ETV Bharat / state

Municipal Polls: ସଞ୍ଜୀବଙ୍କ ଭିନ୍ନ ରଣନୀତି, ରାଲି ନୁହେଁ ବୈଠକ କରି ମାଗୁଛନ୍ତି ଭୋଟ୍

author img

By

Published : Mar 21, 2022, 3:06 PM IST

ପୌର ନିର୍ବାଚନକୁ ନେଇ ଅନୁଗୋଳରେ ଜୋରଦାର ହେଉଛି ପ୍ରଚାର । ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ରାଲି ବଦଳରେ ବୈଠକ କରି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Municipal Poll: ସଞ୍ଜୀବଙ୍କ ଭିନ୍ନ ରଣନୀତି, ରାଲି ନୁହେଁ ବୈଠକ କରି ମାଗୁଛନ୍ତି ଭୋଟ୍

ଅନୁଗୋଳ: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ । ଏହାକୁ ନେଇ ଏବେ ପ୍ରଚାରକୁ ଜୋରଦାର କରୁଛନ୍ତି ପ୍ରାର୍ଥୀ । ଏହାରି ମଧ୍ୟରେ ଜିଲ୍ଲାର ଆଠମଲ୍ଲିକ ଏନଏସିରେ ପ୍ରଚାର ମୈଦାନରୁ ଆସିଛି ଭିନ୍ନ ଦୃଶ୍ୟ । ଏଠାରେ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ରାଲି ପରିବର୍ତ୍ତେ ବୈଠକ କରି ଭୋଟ ମାଗୁଥିବା ଦେଖିବାକୁ ମିଳିଛି ।

ପୂର୍ବତନ ମନ୍ତ୍ରୀ ସଞ୍ଜୀବ NAC 11 ଓ 7 ନଂ ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘନ ଘନ ପ୍ରଚାର କରୁଛନ୍ତି । ସଞ୍ଜୀବ କୌଣସି ପଦଯାତ୍ରା ଏବଂ ରୋଡ଼ ସୋ ଅପେକ୍ଷା ପ୍ରତି ୱାର୍ଡରେ ପହଞ୍ଚି ଭୋଟର ମାନଙ୍କୁ ଏକାଠି କରି ବୈଠକ କରୁଛନ୍ତି । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ NACରେ ଶାସକ ବିଜେଡିକୁ ମାତ୍ ଦେଉଛି ବିରୋଧୀ ବିଜେପି । ଏଠି ପ୍ରଚାରର ମଙ୍ଗ ଧରିଛନ୍ତି ନିକଟରେ ବିଜେପିରେ ସାମିଲ ହୋଇଥିବା ସଞ୍ଜୀବ ସାହୁ । ପ୍ରଚାର ଷ୍ଟ୍ରାଟେଜିକୁ ପୁରା ଭିନ୍ନ କରି ସେ ୱାର୍ଡ ୱାର୍ଡରେ ସଭା କରୁଛନ୍ତି ।

ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଠମଲ୍ଲିକ ପ୍ରତି ଥିବା ଅବଦାନକୁ ନେଇ ସଞ୍ଜୀବ ଭୋଟ ମାଗୁଛନ୍ତି । ଦଳୀୟ ଚେୟାମ୍ୟାନ ପ୍ରାର୍ଥୀ ଓ କାଉନସିଲର ମାନଙ୍କୁ ଜିତାଇ ଆଣିଲେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଭଳି ସାମୂହିକ ବିକାଶ ହେବ ସେ ନେଇ ସେ ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.