ETV Bharat / state

ହାତୀ ଉପରେ ଥିବା ରାଗକୁ ବନ ବିଭାଗ ଉପରେ ସୁଝାଇଲେ, 12 ଘଣ୍ଟା ଧରି ବନ କର୍ମଚାରୀ ଅଟକ - 12 ଘଣ୍ଟା ଅଟକ ରହିଲେ ବନ କର୍ମଚାରୀ

ଅନୁଗୋଳରେ ବନ ବିଭାଗର ଅଧିକାରୀଙ୍କୁ ଅଟକ ରଖିଥିଲେ ଗାଁ ଲୋକେ । ହାତୀଙ୍କ ଉପଦ୍ରବ ପାଇଁ 12 ଘଣ୍ଟା ଅଟକ ରହିଲେ ବନ କର୍ମଚାରୀ । ଅଧିକ ପଢନ୍ତୁ

12 ଘଣ୍ଟାଧରି ରଖିଲେ ଅଟକ ରହିଲେ ବନ ବିଭାଗ କର୍ମଚାରୀ

author img

By ETV Bharat Odisha Team

Published : Oct 2, 2023, 6:48 AM IST

12 ଘଣ୍ଟାଧରି ରଖିଲେ ଅଟକ ରହିଲେ ବନ ବିଭାଗ କର୍ମଚାରୀ

ଅନୁଗୋଳ: ଦିନକୁ ଦିନ ଅନୁଗୋଳ ବନ୍ତଳା ଫରେଷ୍ଟ ରେଞ୍ଜ୍‌ରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ବେଳେ ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗି ଦେଉଛନ୍ତି । ଏହାସହ ହାତୀ ପଲଙ୍କ ଆକ୍ରମଣର ଶିକାର ହେଇଛନ୍ତି ସ୍ଥାନୀୟବାସିନ୍ଦା । ଯାହାକୁ ନେଇ ଫସଲର କ୍ଷୟକ୍ଷତି ଆକଳନ କରିବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ରାଗ ସୁଝାଇଥିଲେ ଗ୍ରାମବାସୀ ।

ସୂଚନା ଅନୁଯାୟୀ, କିଛି ଦିନ ହେବ ଅନୁଗୋଳ ବନଖଣ୍ଡରେ ଲାଗି ରହିଛି ହାତୀ ମଣିଷର ବିବାଦ । ଏହି ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ଏହି ବିବାଦରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀର । ତେବେ ନିକଟରେ ବନ୍ତଳା ଫରେଷ୍ଟ ରେଞ୍ଜ୍‌ରେ ହାତୀ ଆତଙ୍କ ବଢ଼ିବାରେ ଲାଗିଛି । କେତେବେଳେ ହାତ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଗୃହପାଳିତ ପଶୁ ହାତୀ ଆକ୍ରମଣର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ବନ୍ତଳା ବନାଞ୍ଚଳ ଧୋକଟା ଗ୍ରାମରେ ହାତୀ ପଶି ପ୍ରାୟ 10 ଏକରରୁ ଜମିରେ ଲାଗିଥିବା କୋବି,ଧାନ, ପୋଟଳ ଆଦି ଫସଲ ନଷ୍ଟ କରି ଦେଇଥିଲେ । ଫସଲ ନଷ୍ଟ ହୋଇଥିବା ଜମିକୁ ଅନୁଧ୍ୟାନ ପାଇଁ ଯାଇଥିବା ବନ କର୍ମଚାରୀଙ୍କୁ ହଟହଟା ହେବାକୁ ପଡ଼ିଛି । ଉତ୍ୟକ୍ତ ଲୋକେ ଓ ଚାଷୀ ଡେପୁଟି ରେଞ୍ଜର ଓ ଫରେଷ୍ଟରଙ୍କୁ ୧୨ ଘଣ୍ଟା ଗୋଟିଏ ସ୍ଥାନରେ ଅଟକ ରଖିଥିଲେ । ହାତୀର ରାଗ ସିଧା ବନ ବିଭାଗ ଅଧିକାରୀଙ୍କ ଉପରେ ସୁଝାଇ ଥିଲେ । ଲୋକେଙ୍କ ଅସନ୍ତୋଷ ଏତେ ଥିଲା ଯେ ସକାଳୁ ରାତି ଯାଏଁ ପ୍ରାୟ ୧୨ଘଣ୍ଟାରୁ ଅଧିକ ସମୟ କାଳ 3ଜଣ ବନ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରେ ଠିଆ କରାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...କରଞ୍ଜିଆ ବନଖଣ୍ଡରେ ବୁଲୁଛନ୍ତି ହାତୀପଲ, ଆକ୍ରମଣରେ ଜଣେ ଆହତ

ଆସନ୍ତା ଶୀତଋତୁକୁ ଆଖି ଆଗରେ ରଖି ଗାଁର ଚାଷୀମାନେ ପନିପରିବା ଚାଷ କରିଥିଲେ । ଏବେ ଧାନଚାଷରେ କେଣ୍ଡା ବାହାରିବା ସମୟ । କିନ୍ତୁ ଏତିକି ବେଳେ ହାତୀ ପଲ ସେ ସବୁକୁ ନଷ୍ଟ କରି ଦେଉଛନ୍ତି । ଫସଲ ସହ ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହେଉଛି । ବନ ବିଭାଗ ଫସଲ ନଷ୍ଟ ସଠିକ୍ ମୂଲ୍ୟାୟନ କରୁ ନଥିବା ଅଭିଯୋଗ ହୋଇଛି । କ୍ଷତିପୂରଣରୁ ରାଶି ବିଲମ୍ୱରେ ମିଳୁଥିବାରୁ ଲୋକେ ଅସନ୍ତୋଷ ହୋଇ ଏଭଳି ରାସ୍ତା ଆପଣାଇ ଥିବା ଜଣାପଡିଛି । ଆଗରୁ ମଧ୍ୟ ଅନେକ ସମୟରେ ଅନୁଗୋଳରେ ବନ କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ଲୋକେ ଅଟକ ରଖିଥିବା ନଜୀର ରହିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.