ETV Bharat / state

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ 4 ପରିବାର, ପାଉଁଶ ହେଲା ଝିଅ ବିବାହ ପାଇଁ ଆସିଥିବା ଆସବାବପତ୍ର

ଭୟାବହ ଅଗ୍ନିକାଣ୍ଡରେ ଜଳିଯାଇଛି 8 ବଖରା। ଘଟଣାଟି ଅନୁଗୋଳ ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବ ପାଟଣା ସାହିରେ ଘଟିଛି । ଅଗ୍ନିକାଣ୍ଡରେ ଚାରିଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଅଧିକ ଖବର ପଢନ୍ତୁ...

author img

By

Published : Jan 25, 2020, 1:52 PM IST

_FIRE BREAKS
ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ 4 ପରିବାର, ପାଉଁଶ ହେଲା ଝିଅ ବିବାହ ପାଇଁ ଆସିଥିବା ଆସବାପତ୍ର

ଅନୁଗୋଳ: ଭୟାବହ ଅଗ୍ନିକାଣ୍ଡରେ ଜଳିଯାଇଛି 8 ବଖରା । ଘଟଣାଟି ଅନୁଗୋଳ ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବ ପାଟଣା ସାହିରେ ଘଟିଛି। ଅଗ୍ନିକାଣ୍ଡରେ ଚାରିଟି ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ସେମାନେ ହେଲେ ଗାଁର ଚିନ୍ତା ବେହେରା, ବାବାଜୀ ବେହେରା , ଜାନକୀ ବେହେରା ଓ ଭମ୍ବର ବେହେରା। ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାରେ, ଜାନକୀ ବେହେରାଙ୍କର ଝିଅ ବାହାଘର ପାଇଁ ସମସ୍ତ ଜିନିଷ ପତ୍ର ଆଣି ରଖିଥିଲେ । ଏଥିରେ ବାସନ, ଖାଇବା ସାମଗ୍ରୀ, ଲୁଗାପଟା, ସୁନା, ରୂପା, ନଗଦ ପ୍ରାୟ ୩୦ ହଜାର ଟଙ୍କା, ଗ୍ୟାସ୍ ଓ ବିଭାଘର ପାଇଁ କିଣିଥିବା ସବୁ ସାମଗ୍ରୀ ରଖିଥିଲେ। ଯାହା ଅଗ୍ନିକାଣ୍ଡରେ ଜଳିପୋଡି ଛାରଖାର ହୋଇଯାଇଛି ।

ରାତି ପ୍ରାୟ ତିନିଟା ସମୟରେ ସମସ୍ତେ ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା। ତେଣୁ କୌଣସି ଜିନିଷ ଉଦ୍ଧାର କରାଯାଇ ପାରି ନାହିଁ । ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନାହାଁନ୍ତି। ଏପରିକି ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ମଧ୍ୟ ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି ।

ଏ ବିଷୟରେ ବଅଁରପାଳ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଜଣେ ଅମିନଙ୍କୁ ସେ ଘରପୋଡି କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:ଅନୁଗୋଳ ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବ ପାଟଣା ସାହିରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଚାରଟି ପରିବାରର ଆଠ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି Body:-। ଏଥି ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଛି। ଗାଁର ଚିନ୍ତା ବେହେରା, ବାବାଜୀ ବେହେରା , ଜାନକୀ ବେହେରା ଓ ଭମ୍ବର ବେହେରାଙ୍କ ପରିବାର ସର୍ବସାନ୍ତ ହୋଇ ଯାଇଛନ୍ତି । ଜାନକୀ ବେହେରାଙ୍କର ଝିଅ ବାହାଘର ପାଇଁ ସମସ୍ତ ଜିନିଷ ପତ୍ର ଯଥା ବାସନ ସାମଗ୍ରୀ, ଖାଇବା ସାମଗ୍ରୀ, ଲୁଗାପଟା, ସୁନା, ରୂପା, ନଗଦ ପ୍ରାୟ ୩୦ ହଜାର ଟଙ୍କା, ଗ୍ୟାସ୍ ଓ ବିଭାଘର ପାଇଁ କିଣି ଥିବା ସବୁ ସାମଗ୍ରୀ ପୋଡି ଛାରଖାର ହୋଇଯାଇଛି । ରାତି ପରାୟ ତିନିଟା ସମୟରେ ସମସ୍ତେ ଶୋଇ ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ତେଣୁ କୌଣସି ଜିନିଷ ଉଦ୍ଧାର କରା ଯାଇ ପାରି ନାହିଁ। ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି। ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ମଧ୍ୟ ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି । Conclusion:ଏ ବିଷୟରେ ବଅଁରପାଳ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ ପତିକ୍ରିୟା ଦେଇ କହିଛନ୍ତି ଯେ ଜଣେ ଅମିନଙ୍କୁ ଘରପୋଡି କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.