ETV Bharat / state

ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା - ତାଳଚେରରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା

ଦୀର୍ଘ ଦିନ ହେଲାଣି ତାଳଚେର ମେଡିକାଲ କଲେଜ କୋଠା ନିର୍ମାଣ ସରିଥିବା ବେଳେ ଏଯାଏଁ ଆରମ୍ଭ ହୋଇନାହିଁ ନାମଲେଖା । କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ । ଅଧିକ ପଢନ୍ତୁ

ତାଳଚେର ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଆନ୍ଦୋଳନ

author img

By

Published : Apr 29, 2022, 8:17 PM IST

ଅନୁଗୋଳ: ଦୀର୍ଘ ଦିନ ହେଲା ସରିଲାଣି ମେଡିକାଲ କଲେଜ କୋଠା ନିର୍ମାଣ । ହେଲେ ଆଜି ଯାଏଁ ଆରମ୍ଭ ହୋଇ ପାରୁନାହିଁ ନାମଲେଖା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ଆଉ ଚଳିତ ବର୍ଷ ନାମଲେଖା ଏବଂ ସରକାରୀ ପରିଚାଳନା ଦାବିରେ ଆଜି(ଶୁକ୍ରବାର) ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି ।

ତାଳଚେର ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଆନ୍ଦୋଳନ

ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜର ନୂତନ କୋଠା ମଧ୍ୟ ଲୋକାର୍ପିତ ହୋଇସାରିଛି । କିନ୍ତୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇପଡ଼ିଛି । ଏହାକୁ ଚଳାଇବା ପାଇଁ ସରକାର ଓ MCL ମଧ୍ୟରେ ତାଳମେଳ ଅଭାବରୁ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ମେଡ଼ିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍ସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା ଏହାକୁ ତାଳଚେର ନେହେରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବାକୁ ନିଷ୍ପତ୍ତି ହେବା ପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ ।

ଏଠାରେ ୧୦୦ଟି ଆସନ ବିଶିଷ୍ଟ MBBS ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହେରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ମାତ୍ର ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ କି ନାମଲେଖା ହେଲା ନାହିଁ । ଏହାକୁ ବିରୋଧ କରି ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ତୁରନ୍ତ ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ କରାଯିବା ସହ ସରକାର ଏହାକୁ ପରିଚାଳନା କରିବାକୁ ଦାବି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.