ETV Bharat / state

ବିଦ୍ୟୁତ ତାର ଲଗାଇ ଦନ୍ତା ଶିକାର, ଉଦ୍ଧାର ହେଲା ଦନ୍ତାର ମୃତଦେହ

author img

By

Published : Sep 11, 2021, 4:09 PM IST

ଦନ୍ତା ହାତୀର ମୃତଦେହ ଉଦ୍ଧାର। ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । ଅଧିକ ପଢନ୍ତୁ...

elephant death dead body found in anugul
ବିଦ୍ୟୁତ ତାର ଲଗାଇ ଦନ୍ତା ଶିକାର, ଉଦ୍ଧାର ହେଲା ଦନ୍ତାର ମୃତଦେହ

ଅନୁଗୋଳ: ଦନ୍ତା ହାତୀର ମୃତ୍ୟୁ। ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । ଜିଲ୍ଲାର ଦେବଗଡ ବନଖଣ୍ଡ ଖମାର ବନାଞ୍ଚଳ ବାଲିପସୀ ଜଙ୍ଗଲରୁ ଉଦ୍ଧାର ହୋଇଛି ହାତୀର ମୃତଦେହ।

ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଦନ୍ତାହାତୀର ବୟସ କୋଡିଏରୁ ପଚିଶ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି । ତେବେ ବାରହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଇଥିବା ବାଇଡିଂ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ନେଇ ଦେବଗଡ଼ ଡିଏଫଓ କ୍ଷମା ଷଡଙ୍ଗୀ ସୂଚନା ଦେଇଛନ୍ତି । ତେବେ ଦଶ ବାର ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀଟିର ଦୁଇଟି ଯାକ ଦାନ୍ତ ସୁରକ୍ଷିତ ରହିଛି ।

ଡିଏଫଓଙ୍କ ସମେତ ଖମାର ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ହାତୀ ମୃତ୍ୟୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.