ETV Bharat / state

ଉପରମୁଣ୍ଡରେ ବର୍ଷା: ଖୋଲିଲା ରେଙ୍ଗାଲୀ ଜଳଭଣ୍ଡାରର ଗୋଟିଏ ଗେଟ - ବନ୍ୟା ଜଳ ନିଷ୍କାସନ

ରେଙ୍ଗାଲୀ ଡ୍ୟାମର ଉପର ମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ଯୋଗୁ ବନ୍ୟା ଜଳ ନିଷ୍କାସନ ପାଇଁ ଜଳଭଣ୍ଡାରରୁ ଗୋଟିଏ ଗେଟ ଖୋଲାଯାଇଛି । ଲଘୁଚାପଜନିତ ବର୍ଷା ଯୋଗୁଁ ଡ୍ୟାମରେ ଜଳ ପରିପୂର୍ଣ୍ଣ ରହିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ
author img

By

Published : Oct 26, 2019, 2:32 PM IST

ଅନୁଗୋଳ: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଷଷ୍ଠ ଥର ପାଇଁ ଖୋଲିଲା ରେଙ୍ଗାଲୀ ଜଳ ଭଣ୍ଡାର ଗେଟ । ଗୋଟିଏ ଗେଟ ଦେଇ ବନ୍ୟାଜଳ ଛଡାଯାଉଛି । ଡ୍ୟାମରେ ଆହୁରି ଅଧିକ ଜଳ ପ୍ରବେଶ କରେ, ତେବେ ଅଧିକ ଗେଟ ଖୋଲାଯିବ ବୋଲି ଡ୍ୟାମର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଲଘୁଚାପ ଜନିତ ବର୍ଷାରେ ରେଙ୍ଗାଲୀ ଜଳ ଭଣ୍ଡାରରେ ଜଳର ପରିମାଣ ବୃଦ୍ଧି ପାଇଛି । ଫଳରେ ପୁଣି ରେଙ୍ଗାଲୀ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଡ୍ୟାମର ଉପର ମୁଣ୍ଡରେ ଅଧିକ ପରିମାଣରେ ବର୍ଷା ଯୋଗୁଁ ରେଙ୍ଗାଲୀ ଜଳ ଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

ଜଳ ଭଣ୍ଡାର କର୍ତ୍ତୃପକ୍ଷ ୧ ସ୍ଲୁଇସ ଗେଟ ଖୋଲିଛନ୍ତି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୧୨୩.୫୦ ଘନ ମିଟର ରହିଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୪୫୬ ଘନମିଟର ଜଳ ପ୍ରବେଶ କରୁଛି । ସେହିପରି ଗୋଟିଏ ଗେଟ ଓ ପାୱାର ଚ୍ୟାନେଲ ଦେଇ ୨୨୨୧ ଘନମିଟର ଜଳ ନିଷ୍କାସିତ କରାଯାଉଛି ।ଏହି ବନ୍ୟାଜଳ ବ୍ରାହ୍ମଣୀ ନଦୀ ଓ ତାର ଉପ ନଦୀମାନଙ୍କରେ ପ୍ରବାହିତ ହେଉଛି ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:ଅଦିନିଆ ବର୍ଷା । ଷଷ୍ଠ ଥର ପାଇଁ ଖୋଲିଲା ରେଙ୍ଗାଳୀ ଜଳ ଭଣ୍ଡାର । ଗୋଟିଏ ଗେଟ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ । Body:ଅଦିନିଆ ବର୍ଷା ରେ ପୁରିଲା ରେଙ୍ଗାଳୀ ଜଳ ଭଣ୍ଡାର । ଫଳରେ ପୁଣି ରେଙ୍ଗାଳୀ ଜଳ ଭଣ୍ଡାର ର ରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଗୋଟିଏ ଗେଟ ଦେଇ ଏବେ ଡ୍ୟାମ ରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ଅଦିନିଆ ବର୍ଷା ଉପର ମୁଣ୍ଡରେ ଅଧିକ ଯୋଗୁଁ ରେଙ୍ଗାଳୀ ଜଳ ଭଣ୍ଡାର ର କୁ ବନ୍ୟା ଜଳ ପ୍ରବେଶ କରୁଥିବାରୁ ଜଳ ଭଣ୍ଡାର କର୍ତ୍ତୁପକ୍ଷ ୧ ସୁଇଜ ଗେଟ ଖୋଲିଛନ୍ତି । ଜଳଭଣ୍ଡାର ର ଜଳ ଧାରଣ କ୍ଷମତା ୧୨୩.୫୦ ଘନ ମିଟର ରହିଥିବା ବେଳେ ଜଳଭଣ୍ଡାରକୁ କୁ ପ୍ରତି ସେକେଣ୍ଡ ରେ ୨୪୫୬ ଘନମିଟର ଜଳ ପ୍ରବେଶ କରୁଛି । ସେହି ପରି ଗୋଟିଏ ଗେଟ ଓ ପାୱାର ଚାଲାନ ଦେଇ ୨୨୨୧ ଘନାମିଟର ଜଳ ନିଷ୍କାସିତ ହେଉଛି ଥିବା ରେଙ୍ଗାଳୀ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । Conclusion:ଏହି ବନ୍ୟାଜଳ ବ୍ରାହ୍ମଣୀ ନଦୀ ଓ ତାର ଉପ ନଦୀ ମାନଙ୍କରେ ପ୍ରବାହିତ ହେବ । ଯଦି ଡ୍ୟାମକୁ ଆହୁରି ଅଧିକ ଜଳ ପ୍ରବେଶ କରେ ତେବେ ଅଧିକ ଗେଟ ଖୋଲାଯାଇ ପାରେ ବୋଲି ଡ୍ୟାମ ର ନିର୍ବାହୀ ଜନ୍ତ୍ରୀ ସୂଚନା ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.