ETV Bharat / state

ପାଞ୍ଚ ଦିନ ହେବ ପାଣି ଭିତରେ 40 ପରିବାର ! - ଅନୁଗୋଳ ଖବର

ବନ୍ୟାପାଣି ଘେରରେ ଗ୍ରାମବାସୀ । ଶୁଣିବାକୁ କେହିନାହାଁନ୍ତି ଏ ଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କଙ୍କିଳି ଗ୍ରାମର 40 ପରିବାର । ଅଧିକ ପଢନ୍ତୁ...

ପାଞ୍ଚ ଦିନ ହେବ ପାଣି ଭିତରେ 40 ପରିବାର! ଶୁଣିବାକୁ କେହି ନାହାଁନ୍ତି

author img

By

Published : Aug 23, 2020, 10:00 PM IST

ଅନୁଗୋଳ: ପାଞ୍ଚ ଦିନ ହେବ ପାଣି ଭିତରେ 40 ପରିବାର । ଶୁଣିବାକୁ କେହି ନାହିଁ । ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କଙ୍କିଳି ଗାଁର 40 ପରିବାର ଭୋଗୁଛନ୍ତି ଦୁର୍ଦ୍ଦଶା। ଏ ଭଳି ସମୟରେ ଏମାନଙ୍କ ପାଖରେ କେହିନାହାଁନ୍ତି ।

ପାଞ୍ଚ ଦିନ ହେବ ପାଣି ଭିତରେ 40 ପରିବାର! ଶୁଣିବାକୁ କେହି ନାହାଁନ୍ତି

ଗତ ୫ଦିନ ହେଲା ଲଗାଣ ବର୍ଷାରେ ଅନୁଗୋଳ ତାଳଚେର ବ୍ଲକ କଂକିଳି ଗ୍ରାମର ୧୨ନଂ ୱାର୍ଡ ଜଳମଗ୍ନ ହୋଇରହିଛି l ଏହି ୱାର୍ଡ଼ର ୪୦ ଗୋଟି ପରିବାର ଜଳଘେରରେ ରହିଛନ୍ତି । ଘର ଭିତରେ ବାହାରେ ଖାଲି ପାଣି ହିଁ ପାଣି l ଘରର ସବୁ ଆସବାବପତ୍ର ସମେତ ବହୁ ଗୁରୁତ୍ବପୂର୍ଣ୍ଣ ଜିନିଷପତ୍ର ଜଳରେ ନଷ୍ଟ ହୋଇଯାଇଛି । ରହିବା ବସିବା ତ ଦୂରର କଥା ଲୋକେ ରୋଷେଇ ମୁଠାଏ ମଧ୍ୟ କରି ପାରୁନାହାନ୍ତି । ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନଥିବା ଯୋଗୁଁ ଜଳ ଘରେ ପଶୁଛି । ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି । ଵରଂ ଦିନକୁ ଦିନ ଅବସ୍ଥା ସାଙ୍ଘାତିକ ହେବାକୁ ଲାଗିଛି । ଯଥା ଶୀଘ୍ର ଏହି ପରିବାରଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇବା ସହ ଜଳ ନିଷ୍କାସନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.