ଅନୁଗୋଳ: ଅବକ୍ଷୟ ମୁଖୀ ପରିବେଶର ସନ୍ତୁଳନ ପାଇଁ ଆଗେଇ ଆସିବାକୁ ଆହ୍ୱାନ । ଅନୁଗୋଳ ଭଳି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ସବୁଜ ବଳୟ ସୃଷ୍ଟି କରି ପରିବେଶକୁ ସନ୍ତୁଳିତ କରିବାର ଆବଶ୍ୟକତା ରହିଛି । ବୃକ୍ଷ ରୋପଣ ଦ୍ୱାରା ଏହା ସମ୍ଭବ। ଏହାକୁ ଦୃଷ୍ଟିରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଉଡାନ’ ଆଗେଇ ଆସିଛି ।
ସାରା ରାଜ୍ୟରେ ସବୁଜ ବଳୟ ସୃଷ୍ଟିର ପାୟସ ଜାରି ରଖିଥିବା ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୀତା ପାଣିଗ୍ରାହୀଙ୍କ ତତ୍ୱବାଧାନରେ ଶୁକ୍ରବାର ଅନୁଗୋଳ ହାଇ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଏସପି ଜଗମୋହନ ମିନା, ଡ଼ିଏଫଓ ପି.ରାମସ୍ୱାମୀ ପ୍ରମୂଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ।
ସ୍କୁଲ ପରିସରରେ ଲଗାଯାଇଥିବା ଗଛ ଗୁଡିକ କିଭଳି ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ନିଜର ଭାବି ବଡ କରିବେ ସେନେଇ ପରାମର୍ଶ ଦେଇଥିଲେ ଆଇଜି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପରାମର୍ଶଦାତା ହେମନ୍ତ ଦାସ ପରିଚାଳନା କରିଥିଲେ। ଅନୁଷ୍ଠାନର ଜିଲ୍ଲା ପ୍ରଭାରୀ ଭିକାରି ମହାନ୍ତି ଧନ୍ୟବାଦ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାନ ରଞ୍ଜନ ନାଥ, ଇଟିଭି ଭାରତ