ETV Bharat / state

ଖାଇବା ଦେବା ଆଳରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

author img

By ETV Bharat Odisha Team

Published : Dec 1, 2023, 5:32 PM IST

ଡାକ୍ତରାଣୀଙ୍କ ଘରେ ପଶି ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରିଛନ୍ତି । ଅଭିଯୁକ୍ତ ଛେଣ୍ଡିପଦାର ସୁକାନ୍ତ ବେହେରାକୁ ୧୦ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି । ଅଧିକ ପଢନ୍ତୁ

ଖାଇବା ନେଇ ଦେଇ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ: ଖାଇବା ନେଇ ଦେବା ବାହାନାରେ ଡାକ୍ତରାଣୀଙ୍କୁ ଘରେ ପଶି ଦୁଷ୍କର୍ମ କରିବା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ଛେଣ୍ଡିପଦାର ସୁକାନ୍ତ ବେହେରାକୁ ୧୦ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଡାକ୍ତରାଣୀଙ୍କୁ ଘରେ ପଶି ଦୁଷ୍କର୍ମ କରିବା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ଛେଣ୍ଡିପଦାର ସୁକାନ୍ତ ବେହେରାକୁ ୧୦ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଗତକାଲି ଅନୁଗୋଳ ଜିଲା ଦୌରାଜଜ ନିଜ ରାୟ ଶୁଣାଇଛନ୍ତି ।

ଅଧିକ- ପଢନ୍ତୁ- ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଅପହରଣ ମାମଲା, 2 ଦୋଷୀଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡ

ସୂଚନା ଅନୁସାରେ, ୨୦୨୧ ଜୁନ ୨୯ ତାରିଖ ରାତିରେ ଡାକ୍ତରାଣୀ ଛେଣ୍ଡିପଦାର ଏକ ହୋଟେଲରୁ ଖାଇବା ମଗାଇଥିଲେ । ହୋଟେଲ ମାଲିକଙ୍କ ପୁଅ ଅଭିଯୁକ୍ତ ସୁକାନ୍ତ ରାତି ପ୍ରାୟ ୧୨ଟାରେ ହୋଟେଲରୁ ଖାଦ୍ୟ ପାର୍ସଲ ଧରି ଡାକ୍ତରାଣୀଙ୍କ ଘରେ ପହଞ୍ଚି ଥିଲା । ଡାକ୍ତରାଣୀ କବାଟ ଖୋଲିବା ମାତ୍ରେ ସେ ଧସେଇ ପଶି ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିଲା । ପୋଲିସରେ ଅଭିଯୋଗ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ଏହି ସମୟରେ ଡାକ୍ତରାଣୀଙ୍କ ଦୁଇ ଭାଇ ସେଠାରେ ପହଞ୍ଚି ଯାଇଥିଲେ । ସେମାନେ ଅଭିଯୁକ୍ତଙ୍କୁ କାବୁ କରିବା ବେଳେ ସେ ଧକ୍କା ମାରି ଫେରାର ହୋଇଯାଇଥିଲା ।

ଏନେଇ ଡାକ୍ତରାଣୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିବା ବେଳେ ମୋଟ ୧୧ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ସୁକାନ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.