ETV Bharat / state

ସରୁନି ପୋଲ କାମ, ଦୁର୍ଦ୍ଦଶା ଭୋଗୁଛନ୍ତି 5 ପଞ୍ଚାୟତବାସୀ

ପୁରୁଣା ପୋଲ ଭାଙ୍ଗିବା ଘଟଣାକୁ ଦୁଇ ବର୍ଷ ବିତି ଗଲାଣି । ଆଉ ଦୁଇ ବର୍ଷ ହେବ ଯାତାୟାତକୁ ନେଇ ଦୁର୍ଦ୍ଦଶା ହେଉଛନ୍ତି 5ଟି ପଞ୍ଚାୟତର ଲୋକେ । ଲୋକଙ୍କୁ ଭୁଆଁ ଓ ବିଭାଗକୁ ଚକମା ଦେଇ ଠିକାଦାର ପୋଲ କାମ ଛାଡି ଛୁ ମାରିଛି । ଏହି ଘଟଣା ଘଟିଛି ଅନୁଗୋଳ ଖିଣ୍ଡା ପଞ୍ଚୟତରେ ।

author img

By

Published : Jun 22, 2019, 7:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଟିକିଏ ଭଲ କରି ଦେଖନ୍ତୁ ଏହି ଦୃଶ୍ୟ । କିପରି ପୋଲଟି ଭାଙ୍ଗି ପଡିଛି । ଆଉ ଅସୁବିଧାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ । କୌଣସି ଦୂର୍ବିପାକ ନୁହେଁ ବରଂ ନୂଆ ପୋଲ ନିର୍ମାଣ ହେବ ବୋଲି ଠିକାଦାର ଏହି ପୋଲକୁ ଭାଙ୍ଗି ଦେଇଛନ୍ତି । କିନ୍ତୁ ନୂଆ ପୋଲ ତ ଦୂରର କଥା ପୁରୁଣା ପୋଲକୁ ନେଇ ନାନା ସମସ୍ୟା ଭୋଗୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ବ୍ଲକର ଖିଣ୍ଡା ପଞ୍ଚାୟତ ଦେଇ ବହି ଯାଇଛି ରୁକୁଣା ନାଳ । ଏହି ନାଳ ଉପରେ ଅନେକ ଦିନ ପୂର୍ବରୁ ପାଇପ ପକାଯାଇ ଏକ ପୋଲ ନିର୍ମାଣ କରାଯାଇଥିଲା । ଆଉ ଏହା ଉପରେ ନିର୍ଭର କରୁଥିଲେ 5ଟି ପଞ୍ଚାୟତର ଲୋକେ ।

ବର୍ଷା ଦିନେ ପୋଲଟି ବୁଡି ଯାଉଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ନୂଆ ପୋଲ ନିର୍ମାଣ ପାଇଁ ୫୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । କିଏ କାମ କରିବ ତା ମଧ୍ୟ ଧାର୍ଯ୍ୟ ହୋଇ କାର୍ଯ୍ୟାଦେଶ ମିଳିଥିଲା । ହେଲେ ନିର୍ମାଣ କାମ ନେଇଥିବା ଠିକାଦାର ପୁରଣା ପୋଲ ଭାଙ୍ଗି ଫେରାର ହୋଇଯାଇଛି ।

ପୁରୁଣା ପୋଲ ଭାଙ୍ଗିବା ଘଟଣାକୁ ଦୁଇ ବର୍ଷ ବିତି ଗଲାଣି । ଆଉ ଦୁଇ ବର୍ଷ ହେବ ଯାତାୟାତକୁ ନେଇ ଘାଣ୍ଟି ହେଉଛନ୍ତି ଖିଣ୍ଡା, ଜାମୁଣ୍ଡା, ତରାସ, ଗଡତରାସ ଏହିଭଳି 5ଟି ପଞ୍ଚାୟତ ଲୋକେ ।

ସେହିପରି ପିଲାମାନେ ନା ସ୍କୁଲ ଯାଇ ପାରୁଛନ୍ତି ନା ଲୋକେ ହସ୍ପିଟାଲ । ସାଧାରଣ କାମ ଟିଏ ପାଇଁ ଲୋକଙ୍କୁ ୫ ରୁ ୬ଟି ରାସ୍ତା ବୁଲି ବୁଲି ଯିବାକୁ ପଡୁଛି । ଏପଟେ ଲୋକଙ୍କ ଅସୁବିଧା ଓ ଠିକାଦାର କରିଥିବା ଅବ୍ୟବସ୍ଥାକୁ ସ୍ଵୀକାର କରିଛନ୍ତି ବିଭାଗୀୟ ଯନ୍ତ୍ରୀ । ଖୁବ ଶୀଘ୍ର କମ ଆରମ୍ଭ କରାଯିବ ବୋଲି ସୂଚନା ମଧ୍ୟ ଦେଇଛନ୍ତି ।

ଲୋକଙ୍କୁ ଭୁଆଁ ଓ ବିଭାଗକୁ ଚକମା ଦେଇ ଠିକାଦାର ଛୁ ମାରିଛି । ଏବେ ଦେଖିବାର କଥା ବିଭାଗ ଏହି ପୋଲର ନିର୍ମାଣ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ କେବେ କାର୍ଯ୍ୟକାରୀ କରୁଛି ?

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:11 ମାସ ଧରି ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଶୀତଲ ପାଇଁ ସହାୟତା ର ହାତ ବଢାଇଛନ୍ତି ଭଦ୍ରକ ର ମାନ୍ୟବର ବିଧାୟକ ସଞ୍ଜୀବ ମଲ୍ଲିକ।

Body:ଭଦ୍ରକ ବିଧାୟକ ଶୀତଲ ଙ୍କୁ ନିଜ ଝିଅ ପରି ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଇଟିଭି ଭାରତ କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ନିର୍ଭର ପ୍ରତିଶୃତି ଦେଇଛନ୍ତି। ଏଥିସହ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ କଡରେ ଥିବା ସମସ୍ତ ସ୍କୁଲ ଗୁଡିକ ରେ ପଢୁଥିବା ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ଭାବେ ଯାତାୟାତ କରିପାରିବେ ସେନେଇ ମଧ୍ଯ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

Conclusion:od_bdk_wish for death followup_mla_121_7203442 mojo ରେ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.