ETV Bharat / state

ବନ୍ୟା ବିତ୍ପାତ: ସାତକୋଶିଆରେ ଘାରିଛି କୁମ୍ବୀର ଭୟ

author img

By

Published : Aug 16, 2022, 4:15 PM IST

ମହାନଦୀରେ ଆସିଥିବା ବନ୍ୟା ପାଣି ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ପଶିବାରୁ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଅଧିକ ପଢନ୍ତୁ

ବନ୍ୟା ବିତ୍ପାତ: ସାତକୋଶିଆରେ ଘାରିଛି କୁମ୍ବୀର ଭୟ
ବନ୍ୟା ବିତ୍ପାତ: ସାତକୋଶିଆରେ ଘାରିଛି କୁମ୍ବୀର ଭୟ

ଅନୁଗୋଳ: ଥମିବାର ନା ଧରୁନି ଦୁର୍ଦ୍ଦଶା । ମହାନଦୀରେ ଆସିଥିବା ବନ୍ୟା ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ସତେ ଯେମିତି ଦୁଃଖ ଆଣିଦେଇଛି । ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ଲୋକ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଅଭୟାରଣ୍ୟର ଟିକରପଡାରେ ଥିବା ରେଞ୍ଜର ଅଫିସ ଏବଂ କର୍ମଚାରୀଙ୍କ ବାସ ଭବନରେ ବନ୍ୟା ପାଣି ପଶିଛି ।

ତିନି ଦିନ ହେବ ଟିକରପଡା ରେଞ୍ଜ ଅଫିସରେ ପାଣି ପଶି ରହିଥିବା ବେଳେ ଏଠାକାର କର୍ମଚାରୀଙ୍କ କ୍ଵାଟର ମଧ୍ୟ ପାଣୀରେ ବୁଡି ରହିଛି । ସେପଟେ ବନ୍ୟା ଦୁର୍ଦ୍ଦଶା ଭିତରା ଘାରିଛି କୁମ୍ବୀର ଭୟ । ବନ୍ୟା ପାଣିରେ ସାତକୋଶିଆ ଗଣ୍ଡରେ ଥିବା କୁମ୍ଭୀର ମାନେ ମଧ୍ୟ ଭାସି ଆସିବାର ଭୟ ସ୍ଥାନୀୟ ଲୋକଙ୍କୁ ଚିନ୍ତାରେ ପକାଇଛି । ତେବେ ଏବାବଦରେ ସାତକୋଶିଆ ଡିଏଫଓ କହିଛନ୍ତି କୁମ୍ବୀର ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ପ୍ରତି କୌଣସି ଭୟ କରିବାର ନାହିଁ । ପ୍ରତି ବର୍ଷ ବନ୍ୟା ଆସୁଥିବାରୁ ସେମାନେ ତାଙ୍କ ନିଜର ସୁରକ୍ଷିତ ସ୍ଥାନ ବାଛି ନେଇଥିବେ । ତେବେ ଚାରିଆଡେ ବନ୍ୟା ପାଣି ଘେରି ରହୁଥିବାରୁ କର୍ମଚାରୀ ମାନେ ଯିବା ଆସିବା କରି ପାରୁନାହାନ୍ତି । ଜରୁରୀ କାମ ଥିବା କର୍ମଚାରୀ ଡ଼ଙ୍ଗାରେ ଯିବା ଆସିବା କରୁଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.