ETV Bharat / state

ଜୀବିକା ଉପରେ ବିଭାଗୀୟ କଟକଣା ! ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ - ବିପଦରେ ମତ୍ସ୍ୟଜୀବୀଙ୍କ ଜୀବିକା

ମହାନଦୀ ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ନାଁରେ ଏବେ ବଳି ପଡିଛି ୧୫୦ ରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକା । ବନ ବିଭାଗ ପକ୍ଷରୁ ଗଣ୍ଡରେ ମାଛ ମାରିବାକୁ କଟକଣା ଜାରି କରା ଯାଇଥିବାରୁ ବର୍ଷ ବର୍ଷ ଧରି ମାଛ ମାରି ଜୀବିକା ନିର୍ବାହ କରୁଥିବା ପରିବାର ଏବେ ଚିନ୍ତାରେ । ଅଧିକ ପଢନ୍ତୁ...

ଜୀବିକା ଉପରେ ବିଭାଗୀୟ କଟକଣା ! ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

author img

By

Published : Sep 4, 2021, 3:32 PM IST

ଅନୁଗୋଳ: ମହାନଦୀ ସାତକୋଶିଆ ଗଣ୍ଡରେ କୁମ୍ଭୀର ସଂରକ୍ଷଣ ନାଁରେ ଏବେ ବଳି ପଡିଛି ୧୫୦ ରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକା । ବନ ବିଭାଗ ପକ୍ଷରୁ ଗଣ୍ଡରେ ମାଛ ମାରିବାକୁ କଟକଣା ଜାରି କରାଯାଇଥିବାରୁ ବର୍ଷ ବର୍ଷ ଧରି ମାଛ ମାରି ଜୀବିକା ନିର୍ବାହ କରୁଥିବା ଏହି ପରିବାର ଏବେ ହାତ ବାନ୍ଧି ବସିଛନ୍ତି। କାରଣ ଗଣ୍ଡରେ ମାଛ ମାରିଲେ ହିଁ ମତ୍ସ୍ୟଜୀବୀଙ୍କ ଘରେ ଚୁଲି ଜଳେ । ଅର୍ଥାତ ମାଛ ମାରି ବଜାରରେ ବିକ୍ରି କରି ନିଜର ପରିବାର ପୋଷନ୍ତି ମତ୍ସ୍ୟଜୀବୀ । କିନ୍ତୁ ଏବେ ଏହି ମତ୍ସ୍ୟଜୀବୀଙ୍କ ପରିବାରରେ ଚୁଲି ଜଳୁନି। କାରଣ ମତ୍ସ୍ୟଜୀବୀଙ୍କୁ ଏବେ ଗଣ୍ଡରୁ ମାଛ ମାରିବାକୁ ବାରଣ କରିଛି ଜଙ୍ଗଲ ବିଭାଗ ।

ଜୀବିକା ଉପରେ ବିଭାଗୀୟ କଟକଣା ! ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

କୁମ୍ଭୀର ପ୍ରକଳ୍ପ ଯୋଗୁ ବନ ବିଭାଗ ମାଛ ମାରିବା ଉପରେ କଟକଣା ଲଗାଉଛି। ଫଳରେ ଯେଉଁ ସ୍ଥାନରେ ପର୍ଯ୍ୟାପ୍ତ ମାଛ ଅଛନ୍ତି ସେହି ସ୍ଥାନକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। କିଏ କେମିତି ମାଛ ମାରିବାକୁ ଗଲେ ବିଭାଗୀୟ କର୍ମଚାରୀ ତାଙ୍କୁ ଧରି ଡଙ୍ଗା ଜବତ କରିବା ସହ ଜେଲ ପଠାଇ ଦେଉଛି। ଫଳରେ ଅନୁଗୋଳ ଜିଲ୍ଲାର ସାତକୋଶିଆ ଗଣ୍ଡ ଅବବାହିକରେ ବସବାସ କରୁଥିବା ୧୫୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଏବେ କେମିତି ବଞ୍ଚିବେ, ଆଉ ନିଜ ପରିବାର କିପରି ଚଳାଇବେ, ତାକୁ ନେଇ ଚିନ୍ତାରେ ।

ନଦୀ ଅବବାହିକାରେ ରୁହନ୍ତି ଘାଟ ସାହି, କେଉଟ ସାହି, ନୂଆସାହି, ଗଇନ୍ଦି, ରାମିମୁଣ୍ଡା, ବେହେରା ସାହି ଓ ମଝିପଡା ଆଦି ଗାଁର ମତ୍ସ୍ୟଜୀବୀ ପରିବାର । ପୁରୁଷ ପୁରୁଷ ଧରି କେବଳ ନଦୀରୁ ମାଛ ମାରି ଜୀବିକା ନିର୍ବାହ କରନ୍ତି ଏମାନେ। ଗଣ୍ଡରେ କୁମ୍ଭୀର ସୁରକ୍ଷା ପାଇଁ ବନ ବିଭାଗ ଏବେ ଆଉ ମାଛ ମାରିବାକୁ ଅନୁମତି ଦେଉନାହିଁ । ଏନେଇ ଗାଁ ଲୋକେ ଦାବି କଲେ ବିଭାଗର ଅଧିକାରୀମାନେ ସେମାନଙ୍କ ଜୀବିକା ପାଇଁ କଟକଣାକୁ ସାମାନ୍ୟ କୋହଳ କରିବାକୁ ପ୍ରତିଶୃତି ଦେଉଛନ୍ତି। କିନ୍ତୁ ବାସ୍ତବରେ ତାହା କାର୍ଯ୍ୟକାରୀ କରୁ ନାହାଁନ୍ତି। ବନ ବିଭାଗର ଏଭଳି ମାନସିକତା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛି ସାତକୋଶିଆ ପ୍ରଜା ସୁରକ୍ଷା ସମିତି।

ତୁରନ୍ତ ବନ ବିଭାଗ ଏହି ମତ୍ସ୍ୟଜୀବୀମାନଙ୍କ କଥା ବିଚାର ନକଲେ ଆଗାମୀ ଦିନରେ ସାତକୋଶିଆ ଅଞ୍ଚଳର ୩୫ଟି ପଞ୍ଚାୟତକୁ ନେଇ ଗଠିତ ସାତକୋଶିଆ ପ୍ରଜା ସୁରକ୍ଷା ସମିତି ବିରାଟ ଆନ୍ଦୋଳନ କରିବ। ତେବେ ଏନେଇ କୌଣସି ବିଭାଗୀୟ ଅଧିକାରୀ କିଛି ପ୍ରତିକ୍ରିୟା ଦେବାକୁ ମନା କରୁଥିବା ବେଳେ ସ୍ଥାନୀୟ ବିଧାୟକ କହିଛନ୍ତି ଯେ, ସେ ଏନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ । ଏବଂ ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ପଦକ୍ଷେପ ନେବେ। ଏପଟେ ଭିଭିନ୍ନ ସମୟରେ ସାତକୋଶିଆ କର୍ତ୍ତୃପକ୍ଷ ଅଞ୍ଚଳର ଅଧିବାସୀଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଛନ୍ତି । ଯାହାକୁ ନେଇ ବନବିଭାଗ ବିରୁଦ୍ଧରେ ଅସନ୍ତୋଷ ଦାନା ବାନ୍ଧୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.