ETV Bharat / state

କଡା ସୁରକ୍ଷାରେ ଷ୍ଟ୍ରଙ୍ଗରୁମ, ଇଭିଏମରେ ସିଲ ନେତାଙ୍କ ଭାଗ୍ୟ - ଅନୁଗୋଳ

ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମହିଷାପାଟସ୍ଥିତ ଓୟାରହାଉସ୍‌, କାମାକ୍ଷାନଗର ଏବଂ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କାମାକ୍ଷାନଗର କଲେଜ, ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ହିନ୍ଦୋଳ ହାଇସ୍କୁଲରେ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Apr 25, 2019, 3:16 PM IST

ଅନୁଗୋଳ: ରାଜ୍ୟରେ ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । ଆଉ 6 ଲୋକସଭା ଓ 42 ବିଧାନସଭା ଆସନ ପାଇଁ ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । ଏପ୍ରିଲ 23ରେ ତୃତୀୟ ପର୍ଯ୍ୟାୟ ମତଦାନ ପରେ ଇଭିଏମ ଓ ଭିଭିପାଟକୁ କଡା ସୁରକ୍ଷାରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଅନୁଗୋଳ ଜିଲ୍ଲାର 5ଟି ବିଧାନସଭା ଆସନ ପାଇଁ 4ଟି ଇଭିଏମ ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯାଇଛି। ଯାହାର ସୁରକ୍ଷା ଦାୟିତ୍ବରେ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ନିୟୋଜିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଓ ଛେଣ୍ଡିପଦା ପାଇଁ ଅନୁଗୋଳ କଲେଜ , ଆଠମଲ୍ଲିକ ପାଇଁ ଆଠମଲ୍ଲିକ କଲେଜ, ତାଳଚେର ବିଧାନସଭା ପାଇଁ ତାଳଚେର କଲେଜ ଏବଂ ପାଲଲହଡା ବିଧାନସଭାର ଷ୍ଟ୍ରଙ୍ଗ ରୁମ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିଛି । ସମସ୍ତ ରୁମରେ ସିସିଟିଭି ଲଗାଯାଇଛି ।

ପ୍ରତି ଷ୍ଟ୍ରଙ୍ଗ ରୁମରେ ଏକ ପ୍ଲାଟୁନ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ଆସନ୍ତା ମେ 23ରେ ଭୋଟ ଗଣତି ହେବ । ଆଉ ସେହିଦିନ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଅନୁଗୋଳ ଏସପି ସୂଚନା ଦେଇଛନ୍ତି । ସେହିପରି ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମହିଷାପାଟସ୍ଥିତ ଓୟାରହାଉସ୍‌, କାମାକ୍ଷାନଗର ଏବଂ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କାମାକ୍ଷାନଗର କଲେଜ, ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ହିନ୍ଦୋଳ ହାଇସ୍କୁଲରେ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଭୋଟିଂ ମଶିନ ରଖାଯାଇଥିବା ପ୍ରକୋଷ୍ଠଗୁଡ଼ିକୁ ସିଲ୍‌ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.