ଅନୁଗୋଳ: ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀରର ମୃତଦେହ ଠାବ । ଅଭୟାରଣ୍ୟର ମହାନଦୀ ଗଣ୍ଡରେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖାଯିବା ପରେ ବନବିଭାଗ ମୃତ କୁମ୍ଭୀରକୁ ଉଦ୍ଧାର କରିଛି । ବିସ୍ପୋରକ ଲଗାଇ କୁମ୍ଭୀରଟିକୁ ମାରିଦିଆ ଯାଇଥିବା ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫଓ ରାମ ସ୍ବାମୀ ପି ।
କୁମ୍ଭୀର ଆକାରରେ ବିଶାଳ ହୋଇଥିବା ବେଳେ ଏହାର ବୟସ ପ୍ରାୟ 25 ବର୍ଷ ହେବ ବୋଲି ଅନୁମାନ କରୁଛି ବନ ବିଭାଗ । କୁମ୍ଭୀରଟିର ଶରୀରରେ ଏକଧିକ ସ୍ଥାନରେ କ୍ଷତ ଚିହ୍ନ ଥିବା ଯୋଗୁଁ ତାକୁ ଉପରମୁଣ୍ଡରେ ହତ୍ୟା କରାଯାଇଥିବା ବେଳେ ମୃତଦେହ ଭାସି ଭାସି ଆସି ଗଣ୍ଡର ତଳମୁଣ୍ଡରେ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣା ପରେ କୁମ୍ଭୀର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ପାଇଥିବା ସାତକୋଶିଆ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ