ETV Bharat / state

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ: ସମର୍ଥନରେ ଅନୁଗୋଳରେ ପ୍ରତିବାଦ

author img

By

Published : Dec 4, 2020, 7:06 AM IST

ଦିଲ୍ଲୀ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନର ସମର୍ଥନରେ ଅନୁଗୋଳରେ ପ୍ରତିବାଦ କରିଛି ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଘ । ଅଧିକ ପଢନ୍ତୁ...

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ
ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ

ଅନୁଗୋଳ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଛି କୃଷକଙ୍କ ଆନ୍ଦୋଳନ । ଏପଟେ ଆନ୍ଦୋଳନ ସମର୍ଥନରେ ଅନୁଗୋଳ ପ୍ରତିବାଦ କରାଯାଇଛି । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏଏକେକେଏମଏସ ପକ୍ଷରୁ ପ୍ରତିବାଦ କରିବା ସହ ଧରଣା ଦିଆଯାଇଛି ।

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ

ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ହଜାର ହଜାର ଚାଷୀ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବାକୁ ଯାଇଥିବାବେଳେ ସରକାର ଯେଉଁଭଳି ଭାବେ ସେମାନଙ୍କୁ ଦିଲ୍ଲୀ ସୀମାରେ ଅଟକାଇଛନ୍ତି ତାହାର ବିରୋଧ କରି ଗୁରୁବାର ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଘ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ସଂଘର ସଭାପତି ପ୍ରହ୍ଲାଦ ସାହୁଙ୍କ ନେତୃତ୍ବରେ ଶତାଧିକ କୃଷକ ଶୋଭାଯାତ୍ରା କରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସରକାର ଯେଉଁ ନୂତନ କୃଷି ଆଇନ ଆଣିଛନ୍ତି ସେଥିରେ ଗରିବ, କ୍ଷୁଦ୍ର, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଚାଷି କ୍ଷତିଗ୍ରସ୍ତ ହେବେ । ତେଣୁ ଏହାର ବିରୋଧ କରିବାକୁ ହଜାର ହଜାର ଚାଷୀ ଏକାଠି ହୋଇଥିବା କୁହାଯାଉଛି ।

ଚାଷୀଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏଭଳି ବିକ୍ଷୋଭ କରାଯାଉଥିବା ସଂଘର କର୍ମକତା ସୂଚନା ଦେଇଛନ୍ତି । ଏହାପରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.