ETV Bharat / state

ବିଜେଡି ନୌକାରେ ବସିଲେ ଅନୁଗୋଳ ପୂର୍ବତନର କଂଗ୍ରେସ ପୌରାଧ୍ୟକ୍ଷ

author img

By

Published : Feb 28, 2022, 10:03 PM IST

ଅନୁଗୋଳର ପୂର୍ବତନ କଂଗ୍ରେସ ନଗରପାଳ ଅକ୍ଷୟ ସାମନ୍ତ ବିଜେଡିରେ ସାମିଲ । ତାଙ୍କସହ କଂଗ୍ରେସ ପୂର୍ବତନ କାଉନସିଲର ଓ ବିଜେପି କର୍ମୀ ଏବଂ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ବିଜେଡ଼ି ନୌକାରେ ବସିଲେ ଅନୁଗୋଳ ପୂର୍ବତନର କଂଗ୍ରେସ ପୌରାଧ୍ୟକ୍ଷ

ଅନୁଗୋଳ/ଭୁବନେଶ୍ବରରୁ: ବିଜେଡି ମୁହାଁ ହୋଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀ । ଆଜି ଅନୁଗୁଳ ମ୍ୟୁନିସିପାଲିଟିର ବିଜେପି ଓ କଂଗ୍ରେସର ପଦାଧିକାରୀ ଓ ଶତାଧିକ କର୍ମୀ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌, ପୂର୍ବତନ କାଉନ୍‌ସିଲର ଓ ୩୦୦ରୁ ଅଧିକ କର୍ମୀ ସାମିଲ ଅଛନ୍ତି ।

ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଦଳରେ ସାମିଲ ହୋଇଥିବା ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ପ୍ରଣବ ସ୍ବାଗତ କରିଛନ୍ତି । ବିଜୁ ଜନତା ଦଳର ଅନୁଗୋଳ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ କୁନା ବିହାରୀ ଦାସଙ୍କ ପୌରହିତ୍ୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ସାଂସଦ ମହେଶ ସାହୁ, ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର କୁମାର ବସ୍ତିଆ, ଲୁଲୁ ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ୍ ଅକ୍ଷୟ କୁମାର ସାମନ୍ତ ଓ ପୂର୍ଣ୍ଣଚନ୍ଦ୍ର ରାଉତ, ରାଜ୍ୟ କଂଗ୍ରେସର ସମ୍ପାଦକ ତଥା ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷା ସୁକାନ୍ତି ଦାସ, ପୂର୍ବତନ କାଉନ୍‌ସିଲର କାର୍ତ୍ତିକ ପରିଡ଼ା, ବିକାଶ ସୁବୁଦ୍ଧି, ଗୌରୀ ଶଙ୍କର ସେଠୀ, ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସର ପୂର୍ବତନ ଉପସଭାପତି ରାଜଶ୍ରୀ ମହାନ୍ତି, ସମାଜସେବୀ ତଥା ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ବିଦ୍ୟା ନାୟକ, ଶଙ୍କର ସେଠୀ, ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ମମତା ମହାପାତ୍ର, ପୂର୍ବତନ ଜିଲ୍ଲା ବିଜେପି ଯୁବ ସଭାପତି ଶ୍ୟାମସୁନ୍ଦର ପାଲଶର୍ମା ବିଜେଡ଼ିରେ ସାମିଲ୍ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.