ETV Bharat / state

ଜଳଉତ୍ସ ବାଟ ଓଗାଳିବ MSMEର ପାର୍କ, ଚିନ୍ତାରେ ତଳମୂଳ ଗାଁ ଚାଷୀ - ଜଳ ସେଚନ ପ୍ରକଳ୍ପ ନିକଟରେ ପାର୍କ ନିର୍ମାଣକୁ ଚାଷୀଙ୍କ ବିରୋଧ

ଜମିରେ ଜଳ ସେଚନ ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା । ହେଲେ ଯେଉଁ ଉତ୍ସରୁ ଜମି ଜଳ ସେଚିତ ହେଉଛି ସେଥିରେ ବାଧା ଦେବାକୁ ପଛାଉ ନାହିଁ ପ୍ରଶାସନ । ଅନୁଗୋଳ ଜିଲ୍ଲା ବଅଁଳପାଳ ବ୍ଲକ ତଳମୂଳ ଗାଁରେ କିଛି ଏଭଳି ଚିତ୍ର ଏବେ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଅଧିକ ପଢ଼ନ୍ତୁ

ଜଳଉତ୍ସ ବାଟ ଓଗାଳିବ MSMEର ପାର୍କ, ଚିନ୍ତାରେ ପଡ଼ିଲେ ତଳମୂଳ ଗାଁ ଚାଷୀ

author img

By

Published : Apr 21, 2022, 8:30 PM IST

ଅନୁଗୋଳ: ଚାଷୀଙ୍କ ସୁବିଧା ପାଇଁ ବର୍ତ୍ତମାନ ଜଳ ସେଚନ ଓ ଜଳ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏଭଳି ସ୍ଥିତିରେ ଚାଷ ଜମି ଜଳ ସେଚନ ପାଇଁ ଥିବା ଜଳ ଉତ୍ସରେ ବାଧା ଦେଉଛି MSME ! ଅନୁଗୋଳ ଜିଲାର ବଅଁରପାଳ ବ୍ଲକର ତଳମୂଳ ଗାଁରେ ଏଭଳି ଅଭିଯୋଗ କରିଛନ୍ତି ଚାଷୀ । ଗ୍ରାମର ଅଧିକାଂଶ ଲୋକ ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ । ତେବେ ଜଳଉତ୍ସକୁ ବାଧା ଦେବାକୁ ତିଆରି ହେଉଥିବା ଏଭଳି ଏକ ଶିଳ୍ପ ପାର୍କ ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

ଜଳଉତ୍ସ ବାଟ ଓଗାଳିବ MSMEର ପାର୍କ, ଚିନ୍ତାରେ ପଡ଼ିଲେ ତଳମୂଳ ଗାଁ ଚାଷୀ

ସଠିକ ସମୟରେ ବର୍ଷା ନହେଲେ ମରୁଡିର ସମ୍ମୁଖୀନ ହେଉଛନ୍ତି ବଅଁରପାଳ ବ୍ଲକ ତଳମୂଳ ଗାଁର ଚାଷୀ । ଗାଁରେ ରହିଛି ପ୍ରାୟ ୧୦୦ଏକର ବିଶିଷ୍ଟ ଏକ ବିଶାଳ ପୋଖରୀ । ଦୀର୍ଘ 40 ବର୍ଷ ପୂର୍ବେ ସରକାରୀ ବିଭାଗ ପକ୍ଷରୁ ଏହାକୁ ଜଳ ସେଚନ ପ୍ରକଳ୍ପ କରିବା ଉଦ୍ଦେଶ୍ୟରେ ଖୋଳା ଯାଇଥିଲା । ଖାଲି ସେତିକି ନୁହେଁ ଏହି ପୋଖରୀରୁ ଦୁଇଟି କେନାଲ ନିର୍ମାଣ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୁଇ କେନାଲ ବନ୍ଦ ହୋଇଗଲା ।

ଖାସ୍‌ କଥା ହେଉଛି ପଖୋରୀର ଭୌଗଳିକ ଅବସ୍ଥିତି ଏହାକୁ କେବେ ଶୁଖିବାକୁ ଦିଏନାହିଁ । କାରଣ ପୋଖରୀକୁ ଲାଗି ରହିଛି ବଡ଼ବଡ଼ ପାହାଡ଼ । ବର୍ଷା ହେଲେ ପାହାଡ଼ ପାଣି ଆସି ଏଠାରେ ଜମା ହୁଏ । ଏହାଛଡା ଆଉଁଳି ନଦୀରୁ ବର୍ଷ ତମାମ ପାଣି ଆସି ପୋଖରୀରେ ପଶିଥାଏ । ପୋଖରୀରେ ବର୍ଷ ସାରା ପାଣି ରହୁଥିବାରୁ ଆଖପାଖ ଅଞ୍ଚଳରେ ଭୂତଳ ଜଳ ସ୍ତର ସନ୍ତୁଳନ ରହେ।

ପୋଖରୀର ପୁନଃଉଦ୍ଧାର କଲେ ଏହି ଜଳକୁ ଚାଷ କାର୍ଯ୍ୟରେ ବ୍ୟବହାର କରି ଚାଷୀମାନେ ବର୍ଷରେ ଦୁଇଥର ଧାନ ଫସଲ କରିବା ସହ ଅନ୍ୟାନ୍ୟ ପନିପରିବା ଫସଲ କରି ପାରନ୍ତେ । ସରକାରୀ ଭାବେ ଏହି ପୋଖରୀର ଆଇ କଟ୍‌ ଏରିଆ ପ୍ରାୟ ୪୧ ହେକ୍ଟର। ଅର୍ଥାତ୍‌ ଏହାଦ୍ବାରା ୨୦୦ ହେକ୍ଟର ଜମିରେ ଜଳ ସେଚନ ହୋଇ ପାରିବ। ଗ୍ରାମବାସୀଙ୍କ ମୁତାବକ ପୋଖରୀର ପୁନଃଉଦ୍ଧାର କରାଗଲେ ତଳମୂଳ ଗାଁର ପ୍ରାୟ ୧ହଜାର ହେକ୍ଟର ଜମି ଓ ଆଖପାଖ ପ୍ରାୟ ୫ଖଣ୍ଡ ଗାଁର ୧ ହଜାର ହେକ୍ଟରରୁ ଅଧିକ ଜମିରେ ଜଳ ସେଚନ ହୋଇ ପାରିବ। ପୋଖରୀ ପାଣିକୁ କିଛି ଚାଷୀ ନିଜ ଉଦ୍ୟମରେ ପମ୍ପ ସାହାଯ୍ୟରେ ପାଣି ମଡ଼ାଇ ଧାନ ଚାଷ କରି ପାରିଛନ୍ତି।

ପୋଖରୀ ପୁନଃଉଦ୍ଧାର କରିବା ପାଇଁ ବାରମ୍ବାର ପ୍ରଶାସନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ କିଛି ଲାଭ ହୋଇନି । ଗତ ୨୦୧୭ରେ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ସେହି ଜଳାଶୟର ଭିତରୁ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୫୨ ଏକର ଜମି ଇଡ୍‌କୋକୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ସେହି ଜମିରେ MSME ଏକ ପାର୍କ ନିର୍ମାଣ କରିବାକୁ ଯୋଜନା କରୁଛି । କିଛି ଦିନ ହେଲା ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ କରିଛି । ତେବେ ଯଦି ପାର୍କ ନିର୍ମାଣ ହୁଏ ତେବେ ଜଳାଶୟକୁ ଆଉ ପାଣି ପଶି ପାରିବ ନାହିଁ ବୋଲି ଆଶଙ୍କା କରିଛନ୍ତି ଗ୍ରାମବାସୀ । ଏଥିପାଇଁ ପାର୍କ ନିର୍ମାଣ କରିବାକୁ ଆସିଥିବା କର୍ମଚାରୀଙ୍କୁ ସେଠାରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ । ପାର୍କ ନିର୍ମାଣ ହେଲେ ଜଳାଶୟ ଚାଷୀଙ୍କ କାର୍ଯ୍ୟରେ ଆଉ ଲାଗି ପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ପାର୍କ ନିର୍ମାଣ ଆଳରେ ପ୍ରଶାସନ ଆଖପାଖ ଅଞ୍ଚଳର ଶହଶହ ଗଛ କାଟି ପଦା କରିଥିବା ଅଭିଯୋଗ ହୋଇଛି । ଫଳରେ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା କରିଛନ୍ତି ଗ୍ରାମବାସୀ । କାରଣ ବିଭିନ୍ନ ସମୟରେ ଏଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାଏ । ତା ସହିତ ଗଛ କାଟିବା ପରେ ଏଠାରେ ରହୁଥିବା ମାଙ୍କଡ଼ଙ୍କ ଆବାସସ୍ଥଳ ନଷ୍ଟ ହୋଇ ଯାଇଛି । ଏନେଇ ତଳମୂଳ ଗ୍ରାମବାସୀ ଜରୁରୀ ବୈଠକ କରି ପୋଖରୀ ନିକଟରେ ପାର୍କ ନିର୍ମାଣ କରାଇ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଏହାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଇ-ମେଲ୍‌ ଜରିଆରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଜଳ ସେଚନ ବିଭାଗ ପାଖରେ ଏହାକୁ ନେଇ ଖବର ନାହିଁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ଓ ଜଳସେଚନ ଜମି ଅକ୍ତିଆର ହୋଇଥିଲେ ସରକାରଙ୍କୁ ଜଣାଇବେ ବୋଲି ସେ କହିଛନ୍ତି ।

ତା ସହିତ ପୋଖରୀକୁ ଜଳ ସେଚନ ପ୍ରକଳ୍ପ କରିବା ପାଇଁ ଜଳ ସେଚନ ବିଭାଗ ନିଜ ତରଫରୁ ବ୍ୟୟ ଅଟକଳ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ପାର୍କକୁ ଗ୍ରାମବାସୀ ବିରୋଧ କରୁନାହନ୍ତି । ତେବେ ଜଳ ସେଚନ ପ୍ରକଳ୍ପକୁ ପୋତି ତା ଉପରେ ଶିଳ୍ପ ପାର୍କ ନିର୍ମାଣ କରିବା ଆଦୌ ଠିକ ନୁହେଁ ବୋଲି ଅଞ୍ଚଳବାସୀ କହିଛନ୍ତି। ପ୍ରାକୃତିକ ଜଳଉତ୍ସ ଗୁଡିକର ସୁରକ୍ଷା କରିବା ସହ ଜଳ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। କିନ୍ତୁ ସରକାର ଏହ ହୃଦୟଙ୍ଗମ କରି ପାରୁଛନ୍ତି ନା ନାହିଁ ତା ଦେଖିବା ବାକି ରହିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.