ETV Bharat / state

ଅନୁଗୋଳକୁ ବଇରୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଆଖୁ ଚାଷ

ଅନୁଗୋଳ ଜିଲ୍ଲାର ବନ୍ଦାଣପସି ଗାଁରେ ହାତୀ ଉପଦ୍ରଵ । ଏକର ଜମିରେ ଲକ୍ଷାଧିକ ଟଙ୍କାର ଆଖୁ ଫସଲ ନଷ୍ଟ କରୁଥିବାରୁ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

author img

By

Published : Mar 5, 2023, 9:31 AM IST

elephant create evoke in angul
elephant create evoke in angul
elephant create evoke in angul

ଅନୁଗୋଳ: ଜିଲ୍ଲାରେ ଉଗ୍ରରୂପ ଧାରଣ କରିଛି ହାତୀ । ପ୍ରତିଦିନ ଫସଲ ନଷ୍ଟ କରୁଥିବା ବେଳେ ଚିନ୍ତାରେ ରହିଛନ୍ତି ଚାଷୀ । ଅନୁଗୋଳ ବନାଞ୍ଚଳର ବନ୍ଦାଣପସି ଗାଁରେ ହାତୀ ଉପଦ୍ରଵ ଦେଖାଯାଇଥିବା ବେଳେ ଏକର ଏକର ଜମିରେ ଲକ୍ଷାଧିକ ଟଙ୍କାର ଆଖୁ ଫସଲ ନଷ୍ଟ କଲେ ହାତୀପଲ । ବହୁ ପରିଶ୍ରମ ଓ ଖର୍ଚ୍ଚ କରି ଆଖୁ ଚାଷ କରିଥିବା ଶତାଧିକ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବନ ବିଭାଗକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

ବନ୍ତଳା ବନାଞ୍ଚଳର ବନ୍ଦାଣପସି ଗାଁ । ଗାଁରେ ପ୍ରାୟ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି । ସମସ୍ତେ କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି । କିନ୍ତୁ ଆଖୁ ଚାଷ ହେଉଛି ସେମାନଙ୍କର ପ୍ରଧାନ ଫସଲ । ଗାଁର ଶତକଡା ୯୦ଭାଗ ଚାଷୀ ଦେଢ଼ ଶହ ଏକରରୁ ଅଧିକ ଜମିରେ ଆଖୁଚାଷ କରୁଛନ୍ତି । ଗୋଟିଏ ଏକର ଜମିରେ ଥରେ ଆଖୁ ଚାଷ କଲେ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଲାଭ ହେଉଥିବାରୁ ଏହି ଚାଷକୁ ଅପଣେଇଛନ୍ତି ଚାଷୀ । ଜିଲ୍ଲାରେ ବନ୍ଦାଣପସି ଏକ ମାତ୍ର ଗାଁ ଯେଉଁଠି ପର୍ଯ୍ୟାପ୍ତ ଆଖୁ ଚାଷ ହୁଏ ।

ଚାଷୀମାନେ ଆଖୁ ବିକ୍ରି କରିବା ସହ ସେଥିରୁ ଗୁଡ଼ ପ୍ରସ୍ତୁତ କରି ମଧ୍ୟ ଭଲ ଦରରେ ବିକ୍ରି କରନ୍ତି । ଆଖୁ ଚାଷ ଚାଷୀଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣି ଦେଇଛି । କିନ୍ତୁ ଗତ କିଛି ବର୍ଷ ହେଲା ବଣୁଆ ହାତୀପଲ ସେମାନଙ୍କର ପ୍ରଧାନ ଶତ୍ରୁ ପାଲଟିଛନ୍ତି । ଆଖୁ ବାଡ଼ିରେ ପସି ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଉଛନ୍ତି । ଗତ ୩/୪ଦିନ ହେଲା ୩୦ ରୁ ୪୦ହାତୀ ଗାଁରେ ପସି ଆଖୁ ବାଡିକୁ ପୁରା ସଫା କରି ଦେଇଛନ୍ତି । ୩/୪ଦିନ ଭିତରେ ୩୦ଏକରରୁ ଅଧିକ ଜମିରେ ଆଖୁ ନଷ୍ଟ କରିଛନ୍ତି । ଆଗାମୀ ଦିନରେ ଆହୁରି ନଷ୍ଟ କରିବାର ଆଶଙ୍କା ରହିଛି । ଆଉ କିଛି ଦିନ ପରେ ଆଖୁ ଅମଳ କରି ବିକ୍ରି କରି ଥାଆନ୍ତେ । ହେଲେ ହାତୀ ମୁହଁରେ ସବୁ ଗଲା । ଏହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଶହ ଶହ ଆଖୁ ଚାଷୀ ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, "ସନ୍ଧ୍ୟା ହେଲେ ହାତୀପଲ ଗାଁ ଭିତରକୁ ପଶି ଆସୁଛନ୍ତି । ରାତି ସାରା ଆଖୁ ବାଡ଼ିରେ ରହୁଛନ୍ତି । ସକାଳ ହେଲେ ପୁଣି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଉଛନ୍ତି । ଚାଷୀମାନେ ଆଉ ଜମିବାଡିରେ କାମ କରିବାକୁ ଭୟ କରୁଛନ୍ତି । ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସୁଛନ୍ତି । ବନ ବିଭାଗକୁ ଖବର ଦେଲେ ଅଳ୍ପ କିଛି କର୍ମଚାରୀ ଆସୁଛନ୍ତି । ଗୋଟିଏ ଦୁଇଟି ବାଣ ଫୁଟାଇ ଦେଇ ନିଜର କର୍ତ୍ତବ୍ୟ ସାରି ଦେଉଛନ୍ତି । ଚାଷୀଙ୍କର ବିପୁଳ ପରିମାଣର କ୍ଷତି ହେଉଥିଲେ ମଧ୍ୟ ଆଦୌ କ୍ଷତିପୂରଣ ଅର୍ଥ ମିଳୁ ନାହିଁ। ବନ କର୍ମଚାରୀମାନେ ହାତୀ ଗାଁ ଭିତରକୁ ପଶିବା ପୂର୍ବରୁ ଜଙ୍ଗଲ ସୀମାରେ ଜଗି ରହିଲେ ଆଉ ହାତୀପଲ ଗାଁ ଭିତରକୁ ପଶି ପାରନ୍ତେ ନାହିଁ । କିନ୍ତୁ ହାତୀପଲ ଗାଁ ଭିତରକୁ ଆସିବା ପରେ ବନ କର୍ମଚାରୀ ଆସି ସେମାନଙ୍କୁ ଘଉଡେଇବାକୁ ଉଦ୍ୟମ କରୁଛନ୍ତି । ଫଳରେ ହାତୀ ଉତେଜିତ ହୋଇ ମଣିଷକୁ ଆକ୍ରମଣ କରିବାକୁ ଆସୁଛନ୍ତି ।"

ବନ୍ଦାଣପସି ଗାଁରେ ହାତୀପଲ ଯେଉଁଭଳି ଭାବେ ଆଖୁ ପରି ଅର୍ଥକରି ଫସଲ ନଷ୍ଟ କରୁଛନ୍ତି ଚାଷୀଙ୍କ ମେରୁଦଣ୍ଡ ବଙ୍କା ହୋଇ ଯାଇଛି। ତେଣୁ ଏହାର ପ୍ରତିକାର କରାନଗଲେ ଆଗକୁ ଚାଷୀ ଆଉ ଆଖୁ ଫସଲ କରିବେ ନାହିଁ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.