ ଆବହମାନ କାଳରୁ ପୂଜା କରିଆସୁଛନ୍ତି । ଆଉ ଯାହାଙ୍କ ପାଇଁ ରାଜ୍ୟରେ ପ୍ରଥମ କରି ନିର୍ମାଣ ହୋଇଛି ଏହି ଭବ୍ୟ ମନ୍ଦିର।

ଏହା ମଧ୍ୟ ପଢ଼ନ୍ତୁ.......ଓଡ଼ିଶାର ପ୍ରମୁଖ ଜନଜାତି ଗୋଣ୍ଡ ସମାଜ ବହୁତ ଆଗକୁ ଭାବୁଥାଏ: ଧର୍ମେନ୍ଦ୍ର ପ୍ରଧାନ

ତେବେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ଦେବଙ୍କ ପୂଜା ପଦ୍ଧତି ଏବଂ ନୀତିନିୟମ ଜଗନ୍ନାଥ ସଂସ୍କୃତି ସହ ଜଡିତ । କାରଣ ଜଗନ୍ନାଥଙ୍କ ନିର୍ମାଣ ସମୟରେ ଯେତେବେଳେ ତାଙ୍କର ଅଣ୍ଟା ଠାରୁ ନିମ୍ନଭାଗକୁ ଛାଡି ଦିଆଯାଇଥିଲା ସେତେବେଳେ ସେହି ଭାଗକୁ ଏହି ଗୋଣ୍ଡ ସମାଜ ଜଙ୍ଘା ଦେବ ନାମରେ ପୂଜାର୍ଚ୍ଚନା କରିଥିଲେ । ଏହି ବିଶ୍ୱାସ ଆଜିବି ଅତୁଟ ରହିଛି । ତେବେ ୨୦୧୪ ମସିହାରୁ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୨୪ ରେ କାର୍ଯ୍ୟ ଶେଷ ହୋଇଛି । ୩ ଦିନ ଧରି ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ ଉତ୍ସବ ଚାଲିଛି । ଏହି ଉତ୍ସବରେ ସାମିଲ ହୋଇଥିଲେ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ଏକ ମନ୍ଦିର ସେମାନଙ୍କ ଏକତା ଏବଂ ବିକାଶର ପରିଚୟ ବୋଲି କୁହାଯାଉଛି ।

ସେପଟେ ମନ୍ଦିରର ପ୍ରତିଷ୍ଠା ଦିବସରେ ଗୋଣ୍ଡ ସମାଜର ବଡ଼ ବଡ଼ ପୂଜକ ଓ ପଣ୍ଡିତମାନେ ଆସି ନୀତି ସମ୍ପନ୍ନ କରୁଛନ୍ତି । ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଗଣ୍ଡ ସମାଜର ମୁଖ୍ୟ ପୁରୋଧା ରମେଶ ଚନ୍ଦ୍ର ସାଏ ନିଜେ କର୍ତ୍ତା ଭାବେ ଦାୟିତ୍ୱ ସମ୍ପନ୍ନ କରୁଛନ୍ତି । ତେବେ ଆମ୍ବସରମୁଣ୍ଡା ଗାଁରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ଦେବଙ୍କ ମନ୍ଦିର ସାରା ରାଜ୍ୟରେ ଅନନ୍ୟ । ତେଣୁ ଏଠାକୁ ସାରା ଦେଶରୁ ଆଦିବାସୀମାନଙ୍କ ସୁଅ ଛୁଟିବ । ଓଡିଶା ବାହାରେ ମଧ୍ୟ ଆହୁରି ପରିଚିତ ହୋଇ ପାରିବ ବୋଲି ଗୋଣ୍ଡ ସମାଜ ପକ୍ଷରୁ ଆଶା କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.