ETV Bharat / state

ମହାନଦୀରେ ବନ୍ୟା ଦେଲା ଦୁଃଖ, ହନ୍ତସନ୍ତ ଟିକରପଡାବାସୀ

author img

By

Published : Aug 4, 2023, 8:32 PM IST

ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅନୁଗୋଳ ସାତକୋଶିଆ ଗଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଟିକରପଡା ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବାବେଳେ ସ୍ଥିତି ସଙ୍ଗୀନ ରହିଛି। ଅଧିକ ପଢନ୍ତୁ

ବନ୍ୟା ଜଳ ଘେରରେ ଅନୁଗୋଳ
ବନ୍ୟା ଜଳ ଘେରରେ ଅନୁଗୋଳ

ବନ୍ୟା ଜଳ ଘେରରେ ଅନୁଗୋଳ

ଅନୁଗୋଳ: ଲଗାଣ ବର୍ଷା ଯୋଗୁଁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଅନୁଗୋଳର ସାତକୋଶିଆ ଗଣ୍ଡରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଗତ ବୁଧବାର ବିଳମ୍ବିତ ରାତିରେ ହଠାତ ଗଣ୍ଡରେ ପାଣି ବଢି ଯାଇଥିଲା । ଫଳରେ ନଦୀ କୂଳରେ ଥିବା ମତ୍ସ୍ୟଜୀବୀ ବସ୍ତିକୁ ପାଣି ମାଡ଼ି ଆସିଥିଲା । ଘରେ ପ୍ରାୟ ୧୫୦ ପରିବାରର ସଦସ୍ୟମାନେ ଶୋଇଥିଲେ । କିନ୍ତୁ ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ସେମାନଙ୍କୁ ଡ଼ଙ୍ଗା ସାହାଯ୍ୟରେ ସ୍ଥାନାନ୍ତର କରିଥିଲେ । ତେବେ ମତ୍ସ୍ୟଜୀବୀ ପରିବାରଗୁଡ଼ିକର ବହୁ ଘରକରଣା ଜିନିଷ ରହି ଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।

ଗୁରୁବାରଠାରୁ ଟିକରପଡା ହାଇସ୍କୁଲରେ ୨୭୫ ଜଣଙ୍କୁ ରଖାଯାଇଛି । ସେମାନଙ୍କୁ ପ୍ରଥମେ ରିଲିଫ୍‌ ଆକାରରେ ଚୁଡ଼ା ଗୁଡ଼ ଦିଆଯାଇଥିଲା । ଏହାପରେ ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି । ଏନେଇ ସ୍ଥାନୀୟ ସରପଞ୍ଚ, ଅନୁଗୋଳ ବିଡିଓ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସ୍ଥିତି ତଦାରଖ କରୁଥିବା ଜଣାପଡ଼ିଛି । ମହାନଦୀ ସାତକୋଶିଆ ଗଣ୍ଡରେ ପ୍ରବଳ ପାଣି ଯୋଗୁଁ ଟିକରପଡ଼ା ରାସ୍ତା ଉପରେ ୧୦ଫୁଟର ପାଣି ଜମି ରହିଛି । ଏହାସହ ଟିକରପଡ଼ା ନେଚର କ୍ୟାମ୍ପ୍‌ ଚାରିପଟେ ପାଣି ରହିଥିବାରୁ କ୍ୟାମ୍ପ ବନ୍ଦ ରଖାଯାଇଛି ।

ସେଠାରେ ଥିବା ବିଦ୍ୟୁତ ଖୁଣ୍ଟଗୁଡିକ ଅର୍ଦ୍ଧାଧିକ ବୁଡ଼ିଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ବୁଡ଼ି ଯାଇଥିବା ଜଣାପଡିଛି । ଏପରିକି ନଳକୂପ, ବୋରୱେଲ୍‌ ସବୁ କିଛି ପାଣିରେ ବୁଡ଼ି ଯାଇଛି। ଅଧିକାଂଶ ବଡ଼ବଡ଼ ଗଛ ମଧ୍ୟ ଦେଖାଯାଉନାହିଁ । ବନ୍ୟା ଯୋଗୁଁ ଟିକରପଡା ବାସିନ୍ଦା ସମ୍ପୂର୍ଣ୍ଣ ଜଳ ବନ୍ଦୀ ହୋଇ ରହିଛନ୍ତି । ଟିକରପଡ଼ାର ପ୍ରାୟ ୨୭୫ଜଣ ମତ୍ସ୍ୟଜୀବୀଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି ।

ଏହା ବି ପଢନ୍ତୁ...ଡ଼ରାଉଛି ଦୟା ନଦୀ: ବନ୍ୟା ପାଣିରେ ବୁଡ଼ିଲା ସ୍କୁଲ, ଧୋଇଗଲା ରାସ୍ତା

ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କେବଳ କାଠଡଙ୍ଗା ଭରଷା ପାଲଟିଛି । ତେବେ ଜଳ ସ୍ରୋତ ପ୍ରଖର ଥିବାରୁ ଡଙ୍ଗାରେ ଯିବା ଆସିବା କରିବା ମଧ୍ୟ ସମ୍ଭବ ହୋଇପାରୁନାହିଁ । ଗଣ୍ଡରେ ପାଣି ବଢ଼ିଥିବାରୁ କରଡ଼ାପଡା ନାଳ ଉପରେ ୫ଫୁଟର ପାଣି ଚାଲୁଛି । ତେଣୁ ସେ ରାସ୍ତାର ଅପର ପାର୍ଶ୍ୱରେ ଥିବା ଗଇନ୍ଦି, ବେହେରା ସାହି, ମଝିପଡ଼ା ଓ ରାମିମୁଣ୍ଡା ଆଦି ଗାଁ ଗୁଡିକୁ ଯାତାୟାତ ଠପ୍ ହୋଇଯାଇଛି । ବର୍ଷା ସାମାନ୍ୟ କମିଥିଲେ ମଧ୍ୟ ଜଳସ୍ତର ସେତେଟା କମି ନଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ଆଗାମୀ ଦିନରେ ବର୍ଷା ହେଲେ କିମ୍ବା ଉପର ମୁଣ୍ଡରେ ବର୍ଷା ହେଲେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.