ETV Bharat / state

ଜଳ ଛାୟା ପ୍ରକଳ୍ପରୁ ସବୁଜିମା ହେଉଛି ଅଞ୍ଚଳ, ସ୍ବାବଲମ୍ବୀ ହୋଇଛନ୍ତି ଚାଷୀ

author img

By

Published : May 4, 2023, 3:31 PM IST

ସଂରକ୍ଷିତ ବର୍ଷା ଜଳରେ ହସୁଛି ସୁନାର ଫସଲ । ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ନାଗାଝରଣ ଓ ଡାହିମାଲ ଗାଁର ଚାଷୀ ବର୍ଷା ଜଳ ବ୍ୟବହାର କରି ବର୍ଷସାରା ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଅଧିକ ପଢନ୍ତୁ

cultivating by using stroage rain water
cultivating by using stroage rain water
ଜଳ ଛାୟା ପ୍ରକଳ୍ପରୁ ସବୁଜିମା ହେଉଛି ଅଞ୍ଚଳ

ଅନୁଗୋଳ: ବର୍ଷା ଜଳ ଅମଳ କରି ଖରାଦିନେ ମଧ୍ୟ ସବୁଜିମା ସୃଷ୍ଟି କରି ପାରିଛନ୍ତି ଲୋକେ । ବର୍ଷ ସାରା ବିଭିନ୍ନ ପ୍ରକାର ଫସଲ କରି ଜୀବିକା ନିର୍ବାହ କରୁଛନ୍ତି । ଖାଲି ସେତିକି ନୁହେଁ ପୂର୍ବରୁ ଏଠାରେ ପାଣି ବିନା କୌଣସି ଫସଲ ହେଉ ନଥିବାରୁ ବାଧ୍ୟ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଥିଲେ । ଏବେ ବର୍ଷା ଜଳ ସଂରକ୍ଷିତ କରି ଚାଷ ଫସଲରୁ ଭଲ ଦୁଇ ପଇସା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଏଭଳି କିଛି ଦେଖିବାକୁ ମିଳିଛି ମିଳିଛି ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ନାଗାଝରଣ ଓ ଡାହିମାଲ ଗାଁରେ ।

କିଶୋରନଗର ବ୍ଲକ ଜାମୁନାଳି ପଞ୍ଚାୟତର ନାଗାଝରଣ ଓ ଡାହିମାଲ ଗାଁ । ଚାରିଆଡେ କେବଳ ପାହାଡ଼ ଓ ଜଙ୍ଗଲ । ଏଯାଏଁ ଏହି ଗାଁ ରାଜସ୍ୱ ଗ୍ରାମର ମାନ୍ୟତା ପାଇ ନାହିଁ । ତେଣୁ ବିଶେଷ କିଛି ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଜଳ ସେଚନର ସୁବିଧା ନଥିବାରୁ କୌଣସି ଫସଲ ହୋଇପାରୁନଥିଲା । ଲୋକେ ବର୍ଷ ତମାମ କାମଧନ୍ଦା ମଧ୍ୟ ପାଇ ପାରୁ ନଥିଲେ। ତେଣୁ ଅଧିକାଂଶ ଲୋକ ପେଟ ପୋଷିବା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଥିଲେ। ହେଲେ ପ୍ରାୟ ୨୦ବର୍ଷ ହେଲା ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଦେଇଛି YAR ବଇଣ୍ଡା ।

ବର୍ଷାଦିନେ ପାହାଡ଼ରୁ ବାହାରିଥିବା ନାଳ ଗୁଡିକରେ ସବୁ ପାଣି ବହି ଯାଉଥିଲା । କୌଣସି କାମରେ ଲାଗି ପାରୁ ନଥିଲା । କିଭଳି ବର୍ଷା ପାଣିକୁ ଅଟକାଇ ରଖିବା ସହ ଚାଷ କାର୍ଯ୍ୟ କରିହେବ ସେ ନେଇ ଲୋକଙ୍କୁ ସଚେତନ କରାଇଥିଲା YAR ବଇଣ୍ଡା । ଏନେଇ ସରକାରଙ୍କ ପକ୍ଷରୁ ସହାୟତା ମିଳିବା ପରେ ଗ୍ରାମବାସୀ ଏକାଠି ହୋଇ ପ୍ରକଳ୍ପ କରିଥିଲେ । ବର୍ତ୍ତମାନ ଏପ୍ରିଲ ଓ ମେ' ମାସ ପରି ଖରା ଦିନେ ମଧ୍ୟ ୪୦ ଫୁଟରୁ ଅଧିକ ପାଣି ରହୁଥିବା କହିଛନ୍ତି ଗ୍ରାମବାସୀ ।

ସେହି ପ୍ରକଳ୍ପ ଯୋଗୁଁ ଦୁଇ ହଜାର ଏକରରୁ ଅଧିକ ଜମି ବର୍ଷ ସାରା ସବୁଜିମାରେ ଭରପୁର ହୋଇ ରହୁଛି । ଜଳ ସେଚନ କରି ଖରାଦିନେ ଧାନ, ମକା, ଆଖୁ, କଦଳୀ, ସୂର୍ଯ୍ୟମୁଖୀ, ବାଦାମ, ପିଆଜ, ରସୁଣ, ଆଳୁ ସମେତ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ କରି ପାରୁଛନ୍ତି । ଲୋକେ ବର୍ଷ ସାରା ଚାଷ କାମରେ ଲାଗି ରହୁଛନ୍ତି। ସେମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି ନିଜେ ଖାଇବା ସହ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଆଉ ସେମାନଙ୍କୁ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡୁନାହିଁ। ପ୍ରାୟ ୨୦ବର୍ଷ ହେଲା ସେମାନଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆସିଛି ।

ପ୍ରତ୍ୟକ ବର୍ଷ ବର୍ଷା ଦିନେ ବହୁ ପରିମାଣର ପାଣି ବ୍ୟବହାର ହୋଇ ନପାରି ଅଯଥା ଅପଚୟ ହୁଏ । ନାଗାଝରଣ ଓ ଡାହିମାଲ ଗ୍ରାମବାସୀ ଏହାକୁ ହୃଦବୋଧ କରି ବର୍ଷା ଜଳ ସଂରକ୍ଷଣ କରି ପାରିଛନ୍ତି। ଗ୍ରାମବାସୀଙ୍କ ଏଭଳି ଉଦ୍ୟମ ନିହାତି ପ୍ରଶଂସାଯୋଗ୍ୟ । ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.