ETV Bharat / state

ସଳଖୁଛି ସାତକୋଶିଆ: ବାଘଙ୍କ ସୁରକ୍ଷାରେ 8 ଗାଁ ! - ବାଘୁଣୀ ସୁନ୍ଦରୀ

ଅନୁଗୋଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁନଃର୍ଜିବୀତ କରିବାକୁ ପୁଣି ଥରେ ତତ୍ପର ହୋଇଛି ବନ ବିଭାଗ ଓ ଏନଟିସିଏ ।

ବ୍ୟାଘ୍ର ପ୍ରଳଳ୍ପ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ
author img

By

Published : Oct 13, 2019, 5:13 AM IST

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁନଃର୍ଜିବୀତ କରିବାକୁ ପୁଣି ଥରେ ତତ୍ପର ହୋଇଛି ବନ ବିଭାଗ ଓ ଏନଟିସିଏ । ଏନେଇ ଅଭୟାରଣ୍ୟ ମଧ୍ୟରେ ଥିବା ୮ ରୁ ଅଧିକ ଗାଁ ର ୧୫ ଜଣଙ୍କୁ ଉତ୍ତରପ୍ରଦେଶର ପିଲିଭିତ ଏବଂ ଉତ୍ତରାଖଣ୍ଡର କୋରବେଟ ବ୍ୟାଘ୍ର ପ୍ରକଳ୍ପ ବୁଲାଇ ନିଆଯାଇଛି ।

ସେପ୍ଟମ୍ବର 24 ରୁ 27 ତାରିଖ ପର୍ଯ୍ୟନ୍ତ ସେମାନେ ବ୍ୟାଘ୍ର ପ୍ରକଳ୍ପ ବୁଲି ଦେଖିବା ସହ ସେଠାକାର ଅଧିବାସୀଙ୍କ ସହ ମିଶିଥିଲେ । ପ୍ରକଳ୍ପ ଯୋଗୁଁ ପର୍ଯ୍ୟଟନର ବିକାଶ ସାଙ୍ଗକୁ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ବିକାଶ ଘଟିଛି ସେ ସମ୍ପର୍କରେ ବୁଝିଛନ୍ତି । ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ହେଲେ ଏଠାରେ ମଧ୍ୟ ସେଭଳି ବିକାଶ ହୋଇପାରିବ ବୋଲି କହିଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ।

ବ୍ୟାଘ୍ର ପ୍ରଳଳ୍ପ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ

ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ସେମାନେ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରୁ ନାହାଁନ୍ତି । ମାତ୍ର ଏନଟିସିଏର ଗାଇଡ଼ ଲାଇନ ଅନୁସାରେ ବ୍ୟାଘ୍ର ପ୍ରକଳ୍ପର ସଫଳତା ପାଇଁ ସ୍ଥାନୀୟ ବାସିନ୍ଦା, ବନ୍ୟଜନ୍ତୁ ପ୍ରେମୀ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଓ ପୁରୁଖା ଲୋକଙ୍କୁ ସାମିଲ କରିବା କଥା । କିନ୍ତୁ ପ୍ରଥମରୁ ହିଁ ଦାୟିତ୍ବରେ ଥିବା ଅଧିକାରୀମାନେ ଏହି ଗାଇଡ଼ ଲାଇନକୁ ଅଣଦେଖା କରିଆସୁଛନ୍ତି । ଏଥିରେ ପରିବର୍ତ୍ତନ ଆବଶ୍ୟକ । ନଚେତ ବ୍ୟାଘ୍ର ପ୍ରକଳ୍ପ ହେବାକୁ ଦିଆଯିବ ନାହିଁ ବୋଲି ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଚେତାବନୀ ଦେଇଛି ।

ସୂଚନାନୁଯାୟୀ, ଗତ ୨୦୧୮ ଜୁନରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ସାତକୋଶିଆକୁ ଅଣାଯାଇଥିଲା । ହେଲେ ସେହି ବର୍ଷ ନଭେମ୍ବର ୧୪ରେ ତାର ମୃତ୍ୟୁ ହେଲା । ସେହିପରି ୨୦୧୮ ଜୁଲାଇ ୨୮ରେ ବାନ୍ଧବଗଡ଼ରୁ ଏକ ବାଘୁଣୀ ମଧ୍ୟ ଅଣା ଯାଇଥିଲା । କିନ୍ତୁ ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ ତାକୁ ୨୦୧୮ ନଭେମ୍ବର ୭ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏନକ୍ଳୋଜର ଭିତରେ ବନ୍ଦୀ କରି ରଖାଯାଇଛି । ଫଳରେ ଦୁଇ ଦୁଇଟି ମଣିଷ ଜୀବନ ଯାଇଥିବାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସ୍ଥାନୀୟ ଅଧିବାସୀ ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁନର୍ଜିବୀତ କରିବାକୁ ବନ ବିଭାଗ ଓ ଏନଟିସିଏର ପ୍ରୟାସ । ମହାବଳ ର ମୃତ୍ୟୁ ଏବଂ ମଣିଷ ମାରି ବାଘୁଣୀର ବନ୍ଦୀ ଜୀବନ ବିତାଉ ଥିବାରୁ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଏକ ପ୍ରକାର ଅନିଶ୍ଚିତ ଘେରରେ ରହି ଯାଇଛି । କିନ୍ତୁ ଏବେ ପୁଣି ଥରେ ତତ୍ପର ହୋଇ ପଡ଼ିଛନ୍ତି ବନ ବିଭାଗ ଓ ଏନଟିସିଏ । ପ୍ରକଳ୍ପ ଭିତରେ ଥିବା କିଛି ସ୍ଥାନୀୟ ଅଧିବାସୀଙ୍କୁ ନିଜ ଖର୍ଚ୍ଚରେ ଉତ୍ତରପ୍ରଦେଶର ପଲିଭିଟ ଏବଂ ଉତ୍ତରାଖଣ୍ଡର କୋରବେଟ ବ୍ୟାଘ୍ର ପ୍ରକଳ୍ପ ବୁଲାଇଛନ୍ତି । ସେଠାକାର ପ୍ରକଳ୍ପକୁ କିଭଳି ସ୍ଥାନୀୟ ଅଧିବାସୀ ସହଯୋଗ କରୁଛନ୍ତି ଏବଂ ବ୍ୟାଘ୍ର ପ୍ରକଳ୍ପ ଯୋଗୁ କିଭଳି ଇକୋ ଟୁରିଜିମର ବିକାଶ ହେଉଛି ସେ ସମ୍ପର୍କରେ ସାତକୋଶିଆବାସୀ ଙ୍କୁ ଜଣା ଯାଇଛି । Body:Vo – 1
ଗତ ୨୦୧୮ ଜୁନରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ମହାବଳ ସାତକୋଶିଆକୁ ଅଣା ଯାଇଥିଲା । ହେଲେ ସେହିବର୍ଷ ନଭେମ୍ବର ୧୪ ରେ ତାର ମୃତ୍ୟୁ ହେଲା । ସେହିପରି ୨୦୧୮ ଜୁଲାଇ ୨୮ରେ ବାନ୍ଧବଗଡ଼ରୁ ଏକ ବାଘୁଣୀ ମଧ୍ୟ ଅଣା ଯାଇଥିଲା । କିନ୍ତୁ ଦୁଇ ଦୁଇଟି ମଣିଷ ମାରିବା ପରେ ତାକୁ ୨୦୧୮ ନଭେମ୍ବର ୭ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏନକ୍ଳୋଜର ଭିତରେ ବନ୍ଦୀ କରି ରଖାଯାଇଛି । ଫଳରେ ଦୁଇ ଦୁଇଟି ମଣିଷ ଜୀବନ ଯାଇଥିବାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସ୍ଥାନୀୟ ଅଧିବାସୀ ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି । ଏହାଛଡ଼ା ବନ ବିଭାଗ ମଧ୍ୟ ସ୍ଥାନୀୟ ଅଧିକାରୀଙ୍କ ସହ କୈାଣସି ପ୍ରକାର ଯୋଗାଯୋଗ ନକରି ମନଇଛା କାମ କରୁଥିବାରୁ ଲୋକେ ବନ ବିଭାଗକୁ ଆଉ ଭରଷାକୁ ନେଉ ନାହାନ୍ତି । ତେଣୁ ବନ୍ଦୀ ଥିବା ବାଘୁଣୀ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଥିବା ବେଳେ ସାତକୋଶିଆ ପ୍ରକଳ୍ପ ମଧ୍ୟ ସଫଳ ହେବା ନେଇ ଆଶଙ୍କା ଦେଖା ଦେଇଛି । ଏଭଳି ସ୍ଥଳେ ବନ ବିଭାଗ ଓ ଏନଟିସିଏ ପୁଣି ଥରେ ସ୍ଥାନୀୟ ଲୋକଙ୍କ ସହ ମିଶି ବ୍ୟାଘ୍ର ପ୍ରକଳ୍ପ ପୁନର୍ଜିବୀତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ୮ ରୁ ଅଧିକ ଗାଁ ର ୧୫ ଜଣ ଲୋକଙ୍କୁ ଙ୍କୁ ରାଜ୍ୟ ବାହାର ବ୍ୟାଘ୍ର ପ୍ରକଳ୍ପ ବୁଲାଇ ନିଆ ଯାଇଛି । ସେପ୍ଟମ୍ବର 24 ରୁ 27 ତାରିଖ ପର୍ଯ୍ୟନ୍ତ ସେମାନେ ବ୍ୟାଘ୍ର ପ୍ରକଳ୍ପ ବୁଲ ଦେଖିଥିଲେ । ସେଠାକାର ଅଧିବାସୀ ମାନଙ୍କ ସହ ମିଶି ଥିଲେ । ବ୍ୟାଘ୍ର ପ୍ରକଳ୍ପ ଯୋଗୁ କିଭଳି ପର୍ଯ୍ୟଟନର ବିକାଶ ହୋଇଛି ଏବଂ ସ୍ଥାନୀୟ ଅଧିବାସୀ ମାନଙ୍କ ଆର୍ଥିକ ବିକାଶ ଘଟିଛି ସେ ସମ୍ପର୍କରେ ଜାଣିଥିଲେ । ଏହାଦ୍ବାରା ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ହେଲେ ଏଠାରେ ମଧ୍ୟ ସେଭଳି ବିକାଶ ହୋଇ ପାରିବ ବୋଲି ସଚେତନ ହେବେ ବୋଲି କହିଛନ୍ତି ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ।
Byte – 1 ପ୍ରଦୀପ ରାଜ କାରାଟେ , ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ
Vo – 2
ସେପଟେ ସ୍ଥାନୀୟ ଅଧିବାସୀଙ୍କ କହିବା କଥା ସେମାନେ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରୁ ନାହାନ୍ତି । ବରଂ ବନ ବିଭଗର ଅଧିକାରୀ ମାନେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରି ଯେଉଁ ଭଳି ଭାବେ ମନମୁଖୀ କାମ କରୁଛନ୍ତି ତାକୁ ବିରୋଧ କରୁଛନ୍ତି । ବାଘୁଣୀ ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଲା । କେବଳ ବନ ବିଭାଗର ଅଧିକାରୀ ମାନଙ୍କ ଅବହେଳା କାରଣରୁ ଏଭଳି ହେଲା । ଏନଟିସିଏର ଗାଇଡ଼ ଲାଇନ ଯାହା ରହିଛିଯେ ବ୍ୟାଘ୍ର ପ୍ରକଳ୍ପର ସଫଳତା ପାଇଁ ସ୍ଥାନୀୟ ଅଧିବାସୀ, ବନ୍ୟଜନ୍ତୁ ପ୍ରେମୀ, ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ଓ ପୁରୁଖା ଲୋକଙ୍କୁ ସାମିଲ କରିବା କଥା । କିନ୍ତୁ ପ୍ରଥମରୁ ହିଁ ଦାୟିତ୍ବରେ ଥିବା ଅଧିକାରୀ ମାନେ ଏହି ଗାଇଡ଼ ଲାଇନକୁ ଅଣଦେଖା କଲେ । ଏଥର ଏଥିରେ ପରିବର୍ତ୍ତନ ଆବଶ୍ୟକ । ନଚେର ବ୍ୟାଘ୍ର ପ୍ରକଳ୍ପ ହେବାକୁ ଦିଆଯିବ ନାହିଁ ବୋଲି ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଚେତାବନୀ ଦେଇଛି ।
Byte – 3 ଅନନ୍ତ ବାସୁଦେବ ପ୍ରଧାନ , ସାତକୋଶିଆ ବାସୀ
Byte – 4 ଅକ୍ଷୟ ପ୍ରଧାନ , ସାତକୋଶିଆ ବାସୀ
Byte – 5 ହୃଦାନନ୍ଦ ନାୟକ, ସାତକୋଶିଆ ବାସୀ
Conclusion:ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁନର୍ଜିବିତ କରିବାକୁ ଯେଉ ପ୍ରୟାସ କରା ଯାଉଛି ତାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ପଦକ୍ଷେପ । କାରଣ ଏଠାକୁ ଆହୁରି 4ଟି ବାଘ ଅଣାଯିବାର ଯୋଜନା ରହିଛି । କିନ୍ତୁ ବନ ବିଭାଗର ସଠିକ ପରିଚାଳନା ହେଲେ ହିଁ ଏହା ପୁଣି ଥରେ ସଫଳ ହୋଇ ପାରିବ ବୋଲି ପରିବେଶବିତ ମାନେ କହୁଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.