ଅନୁଗୋଳ: ଜିଲ୍ଲାରେ ଅବସ୍ଥିତ ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ। ପ୍ଲାଣ୍ଟର 5 ନମ୍ବର ୟୁନିଟ୍ରେ ଘଟିଛି ଏହି ଅଗ୍ନିକାଣ୍ଡ। 5 ନମ୍ବର ୟୁନିଟରେ ଥିବା ଆନେଶ୍ଚର ୭.୫ରେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।
ପ୍ଲାଣ୍ଟର 5 ନମ୍ବର ୟୁନିଟ୍ରେ ଥିବା କାପାସିଟର ବ୍ୟାଙ୍କ ମଧ୍ୟରୁ ୪ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ 8 ସାମାନ୍ୟ କ୍ଷତି ହୋଇଛି । ଉକ୍ତ ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ତେବେ ୟୁନିଟ 5ରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଉଚିତ୍ ସମୟରେ ଏହାର ରକ୍ଷଣାବେକ୍ଷଣ ହୋଇପାରୁନାହିଁ । ଯଦ୍ବାରା ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି । ସେପଟେ ଘଟଣାର ଖବର ପାଇ ନାଲକୋ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏଥିସହିତ ନାଲକୋ କର୍ତ୍ତୃପକ୍ଷ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ