ETV Bharat / state

ସୁନ୍ଦରୀ ପାଇଁ ନିଜ ମୁଣ୍ଡରୁ ଦୋଷ ଛଡାଉଛି NTCA - NTCA

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ବାଘ ଫେରିଯିବା ପାଇଁ ଏନଟିସିଏ (NTCA)ଚିଠି କରିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ....

ବାଘ ପାଇଁ ନିଜ ମୁଣ୍ଡରୁ ଦୋଷ ଛଡାଉଛି NTCA
ବାଘ ପାଇଁ ନିଜ ମୁଣ୍ଡରୁ ଦୋଷ ଛଡାଉଛି NTCA
author img

By

Published : Dec 24, 2019, 5:54 PM IST

ଅନୁଗୋଳ: ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ନେଇ ଏନଟିସିଏ (NTCA)ର ପଦକ୍ଷେପକୁ ଏବେ ସମସ୍ତେ ନାପସନ୍ଦ କରୁଛନ୍ତି । ଯାହାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବାଘ ଆସିଥିଲା ସେ କିଭଳି ଜାଣି ପାରିଲେ ନାହିଁ ନିୟମରେ ଖିଲାପ ହେଉଛି ବୋଲି । ନା ବିଭାଗ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଏବେ ସାତକୋଶିଆରୁ ମୁହଁ ଫେରାଉଛି ଏନଟିସିଏ(NTCA) ।

ବାଘ ପାଇଁ ନିଜ ମୁଣ୍ଡରୁ ଦୋଷ ଛଡାଉଛି NTCA

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ବାଘ ଫେରିଯିବା ପାଇଁ ଏନଟିସିଏ (NTCA)ଚିଠି କରିବା ପରେ ଏପରି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଦୁଇ ବର୍ଷ ତଳୁ ଏନଟିସିଏ (NTCA) ଓ WIIର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଥିଲା ପ୍ରକଳ୍ପ। ଦେଶରେ ଆନ୍ତ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ପ୍ରଥମ କରି ଆରମ୍ଭ ହୋଇଥିଲା ସାତକୋଶିଆରେ। ଯାହା ଦେହରେ ଏବେ ଲାଗିଛି କଳଙ୍କ। କେବଳ ବନ ବିଭାଗ ମୁଣ୍ଡରେ ଅଠା ବୋଳି ଏନଟିସିଏ(NTCA) ନିଜର ଦାୟିତ୍ବ ତୁଲାଇବାକୁ ଚେଷ୍ଟା କରିଛି । ଯାହା ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ।

ପରିବେଶବିତଙ୍କ ଯୁକ୍ତି ବାଘ ଆସିବା ଦିନଠାରୁ ସବୁ ମନିଟିରିଂ WII ଓ ଏନଟିସିଏ(NTCA) ହିଁ କରୁଥିଲେ । ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ସାତକୋଶିଆରେ ଡେରା ପକାଇଥିଲେ । ବାଘ ଗତିବିଧି ଲକ୍ଷ୍ୟ କରିବା ଠାରୁ ଆରମ୍ଭ କରି ଅମାନିଆ ବାଘୁଣୀକୁ ପୁଣିଥରେ ଟ୍ରାଙ୍କୁଲାଇଜିଂ କରି ଏନକ୍ଲୋଜରରେ ରଖିବା ପର୍ଯ୍ୟନ୍ତ ସବୁ ଏହି ଦୁଇ ସଂସ୍ଥା ତଦାରଖ କରୁଥିଲା। ଯଦି ଛୋଟିଆ ଏନକ୍ଲୋଜର ବାଘୁଣୀ ପାଇଁ ଉପଯୁକ୍ତ ନଥିଲା ତେବେ ଏତେଦିନ ଯାଏ ଏନକ୍ଲୋଜରକୁ ବଢାଇବା ପାଇଁ କାହିଁକି ପଦକ୍ଷେପ ନେଲେନାହିଁ। ଏନଟିସିଏ(NTCA) ନିୟମ ପାଳନରେ ଖିଲାପ ଯାହା ପୂର୍ବରୁ ହୋଇଥିଲା ଏବେ କୌଣସି ନିଯମରେ ଖିଲାପ ହୋଇ ନାହିଁ ବୋଲି କହିଛନ୍ତି ସାତକୋଶିଆ ଫିଲ୍ଡ ଡାଇରେକ୍ଟର ।

ପ୍ରକଳ୍ପ ବାବଦରେ ପୁଣିଠାରେ ତର୍ଜମା ହେବାର ଆବଶ୍ୟକ ରହିଛି । ଯାହା ନିୟମ ଖିଲାପ ହୋଇଛି ସେଥିରୁ ଶିଖି ପ୍ରକଳ୍ପକୁ ଆଗେଇ ନେବା ଦରକାର ।

ଅନୁଗୋଳରୁ ସଂଗ୍ରାମ ନାଥ, ଇଟିଭି ଭାରତ

Intro:ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ନେଇ NTCA ର ପଦକ୍ଷେପ କୁ ଏବେ ସମସ୍ତେ ନା ପସନ୍ଦ କରୁଛନ୍ତି । ଯାହାର ପ୍ରତ୍ୟକ୍ଷ ତତ୍ବାବଧାନରେ ବାଘ ଆସିଥିଲା ସେ ପୁଣି କିଭଳି ଜାଣି ପାରିଲା ନାହିଁ ନିୟମ ରେ ଖିଲାପ ହେଉଛି ବୋଲି । ନା ବିଭାଗ ମଧ୍ୟରେ ସମନ୍ଵୟ ର ଅଭାବ ଯୋଗୁଁ ଏବେ ସାତକୋଶିଆ ରୁ ମୁହଁ ଫେରାଉଛି NTCA Body:ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ରୁ ବାଘ ଫେରିଯିବା ପାଇଁ NTCA ଚିଠି କରିବା ପରେ ଏବେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ଦୁଇ ବର୍ଷ ତଳୁ NTCA ଓ WII ର ପ୍ରତକ୍ଷ ତତ୍ୱାବଧାନରେ ଚାଲିଥିବା ପ୍ରକଳ୍ପ । ଦେଶରେ ଆନ୍ତ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ପ୍ରଥମ କରି ଆରମ୍ଭ ହୋଇଥିଲା ସାତକୋଶିଆ ରେ । ଯାହା ଦେହରେ ଏବେ ଲାଗିଛି କଳଙ୍କ । କେବଳ ବନ ବିଭାଗ ମୁଣ୍ଡ ରେ ଅଠା ବୋଳି NTAC ନିଜର ଦାଇତ୍ୱ ତୁଲାଇବାକୁ ଚେଷ୍ଟା କରିଛି । ଯାହା ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ପରିବେଶ ବିତ ଓ ବନ୍ୟପ୍ରାଣୀ ବିଶେଷଙ୍ଗ ।
Byte – 1 ସ୍ଵପ୍ନାଶ୍ରୀ ଶଢଙ୍ଗୀ, ବନ୍ୟାପ୍ରାଣୀ ବେଶଷଜ୍ଞ
Byte – 2 ପ୍ରସନ ବେହେରା, ପରିବେଷ ବିତ
Vo – 2
ପରିବେଶ ବିତ ଙ୍କ ଯୁକ୍ତି ବାଘ ଆସିବା ଦିନଠାରୁ ସବୁ ମଣିଟିରିଂ WII ଓ NTCA ହିଁ କରୁଥିଲେ । ଉଭୟ ସଂସ୍ଥା ର ବରିଷ୍ଠ ଅଧିକାରୀ ମାନେ ସାତକୋଶିଆ ରେ ଡେରା ପକାଇ ଥିଲେ । ବାଘ ଗତିବିଧି ଲକ୍ଷ କରିବାଠାରୁ ଆରମ୍ଭ କରି ଅମାନିଆ ବାଘୁଣୀ କୁ ପୁଣିଥରେ ଟ୍ରାଙ୍କୁ ଲାଇଜିଙ୍ଗ କରି ଏଂକ୍ଲୋଜରେ ରେ ରଖିବା ପର୍ଯ୍ୟନ୍ତ ସବୁ ଏହି ଦୁଇ ସଂସ୍ଥା ତଦାରଖ କରୁଥିଲା। ଯଦି ଛୋଟିଆ ଏଙ୍କ୍ଲୋଜର ବାଘୁଣୀ ପାଇଁ ଉପଯୁକ୍ତ ନଥିଲା ତେବେ ଏତେଦିନ ଯାଏ ଏଙ୍କ୍ଲୋଜର କୁ ବଢାଇବା ପାଇଁ କାହିଁକି ପଦଖେପ ନେଲେନାହିଁ । NTCA ନିୟମ ପାଳନ ରେ ଖିଲାପ ଯାହା ପୂର୍ବରୁ ହୋଇଥିଲା ଏବେ କୌଣସି ନିଯମରେ ଖିଲାପ ହୋଇ ନାହିଁ ବୋଲି କହିଛନ୍ତି ସାତକୋଶିଆ ଫିଲ୍ଡ ଡାଇରେକ୍ଟର ।
Byte – 3 ପ୍ରଦୀପ ରାଜ କରାଟେ, ଫିଲ୍ଡ ଡାଇରେକ୍ଟର ସାତକୋଶିଆ
Conclusion:ପ୍ରକଳ୍ପ ବାବଦରେ ପୁଣି ଠାରେ ତର୍ଜମା ହେବାର ଆବଶ୍ୟକ ରହିଛି । ଯାହା ନିୟମ ଖିଲାପ ହୋଇଛି ସେଥିରୁ ଶିଖି ପ୍ରକଳ୍ପ କୁ ଆଗେଇ ନେବା ଦରକାର ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.