ଅନୁଗୋଳ: ସବୁ ବିପତ୍ତି ସମୟର ଲୋକଙ୍କ ପାଖରେ ଛିଡା ହୋଇଥାଏ ଅଗ୍ନିଶମ ବାହିନୀ । ଅନେକ ସମୟରେ ବିପଦରୁ ଉଦ୍ଧାର କରିବାକୁ ଯାଇ ସେମାନେ ବିପଦ ମୁହଁକୁ ଡେଇଁ ପଡିଥାନ୍ତି । ତଥାପି ଲୋକଙ୍କୁ ସଚେତନ ପାଇଁ ଆଗଭର ସେମାନେ । ଏନେଇ ଆଜିଠାରୁ ଅନୁଗୋଳରେ ଆରମ୍ଭ ହୋଇଛି ଅଗ୍ନିଶମ ସେବା ସପ୍ତାହ ।
ଏହି ଅବସରରେ ପ୍ରଥମେ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ସମସ୍ତ ଆଗ୍ନିକମାନେ ଅଗ୍ନିନିରାପତ୍ତା କାର୍ଯ୍ୟରେ ପ୍ରାଣ ହରାଇଥିବା ଆଗ୍ନିକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଏହାପରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ତେବେ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ଏବଂ ଆସନ୍ତା କାଲି ଠାରୁ ଅଗ୍ନି ନିରାପତ୍ତା ସମ୍ପର୍କିତ ବିଭିନ୍ନ ମକ ଡ୍ରଲ କରାଯିବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ