ETV Bharat / state

ବାରଗୌଣିଆରେ ଫସଲ ଉଡ଼ାଉଛି ହାତୀ, ବନବିଭାଗର ନିଘା ନାହିଁ

author img

By

Published : Feb 3, 2021, 6:34 AM IST

ଅନୁଗୋଳ ଜିଲା ବାରଗୌଣିଆ ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀ ସର୍ବସ୍ବ ହରାଇବାକୁ ବସିଛନ୍ତି। ଗତ ୩ଦିନ ହେଲା ଶହ ଶହ ଏକର ଜମିରେ ବିଭିନ୍ନ କିଶମର ପନିପରିବା ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି ହାତୀପଲ। ଅଧିକ ପଢନ୍ତୁ...

Elephants wasting the crops of farmer in anugul bargaunia
ବାରଗୌଣିଆରେ ଫସଲ ଉଡ଼ାଉଛି ହାତୀ, ବନବିଭାଗର ନିଘା ନାହିଁ

ଅନୁଗୋଳ: ଅନୁଗୋଳ ଜିଲା ବାରଗୌଣିଆ ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀ ସର୍ବସ୍ବ ହରାଇବାକୁ ବସିଛନ୍ତି। ଗତ ୩ଦିନ ହେଲା ଶହ ଶହ ଏକର ଜମିରେ ଆଳୁ, ପିଆଜ, କଦଳୀ, କୋବି, ଟମାଟୋ ଆଦି ବିଭିନ୍ନ କିଶମର ପନିପରିବା ଖାଇ ଦଳି ଚକଟି ନଷ୍ଟ କରି ଦେଇଛନ୍ତି ହାତୀପଲ। ଫଳରେ ଶତାଧିକ ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ବାରଗୌଣିଆ ପଞ୍ଚାୟତରେ ପ୍ରାୟ ୫ହଜାରରୁ ଅଧିକ ପରିବାର ବସବାସ କରନ୍ତି । ସେଥିମଧ୍ୟରୁ ଶତକଡା ୯୦ଭାଗ ଲୋକ କେବଳ ଚାଷ ଉପରେ ନିର୍ଭର କରି ପରିବାର ପେଟ ପାଳନ୍ତି। ଧାନ ବ୍ୟତୀତ ମକା, ଆଖୁ ଓ ବିଭିନ୍ନ କିଶମର ପନିପରିବା ଓ ଡାଲି ଜାତୀୟ ଫସଲ ମୁଖ୍ୟତଃ ଭାବରେ ଚାଷ କରନ୍ତି। ଅମଳ ଫସଲ ନିଜେ ଆଖପାଖ ହାଟ ବଜାରକୁ ନେଇ ବିକ୍ରି କରନ୍ତି। ସେଥିରୁହିଁ ପଞ୍ଚାୟତବାସୀଙ୍କ ତେଲଲୁଣ ସଂସାର ଚାଲେ।

ହେଲେ ଏବେ ବଣୁଆ ହାତୀପଲ ସେମାନଙ୍କ ଜୀବିକା ଉଜାଡ଼ି ଦେଇଛନ୍ତି। ବାରମ୍ବାର ଗାଁ ପାଖକୁ ଆସି ବାଡ଼ି ବଗିଚାରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ। ଗତ ୩ଦିନ ହେଲା ବିଳମ୍ବିତ ରାତିରେ ୨୦ରୁ ୩୦ଟି ହାତୀ ପଶି ଶହ ଶହ ଏକର ଜମିରେ ପନିପରିବା ଖାଇ ନଷ୍ଟ କରିବା ସହ ଦଳି ଚକଟି ସବୁ ଫସଲ ଧ୍ବଂସ କରି ଦେଇଛନ୍ତି। ହାତୀପଲ ଚାଲିଯିବା ପରେ ଚାଷୀମାନେ କେବଳ ଲାଚାର ହୋଇ ନିଜର ଉଜୁଡା ଫସଲକୁ ଦେଖି ଲୁହ ଗଡାଉଛନ୍ତି।

ବାରମ୍ବାର ପାଖ ଜଙ୍ଗଲରୁ ହାତୀପଲ ଆସୁଛନ୍ତି। କିନ୍ତୁ ବନ ବିଭାଗ ପକ୍ଷରୁ ଗାଁ ଚାରିପଟେ ବିଦ୍ୟୁତ ତାରବାଡ଼ ଲଗାଉ ନାହାନ୍ତି କି ଟ୍ରେଞ୍ଚ ଖୋଳୁ ନଥିବା ଅଭିଯୋଗ ହୋଇଛି। ଏନେଇକି ପଞ୍ଚାୟତର ଚାଷୀମାନେ ବାରମ୍ବାର ବନ ବିଭାଗକୁ ଅବଗତ କରାଇଛନ୍ତି। ଅନ୍ୟ ପକ୍ଷରେ ବିଳମ୍ବିତ ରାତିରେ ହାତୀପଲ ଆସୁଥିବାରୁ ଲୋକେ ଜାଣି ମଧ୍ୟ ଭୟରେ ଘଉଡାଇବାକୁ ଯାଇ ପାରୁ ନାହାନ୍ତି।

ବନ ବିଭାଗ ତରଫରୁ ରାତ୍ରି କାଳୀନ ପେଟ୍ରୋଲିଂ କରି ହାତୀ ଘଉଡାଇବାକୁ କୌଣସି ଉଦ୍ୟମ କରା ଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫସଲ ଉତ୍ପାଦନ କରିବାକୁ ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନରାତି ଏକ କରି ପରିଶ୍ରମ କରୁଛନ୍ତି। ବିହନ, ସାର ଔଷଧ ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅମଳ ସମୟରେ ହାତୀପଲ ଦାଉ ସାଧୁଛନ୍ତି। ତେଣୁ ଆଗକୁ ଆଉ ଚାଷ କରିବେକି ନାହିଁ ସେନେଇ ଦ୍ବନ୍ଦରେ ରହିଛନ୍ତି ଗରିବ ଚାଷୀ।

ବନ ବିଭାଗ ଆସୁଛି। ଆକଳନ କରି ନେଉଛି। କିନ୍ତୁ ଯାହା କ୍ଷତି ପୂରଣ ମିଳୁଛି ତାହା ଆଦୌ ଯଥେଷ୍ଟ ନୁହେଁ। ଏହାଛଡା ଯାହାବି ମିଳୁଛି ତାହା ବହୁ ବିଳମ୍ବରେ ମିଳୁଛି। ଏହାକୁ ନେଇ ଚାଷି ମହଲରେ ଅସନ୍ତୋଷ ଦେଖା ଦେଇଛି।

ଜିଲ୍ଲାରେ ଏବେ ଚାଷୀଙ୍କର ପ୍ରଧାନ ଶତ୍ରୁ ପାଲଟିଛି ହାତୀପଲ । ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହାତୀପଲ ଖାଦ୍ୟ ପାଇଁ ଗାଁ ମୁହାଁ ହେଉଛନ୍ତି। ବ୍ୟାପକ ଫସଲ ନଷ୍ଟ କରି ଚାଷୀଙ୍କ ଜୀବନ ଜୀବିକା ଉଜାଡ଼ି ଦେଉଛନ୍ତି। ତେଣୁ ବନ ବିଭାଗ ଏଥିପ୍ରତି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଉଭୟ ହାତୀ ଓ ଚାଷୀଙ୍କ ଜୀବନ ପ୍ରତି ବିପଦ ରହିଛି। ଦେଖିବାକୁ ବାକି ରହିଲା ଏନେଇ ବନ ବିଭାଗର ନିଦ କେବେ ଭାଙ୍ଗିବ ଓ କେବେ ଚାଷୀଙ୍କ ସମସ୍ୟାର ସମାଧାନ ହେବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.