ETV Bharat / state

ଅନୁଗୋଳ ହାତୀଙ୍କ ସୁରକ୍ଷା ଚିନ୍ତା, ଲୋକଙ୍କ ସହଯୋଗ ଲୋଡିଲା ବିଭାଗ - ବିଶ୍ବ ହସ୍ତୀ ଦିବସ

ଅନୁଗୋଳରେ ବଢିବାରେ ଲାଗିଛି ହାତୀଙ୍କ ସୁରକ୍ଷା ଚିନ୍ତା । ହାତୀ ଫସଲ ନଷ୍ଟ କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହାତୀପଲ । ତେବେ ହାତୀଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଲୋକଙ୍କ ସହଯୋଗ ଲୋଡିଛି । ଅଧିକ ପଢନ୍ତୁ...

ଅନୁଗୋଳ ହାତୀଙ୍କ ସୁରକ୍ଷା ଚିନ୍ତା, ଲୋକଙ୍କ ସହଯୋଗ ଲୋଡିଲା ବିଭାଗ

author img

By

Published : Aug 12, 2021, 7:25 PM IST

ଅନୁଗୋଳ: ବିଶ୍ବ ହସ୍ତୀ ଦିବସରେ ବନ ବିଭାଗକୁ ଘାରିଛି ହାତୀଙ୍କ ସୁରକ୍ଷା ଚିନ୍ତା । ବିଭାଗ ତରଫରୁ ବିଭିନ୍ନ ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବିଶେଷ କରି ଯେଉଁଠି ହାତୀ ଦ୍ବାରା ଫସଲ ନଷ୍ଟ ହେଉଛି, ସେହି ସବୁ ଅଞ୍ଚଳ ଗୁଡିକରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହାତୀ । ତେଣୁ ହାତୀଙ୍କ ସୁରକ୍ଷା ପାଇଁ ସେହି ଅଞ୍ଚଳର ଲୋକଙ୍କ ମଧ୍ୟରେ ହାତୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନ ସୃଷ୍ଟି କରାଯାଇଛି ।

ଅନୁଗୋଳ ହାତୀଙ୍କ ସୁରକ୍ଷା ଚିନ୍ତା, ଲୋକଙ୍କ ସହଯୋଗ ଲୋଡିଲା ବିଭାଗ

ଜିଲ୍ଲାରେ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଯାହା ପାଇଁ ମୁହାଁମୁହିଁ ହେଉଛନ୍ତି ହାତୀ ଆଉ ମଣିଷ। ବଣୁଆ ହାତୀ ଉପଦ୍ରବ ଯୋଗୁଁ କ୍ଷତି ସହୁଛି ଚାଷୀ । ଯାହା ପାଇଁ ହାତୀ ମଣିଷ ବିବାଦ ବଢୁଛି । ଆକ୍ରୋଶର ଶିକାର ହେଉଛନ୍ତି ହାତୀ । ଅନେକ ସ୍ଥାନରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ହେଉଛି ତ ଆଉ କେଉଁଠି ଫସଲରେ ବିଷ ପ୍ରୟୋଗ କରି ହାତୀ ଶିକାର କରାଯାଉଛି । ଏଭଳି ସ୍ଥିତିରେ ହାତୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନ ବିଭାଗ । ହାତୀ ସୁରକ୍ଷା ପାଇଁ ବନ ବିଭାଗ ବହୁ ପଦକ୍ଷେପ ଗ୍ରହଣ କରୁଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ କିଭଳି ଲୋକଙ୍କ ସହଯୋଗରେ ହାତୀ ସୁରକ୍ଷା କରାଯାଇପାରିବ ସେ ନେଇ ଲୋକଙ୍କ ସାହାଯ୍ୟ ଲୋଡିଛି ବିଭାଗ ।

ଆଜି ବିଶ୍ଵ ହସ୍ତୀ ଦିବସ ପାଳନ ଅବସରରେ ବନ୍ତଳା ବନାଞ୍ଚଳର କଞ୍ଜା, ଗଡ଼ତରାସ, ନୂଆଗାଁ, କନ୍ତମେଘ ଏବଂ ତଳଗଡ଼ ସମେତ ଅନେକ ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ହାତୀ ସୁରକ୍ଷା ସଚେତନତା ସୃଷ୍ଟି କରାଯାଇଛି । ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା, ବୈଠକ ଓ ପଥପ୍ରାନ୍ତ ସଭା କରାଯାଇ ଲୋକଙ୍କ ସହଯୋଗ ଲୋଡିଛି ବିଭାଗ । ବନ ବିଭାଗ ଅଧିକାରୀମାନେ ଲୋକଙ୍କୁ ହାତୀ ସୁରକ୍ଷା ସମ୍ପର୍କରେ ବୁଝାଇଥିଲେ । ବିଭିନ୍ନ ଗାଁର ବହୁ ସଂଖ୍ୟାରେ ଲୋକେ ସହଯୋଗ କରିଥିଲେ । ହାତୀ ଲୋକଙ୍କର ବ୍ୟାପକ ଧନ ଜୀବନ ନଷ୍ଟ କରୁଥିଲେ ମଧ୍ୟ ହାତୀ ଆମର ସମ୍ପଦ ତେଣୁ ସେମାନଙ୍କର ସୁରକ୍ଷା ଆବଶ୍ୟକ ବୋଲି ଲୋକେ ଅନୁଭବ କରିଛନ୍ତି ।

ବର୍ତ୍ତମାନ ହାତୀ ମଣିଷ ବିବାଦ ଯୋଗୁଁ ହାତୀ ବଂଶ ବିପଦରେ ରହିଛି । ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସେମାନଙ୍କ ସହ ରହି ହାତୀ ଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.