ETV Bharat / state

ଆମ୍ବ ବ୍ୟବସାୟୀଙ୍କୁ କୋରୋନା ମାଡ: ସ୍ଥିତିରେ ସୁଧାର ପାଇଁ ଆରମ୍ଭ ହେଲା 'ଗାଁ ଆମ୍ବ ପସରା'

ଦୀର୍ଘ ଦିନ ହେବ ବଜାର ବନ୍ଦ କାରଣରୁ ବିକ୍ରି ହୋଇପାରୁନି ଆମ୍ବ । ଫଳରେ ଅନୁଗୋଳ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଆମ୍ବକୁ ବଜାରୀକରଣ କରିବା ପାଇଁ ଆରମ୍ଭ କରିଛନ୍ତି ଗାଁ ଆମ୍ବ ପସରା । ଅଧିକ ପଢନ୍ତୁ...

author img

By

Published : Jun 3, 2021, 1:52 PM IST

ଆମ୍ବ ବ୍ୟବସାୟୀଙ୍କ ଉପରେ କୋରୋନା ମାଡ: ଆରମ୍ଭ ହେଲା 'ଗାଁ ଆମ୍ବ ପସରା'

ଅନୁଗୋଳ: ଠିକ ଅମଳବେଳେ କରୋନା କଟକଣା ବୁଡାଇ ଦେଲା ଆମ୍ବ ଚାଷୀଙ୍କ ଜୀବିକା । ଦୀର୍ଘ ଦିନ ହେବ ବଜାର ବନ୍ଦ କାରଣରୁ ବିକ୍ରି ହୋଇପାରୁନି ଆମ୍ବ । ଯାହା ବିକ୍ରି ହେଉଛି ଖୁବ କମ ଦାମରେ ଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଚଳିତ ବର୍ଷ ପ୍ରତିବର୍ଷ ତୁଳନାରେ ଅଧିକ ଆମ୍ବ ଆସିଥିଲା । ତେଣୁ ଚାଷୀ ଅଧିକ ଲାଭ ପାଇବା ଆଶାରେ ବେସ ଖୁସି ଥିଲେ । ହେଲେ ନା ଉଚିତ ଦରରେ ବିକ୍ରି ହୋଇ ପାରୁଛି ନା ବିକ୍ରି କରିବାକୁ ବଜାର ଖୋଲା ଅଛି । ତେଣୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଆମ୍ବ ଚାଷୀ ।

ଆମ୍ବ ଚାଷ ପାଇଁ ବେଶ୍ ଅନୁକୂଳ ଅନୁଗୋଳ ଜିଲ୍ଲାର ଜଳବାୟୁ । ଜିଲାରେ ବିଭିନ୍ନ କିସମର ଆମ୍ବ ଚାଷ ହୋଇଥାଏ ଏଠାରେ । ଅମ୍ରପାଲି, ଦଶରୀ, ଲେଙ୍ଗଡ଼ା, ମଲ୍ଲିକା ଠାରୁ ଆରମ୍ଭ କରି ବମ୍ବେ ଗ୍ରୀନ ଓ ଆଖୁରସ ଭଳି ଅନେକ କିସମର ଆମ୍ବ ଏଠାକାର ଚାଷୀ ଉତ୍ପାଦନ କରିଥାନ୍ତି । ଜିଲ୍ଲାରେ ଉତ୍ପାଦିତ ହେଉଥିବା ଆମ୍ବର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେମଧ୍ୟ ରହିଛି । ବର୍ତ୍ତମାନ ଆମ୍ବ ଉତ୍ପାଦନ ସମୟ କିନ୍ତୁ ଠିକ ସମୟରେ କୋରୋନା କଟକଣା ଆମ୍ଭ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । କାରଣ ଅମଳ ସମୟରେ ବିକ୍ରି କରିବାକୁ ବଜାର ନାହିଁକି ବାହାରୁ ବେପାରୀ ଆସୁନାହାନ୍ତି । ଫଳରେ ମୂଲ ଅମୁଲରେ ଚାଷୀ ଏବେ ତା'ର ଆମ୍ବ ବିକୁଛି । ଫଳରେ ଖୁବ କମ ଦାମରେ ବିକ୍ରି କରିବାକୁ ସେମାନେ ବାଧ୍ୟ ହେଉଛନ୍ତି । ସେପଟେ ବିକ୍ରି ନଥିବାରୁ କୁଇଣ୍ଟାଲ କୁଇଣ୍ଟାଲ ଆମ୍ବ ପାଚି ତଳେ ପଡି ନଷ୍ଟ ହେଉଛି ।

ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଚଳିତ ବର୍ଷ ଜିଲ୍ଲାରେ ୧୦ ହଜାରରୁ ଅଧିକ ଆମ୍ବ ଚାଷୀଙ୍କ ପ୍ରାୟ ୯ହଜାର ହେକ୍ଟର ଜମିରେ ଆମ୍ବ ଚାଷ ହେଉଛି । ପ୍ରତିବର୍ଷ ଜିଲ୍ଲାରୁ ୫୦ ରୁ ୬୦ ହଜାର ଟନ ଆମ୍ବ ଉତ୍ପନ୍ନ ହୁଏ । କିନ୍ତୁ ଚଳିତ ବର୍ଷ ଉପଯୁକ୍ତ ଜଳବାୟୁ କାରଣରୁ ପ୍ରାୟ ୨୦ ପ୍ରତିଶତ ଆମ୍ବ ଅଧିକ ଉତ୍ପାଦନ ହେବାର ଆକଳନ କରାଯାଇଛି । ଚାଷୀଙ୍କର ଏଭଳି ଅବସ୍ଥା ଦେଖି ସେମାନଙ୍କ ସୁବିଧା ପାଇଁ ଆଗେଇ ଆସିଛି ପ୍ରଶାସନ । ଉଦ୍ୟାନ ବିଭାଗ ସହାୟତାରେ ଓରମାସ ଜରିଆରେ ଚାଷୀଙ୍କ ଆମ୍ବକୁ କିଣି ପୁଣି ଲୋକଙ୍କୁ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ। ଗାଁ ଆମ୍ବ ପସରା ନାଁ ରେ 'ମ୍ୟାଙ୍ଗୋ ଅନ ହୁଇଲ' ବ୍ୟବସ୍ଥା କରିବାକୁ ଯାଉଛି ପ୍ରଶାସନ । ଆସନ୍ତା ଜୁନ ୫ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ 'ମ୍ୟାଙ୍ଗୋ ଅନ ହୁଇଲ' ଚାଲିବ ।

ପ୍ରଶାସନର ଏଭଳି ପଦକ୍ଷେପ ନିଶ୍ଚିତଭାବେ ସ୍ୱାଗତ ଯୋଗ୍ୟ । ଯେତେ ଶୀଘ୍ର ଆମ୍ବ ବିକ୍ରି ହେବ ଚାଷୀଙ୍କ ପାଇଁ ମଙ୍ଗଳ ନଚେତ ଚାଷୀ ଲକ୍ଷାଧିକ ଟଙ୍କାର କ୍ଷତି ସହିବେ ବୋଲି ଅନୁମାନ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.