ETV Bharat / state

ବନ୍ତଳା ବନାଞ୍ଚଳରେ ଚାଲିଛି ହାତୀ ମଣିଷ ଲଢେଇ, ଦୁଇ ସପ୍ତାହରେ ଗଲାଣୀ 4 ଜୀବନ

author img

By

Published : May 4, 2023, 4:10 PM IST

ବନ୍ତଳା ବନାଞ୍ଚରେ ଥମୁନି ହାତୀ ଆତଙ୍କ । ଉପଦ୍ରବ କରିବା ସହ ଗତ ଦୁଇ ସପ୍ତାହ ମଧ୍ୟରେ ଚାରି ଜଣଙ୍କୁ କଚାଡି ମାରିଛି ହାତୀ । ଅଧିକ ପଢନ୍ତୁ

four killed by elephant attack in angul
ବନ୍ତଳା ବନାଞ୍ଚଳରେ ଚାଲିଛି ହାତୀ ମଣିଷ ଲଢେଇ
ବନ୍ତଳା ବନାଞ୍ଚଳରେ ଚାଲିଛି ହାତୀ ମଣିଷ ଲଢେଇ

ଅନୁଗୋଳ: ବନ୍ତଳା ବନାଞ୍ଚଳରେ ଚାଲିଛି ହାତୀ ମଣିଷ ମଧ୍ୟରେ ଲଢେଇ । ସକାଳ ହେଉକି ସନ୍ଧ୍ୟା ହାତୀ ହାବୁଡରେ ପଡିଲେ ଆଉ ବର୍ତ୍ତି ପାରୁନି ମନୁଷ୍ୟ । ଗତ ଦୁଇ ସପ୍ତାହ ମଧ୍ୟରେ ହାତୀ 5 ଜଣଙ୍କର ଜୀବନ ନେଇଛି। ଗୋଟିଏ ପଟେ ହାତୀ ଉପଦ୍ରବ ବଢୁଥିବା ବେଳେ ଅନ୍ୟପଟେ ଜୀବିକାକୁ ନେଇ ଚିନ୍ତାରେ ଗ୍ରାମବାସୀ । ହାତୀ ଭୟରେ ଲୋକେ ଧାନ ଚାଷ ଛାଡି ଜୀବିକା ପାଇଁ ଜଙ୍ଗଲରୁ ଆମ୍ବ, କେନ୍ଦୁପତ୍ର ଓ ପଣସ ଆଣି ପରିବାର ଚଳାଉଛନ୍ତି। ବର୍ତ୍ତମାନ ତାହା କିନ୍ତୁ ବନ୍ଦ ହେବାକୁ ବସିଛି । ହାତୀପଲ ଜଙ୍ଗଲ ଭିତରେ ନରହି ଗାଁ ନିକଟରେ ଚଳପ୍ରଚଳ କରୁ କରୁଥିବାରୁ ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ପକାଇ ଘରେ ରହୁଛନ୍ତି । କେବଳ ହାତୀ ଗତିବିଧି ସମ୍ପର୍କରେ ସୂଚନା ଦେଇ ଦାୟିତ୍ୱ ସାରି ଦେଉଛି ବନ ବିଭାଗ ।

ଗତ 2022 ଏପ୍ରିଲ ମାସଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଅନୁଗୁଳ ବନଖଣ୍ଡରେ ହାତୀ ଆକ୍ରମଣରେ 16 ଜଣଙ୍କ ଜୀବନ ଯାଇଛି । ସେଥି ମଧ୍ୟରୁ କେବଳ ବନ୍ତଳା ବନାଞ୍ଚଳରେ 12ଜଣଙ୍କ ମୃତ୍ୟୁ ହୋଇଛି । ଏହି ବନାଞ୍ଚଳର ବଡ଼କନ୍ତକୁଳ, କଞ୍ଜ, ସାନ କନ୍ତକୁଳ, ଗଡ଼ତରାଶ, ତଳ ବେରଣା, ବେଡା ଶାସନ, ଇଙ୍କରବନ୍ଧ, ତଲଗଡ଼, ଖିଣ୍ଡା, ବନ୍ଧାନପସି, ପୋକତୁଙ୍ଗା ଓ ଧୋକୁଟା ସମେତ ଅନେକ ଗାଁରେ ଦିନ ରାତି ହାତୀପଲ ଡେରା ପକାଇ ରହୁଛନ୍ତି । ହାତୀ ବ୍ୟାପକ ନଷ୍ଟ କରୁଥିବାରୁ ଲୋକେ ଆଉ ଧାନ ଚାଷ କରୁ ନାହାନ୍ତି । କିନ୍ତୁ ଜୀବନ ଜୀବିକା ପାଇଁ ଆମ୍ବ, କଦଳୀ ଓ ପଣସ ଚାଷ କରିଛନ୍ତି । ଏହାଛଡା ଏହି ସବୁ ଗାଁ ଗୁଡିକ ଜଙ୍ଗଲ ନିକଟରେ ଥିବାରୁ ଦେଶୀ ଆମ୍ବ ଓ କେନ୍ଦୁ ପତ୍ର ସଂଗ୍ରହ କରିବା ମଧ୍ୟ ବହୁ ଲୋକଙ୍କର ଜୀବିକା। ଏବେ କିନ୍ତୁ ତାହା ଆଉ ସମ୍ଭବ ହୋଇ ପାରୁ ନାହିଁ।

ହାତୀ ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହେବାପରେ ଲୋକେ ବଡ଼ି ଭୋର ସମୟରେ ଆଉ ଜଙ୍ଗଲକୁ ଯାଉ ନାହାଁନ୍ତି । ସନ୍ଧ୍ୟା ହେଲେ ତାଟି କବାଟ ପକାଇ ଘରେ ରହୁଛନ୍ତି । ତେଣୁ ଏସବୁ ଗାଁ ଗୁଡିକରେ ଏବେ କିଛି ବର୍ଷ ହେଲା ହଜାର ହଜାର ଏକର ଜମି ପଡ଼ିଆ ପଡୁଛି । ଲୋକଙ୍କ ଜୀବିକା ଉଜୁଡି ଯାଇଛି । ଲୋକଙ୍କ ମନରେ ଏତେ ମାତ୍ରାରେ ଅସନ୍ତୋଷର ନିଆଁ କୁହୁଳୁଛି ଯେ କେବଳ ବନ୍ୟଜନ୍ତୁ ସୁରକ୍ଷା ଆଇନ ଯୋଗୁଁ ଲୋକେ ନୀରବ ରହୁଛନ୍ତି ।

ହାତୀ ଉପଦ୍ରଵ ଏବେ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି । ଯେତିକି ଅଛନ୍ତି ସେମାନେ ଜଙ୍ଗଲ ଓ ଜନ୍ତୁ ସୁରକ୍ଷା ପାଇଁ କାମ କରିବାକୁ ପର୍ଯ୍ୟାପ୍ତ ସମୟ ପାଉ ନାହାନ୍ତି । କାରଣ ବନ ବିଭାଗର ଏବେ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି । ସେଥିରେ କର୍ମଚାରୀଙ୍କ ସମୟ ଯାଉଛି । ବନ ବିଭାଗ ତରଫରୁ ହାତୀ ଉପଦ୍ରବ ରୋକିବାକୁ ଅନେକ ଯୋଜନା କରାଯାଇଛି । ଗଜ ସାଥି, ହାତୀ ସ୍କ୍ୱାଡ୍‌, ମୋବାଇଲ ଆପ ଆଦି କାର୍ଯ୍ୟକାରୀ କରା ଯାଉଛି । ତଥାପି କୌଣସି ସୁଫଳ ମିଳୁ ନାହିଁ । କିଛି ଦିନ ହେଲା ହାତୀ ଉପଦ୍ରବ ଗାଁଗୁଡିକରେ ବନ ବିଭାଗ ତରଫରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ସକାଳେ ଏବଂ ସନ୍ଧ୍ୟା ପରେ ଜଙ୍ଗଲକୁ ଯିବାକୁ ବାରଣ କରା ଯାଉଛି । କିନ୍ତୁ ଜୀବିକା ନିର୍ବାହ ପାଇଁ କିଛି ଲୋକ ବାଧ୍ୟ ହୋଇ ଆମ୍ବ ଗୋଟାଇବା, କେନ୍ଦୁପତ୍ର ତୋଳିବା ଓ ଜାଳ କାଠ ସଂଗ୍ରହ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ହାତୀ ଆକ୍ରମଣର ଶିକାର ହେଉଛନ୍ତି ।

ଗତ 29 ତାରିଖରେ ଆମ୍ବ ଗୋଟାଇବାକୁ ଯାଇଥିବା ଅନୁଗୋଳ ଜିଲାର ବନ୍ତଳା ବନାଞ୍ଚଳ ଅଞ୍ଚଳରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ମହିଳା ଜଣଙ୍କ ହେଲେ ମରଣ୍ଡା ଗାଁର ଖଟକ ବେହେରା ସେହିପରି ଗତ 24 ତାରିଖରେ ବନ୍ତଳା ବନାଞ୍ଚଳ ବଡ଼ କନ୍ତକୁଳ ଗାଁର ଦୁଇଜଣ ମହିଳା ଆମ୍ବ ଗୋଟାଇବା ପାଇଁ ପାଖ ଆମ୍ବ ତୋଟାକୁ ଯାଇଥିଲେ । ଏହି ସମୟରେ ହାତୀ ଆକ୍ରମଣ କରିବାରୁ ଦୁଇ ମହିଳା ପ୍ରାଣ ହରାଇଥିଲେ । ଏପ୍ରିଲ 18 ତାରିଖରେ କାନ୍ତମେଘ ଗାଁର ରାମଚନ୍ଦ୍ର ସାହୁ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ ।

ବର୍ତ୍ତମାନ ପରିସ୍ଥିତି ଯାହା ହେଲାଣି ଆଉ ସେହି ଚିରାଚରିତ ଢଙ୍ଗରେ ହାତୀ ଘଉଡାଇବାରେ କୌଣସି ସଫଳତା ମିଳି ପାରିବ ନାହିଁ । ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ହାତୀମାନଙ୍କୁ ଗାଁ ମୁହାଁ ହେବାରୁ ଅଟକାଇବା ଜରୁରୀ ହୋଇ ପଡିଛି । ନଚେତ ଆଗାମୀ ଦିନରେ ହାତୀ ମଣିଷ ଲଢେଇ ବୃଦ୍ଧି ପାଇବ ଏବଂ ଏଥି ଯୋଗୁଁ ଉଭୟଙ୍କ କ୍ଷତି ହେବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.